ETV Bharat / city

୨୪ ଘଣ୍ଟାରେ ବାତ୍ୟାର ରୂପ ନେବ ଲଘୁଚାପ, ଓଡ଼ିଶାରେ ପଡ଼ିବନି କୌଣସି ପ୍ରଭାବ - Bhubaneswar Regional Meteorological Center

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେଇପାରେ ବଙ୍ଗୋପସାଗର ସୃଷ୍ଟି ହୋଇଥିବା ଲଘୁଚାପ। ଓଡ଼ିଶା ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ। ଅଧିକ ପଢ଼ନ୍ତୁ...

୨୪ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେବ ଲଘୁଚାପ, ଓଡ଼ିଶାରେ ପଡ଼ିବନି କୌଣସି ପ୍ରଭାବ

author img

By

Published : Dec 1, 2020, 7:59 PM IST

ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେଇପାରେ ବଙ୍ଗୋପସାଗର ସୃଷ୍ଟି ହୋଇଥିବା ଲଘୁଚାପ। ଦକ୍ଷିଣ ପଶ୍ଚିମ ଓ ସଂଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରୁ ସୃଷ୍ଟି ହୋଇଥିବା ଏହି ଲଘୁଚାପର ପ୍ରଭାପ ଓଡ଼ିଶା ଉପରେ ପଡ଼ିବ ନାହିଁ। ବର୍ତ୍ତମାନ ଏହି ଲଘୁଚାପ ଉତ୍ତର ପଶ୍ଚିମ ଦିଗ ଆଡ଼କୁ ଗତି କରୁଛି। ଡିସେମ୍ବର 2 ତାରିଖ ସୁଦ୍ଧା ଏହି ଲଘୁଚାପ ଶ୍ରୀଲଙ୍କା ଦେଇ ଗତି କରିପାରେ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

୨୪ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେବ ଲଘୁଚାପ, ଓଡ଼ିଶାରେ ପଡ଼ିବନି କୌଣସି ପ୍ରଭାବ

ବର୍ତ୍ତମାନ ଏହି ଲଘୁଚାପ କନ୍ୟାକୁମାରୀ ଠାରୁ 900 କିମି ଦୂରରେ ରହିଛି। ଏହି ଲଘୁଚାପ ଓଡ଼ିଶା ପାଇଁ କୌଣସି ଚିନ୍ତାର କାରଣ ନାହିଁ ବୋଲି କହିଛନ୍ତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ହବିବୁର ରେହମାନ ବିଶ୍ବାସ। ଏହାସହ ଆଗାମୀ 5 ଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷାର ସମ୍ଭାବନା ନଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

କନ୍ଧମାଳ, କଳାହାଣ୍ଡି, ସୁନ୍ଦରଗଡ଼, ମୟୂରଭଞ୍ଜ ଓ ସୋନପୁର ଆଦି ଜିଲ୍ଲାରେ ଡିସେମ୍ବର 4 ତାରିଖରେ ସାମାନ୍ୟ ବର୍ଷା ସମ୍ଭାବନା ରହିଥିବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.