ETV Bharat / city

ପୁରୀ ସ୍ୱର୍ଗଦ୍ୱାରରେ ବିଜୟଙ୍କ ହେବ ଶେଷକୃତ୍ୟ, ମିଳିବ ରାଜ୍ୟ ମର୍ଯ୍ୟାଦା - ପୁରୀ ସ୍ୱର୍ଗଦ୍ୱାର

ପ୍ରସିଦ୍ଧ ନାଟ୍ୟକାର ବିଜୟ ମିଶ୍ରଙ୍କ ଶେଷକୃତ୍ୟ ପୁରୀ ସ୍ବର୍ଗଦ୍ବାରରେ ହେବ। ଏଥିସହ ତାଙ୍କୁ ରାଜ୍ୟ ମର୍ଯ୍ୟାଦା ଦିଆଯିବ ବୋଲି ଘୋଷଣା କରିଛନ୍ତି ସରକାର। ଅଧିକ ପଢନ୍ତୁ...

-last-rites-of-victory-will-be-at-puri-swargadwar-the-status-of-the-state

author img

By

Published : Apr 27, 2020, 3:09 PM IST

ଭୁବନେଶ୍ବର: ପ୍ରସିଦ୍ଧ ନାଟ୍ୟକାର ବିଜୟ ମିଶ୍ରଙ୍କ ଶେଷକୃତ୍ୟ ପୁରୀ ସ୍ବର୍ଗଦ୍ବାରରେ ହେବ। ଏଥିସହ ତାଙ୍କୁ ରାଜ୍ୟ ମର୍ଯ୍ୟାଦା ଦିଆଯିବ ବୋଲି ଘୋଷଣା କରିଛନ୍ତି ସରକାର। ଅନେକ ଓଡ଼ିଆ ଚଳଚ୍ଚିତ୍ର, ଧାରାବାହିକ, ନାଟକର ସ୍ରଷ୍ଟା ଥିଲେ ବିଜୟ ମିଶ୍ର।

ବିଜୟ ମିଶ୍ରଙ୍କ ନାଟକ ‘ତଟ ନିରଞ୍ଜନା’ ବିଭିନ୍ନ ଭାଷାରେ ଅନୁଦିତ ହୋଇଛି। ନାଟ୍ୟ ଜଗତ ପାଇଁ ତାଙ୍କର ଅତୁଳନୀୟ ଅବଦାନ ପାଇଁ ସେ କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରସ୍କାର ପାଇଥିଲେ।

ଗତକାଲି ବିଜୟଙ୍କ ଏକ ଘରୋଇ ମେଡ଼ିକାଲରେ ଦେହାନ୍ତ ହୋଇଥିଲା । ତାଙ୍କ ମୃତ୍ୟୁ ଖବରରେ ସମସ୍ତେ ମ୍ରିୟମାଣ ହୋଇଥିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକବ୍ୟକ୍ତ କରିଥିଲେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.