ଭୁବନେଶ୍ବର : ସ୍ଥାନୀୟ ରବୀନ୍ଦ୍ର ମଣ୍ଡପ ଠାରେ ଗୀତିନାଟ୍ୟ ଉତ୍ସବର ଶେଷ ସନ୍ଧ୍ୟାରେ ପୁରୀର ରୁପା ମହାନ୍ତି ଓ ସାଥୀଙ୍କ ଦ୍ୱାରା ପରିବେଷିତ ଗୀତିନାଟ୍ୟ ଜଳନ୍ଧର ବଦ୍ଧ କଳାକାରମାନେ ନିଖୁଣ ଭାବେ ପରିବେଷଣ କରିଥିଲେ । ଯାହାକୁ ଉପସ୍ଥିତ ଦର୍ଶକମାନେ ମନ ଭରି ଉପଭୋଗ କରିଛନ୍ତି ।
ସତୀ ବୃନ୍ଦାବତୀର ସ୍ୱାମୀ ଜଳନ୍ଧର ମହାଦେବଙ୍କ ପତ୍ନୀ ପାର୍ବତୀଙ୍କ ଉପରେ କୁ ଦୃଷ୍ଟି ପକାଇବା ସହ ତାଙ୍କ ସତିତ୍ୱ ହରଣ ପାଇଁ ଚେଷ୍ଟା କରିଥିଲା । ତେଣୁ ତାଙ୍କ ଦୌରାତ୍ମ୍ୟରେ ଅତିଷ୍ଠ ହୋଇ ଦେବଗଣ ତାଙ୍କୁ ମାରିବା ସହିତ କିପରି ଦେବ ଲୋକରେ ଶାନ୍ତି ଫେରିବ ସେଥିପାଇଁ ଭଗବାନ ଶ୍ରୀକୃଷ୍ଣ ମାୟା ରଚନା କରିବା ସହ ତାଙ୍କୁ ବଧ କରିଥିଲେ ।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ