ETV Bharat / city

ବିଧାନସଭା ଅଧିବେଶନ: ଦୈବୀ ଦୁର୍ବିପାକରେ ପ୍ରାଣହାନୀ ରିପୋର୍ଟ ଦେଲେ ମନ୍ତ୍ରୀ - report

ବିଧାନସଭାରେ ୨୦୧୬ଠାରୁ ବର୍ତ୍ତମାନ ସୁଦ୍ଧା ଦୈବୀ ଦୁର୍ଘଟଣାରେ ରାଜ୍ୟରେ 6227ଜଣଙ୍କ ମୃତ୍ୟୁ ହୋଇଥିବା ତଥ୍ୟ ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ।

ଡିଜାଇନ ଫଟୋ
author img

By

Published : Jun 28, 2019, 3:13 PM IST

ଭୁବନେଶ୍ବର: ରାଜ୍ୟରେ ପ୍ରାକୃତିକ ଦୁର୍ବିପାକରେ ୨୦୧୬ ଠାରୁ ବର୍ତ୍ତମାନ ସୁଦ୍ଧା 6227ଜଣଙ୍କ ମୃତ୍ୟୁ ହୋଇଛି । ବିଧାନସଭାରେ ତଥ୍ୟ ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି । ବର୍ଷ ୨୦୧୬ -୧୭ରେ ରାଜ୍ୟରେ ଭିନ୍ନ ଭିନ୍ନ ପ୍ରାକୃତିକ ବିପର୍ଯ୍ୟୟରେ ୧୬୩୫ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ୨୦୧୭-୧୮ ବର୍ଷରେ ୨୨୨୩ ଜଣ ପ୍ରାଣ ହରାଇଥିବା ତଥ୍ୟ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ । ୧୮-୧୯ରେ ୨୧୭୨ ଜଣଙ୍କ ପ୍ରାଣହାନୀ ହୋଇଛି । ଏବଂ ଚଳିତ ବର୍ଷ ଜୁନ ମାସ ସୁଦ୍ଧା ୧୯୧ ଜଣଙ୍କ ପ୍ରାଣହାନୀ ହୋଇଛି ।

the-human-cost-
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ୱର

ବିଧାନସଭାରେ ବିଧାୟକ ଅଙ୍ଗଦ କଁହର ପଚାରିଥିବା ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଏହି ତଥ୍ୟ ଗୃହରେ ଉପସ୍ଥାପନ କରିଛନ୍ତି । ବଜ୍ରପାତରେ ୨୦୧୬-୧୭ ମସିହାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୪୦୦ ଜଣ ଲୋକଙ୍କ ପ୍ରାଣହାନୀ ହୋଇଥିବା ରିପୋର୍ଟ ଦେଇଛନ୍ତି ମନ୍ତ୍ରୀ ।

ତେବେ ଚଳିତ ବର୍ଷରେ ବର୍ତ୍ତମାନ ସୁଦ୍ଧା ବଜ୍ରପାତରେ ୧୨୫୯ଜଣ, ଅଗ୍ନିକାଣ୍ଡରେ ୨୫୮ ଜଣ ଓ ଅଂଶୁଘାତରେ ୧୧୬ ଜଣ ପ୍ରାଣ ହରାଇଛନ୍ତି । ସେହିପରି ବାତ୍ୟାରେ ୧୨୫, ଝଡତୋଫାନରେ ୩୨ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ ।

ଏତଦ୍‌ବ୍ୟତୀତ ବନ୍ୟାରେ ୩୩, ନୌକା ଦୁର୍ଘଟଣାରେ ୨୬, ପାଣିରେ ବୁଡ଼ି ୨୧୩୫ ଜଣଙ୍କ ପ୍ରାଣହାନୀ ହୋଇଥିବା ବେଳେ, ସାପକାମୁଡାରେ ରାଜ୍ୟରେ ୨୨୧୭ ଜଣ ପ୍ରାଣ ହରାଇଥିବା ମନ୍ତ୍ରୀ ସୁଦାମ ମାରାଣ୍ଡି ସୂଚନା ପ୍ରଦାନ କରିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ରାଜ୍ୟରେ ପ୍ରାକୃତିକ  ଦୃବିପାକରେ ୨୦୧୬ ମସିହା ଠାରୁ ବର୍ତ୍ତମାନ ସୁଦ୍ଧା ୬୨୨୭ ଜଣ ଙ୍କ ମୃତ୍ୟୁ ହୋଇଛି ।ଏହା କହିଛନ୍ତି ମନ୍ତ୍ରୀ ସୁଦାମ ମାର୍ଣ୍ଡି ।୨୦୧୬ -୧୭ ଆର୍ଥିକ ବର୍ଷରେ ରାଜ୍ୟରେ ଭିନ୍ନ ଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ରେ ୧୬୩୫ ଜଣ ମୃତ୍ୟୁବରଣ କରିଥିବା ବେଳେ ,୨୦୧୭-୧୮ ଆର୍ଥିକ ବର୍ଷରେ ୨୨୨୩ ଜଣ ଙ୍କ ମୃତ୍ୟୁ ହୋଇଛି ।୧୮-୧୯ରେ ୨୧୭୨ ଜଣଙ୍କ ପ୍ରାଣ ହାନୀ ହୋଇଛି ।ଏବଂ ୧୯-୨୦ ଆର୍ଥିକ ବର୍ଷ ର ବର୍ତ୍ତମାନ ସୁଦ୍ଧା ୧୯୧ ଜଣ ପ୍ରାଣ ହାନୀ ହୋଇଛି ।

ବିଧାନସଭା ରେ ବିଧାୟକ ଅଙ୍ଗଦ କଂଅର ପଚାରିଥିବା ପ୍ରଶ୍ନ ର ଉତ୍ତର ଦେଇ ମନ୍ତ୍ରୀ ଏହି ତଥ୍ୟ ଦେଇଛନ୍ତି ।

ସେହିପରି ବଜ୍ରପାତରେ ୨୦୧୬-୧୭ ମସିହାରେ  କେବଳ ବଜ୍ରପାତରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୪୦୦ ଜଣ ଲୋକଙ୍କ ପ୍ରାଣ ହାନୀ ହୋଇଛି ।

ତେବେ ଚଳିତ ଆର୍ଥିକ ବର୍ଷରେ ବର୍ତ୍ତମାନ ସୁଦ୍ଧା ବଜ୍ରପାତରେ ରେ ୧୨୫୯ଜଣ ମୃତ୍ୟୁବରଣ କରିଥିବା ବେଳେ ,୨୫୮ ଜଣ ଅଗ୍ନି କାଣ୍ଡ ରେ ମୃତ୍ୟୁବରଣ କରିଥିବା ବେଳେ ଅଂଶୁଘାତ ରେ ୧୧୬  ,ବାତ୍ୟାରେ ୧୨୫,ତୁପାନୋରେ ୩୨ଜଣ ମୃତ୍ୟୁବରଣ ହୋଇଛି ।ବନ୍ୟା ରେ ୩୩,ନୈକା ଦୃଘଟଣାରେ ୨୬,ପାଣିରେ ବୁଡ଼ି ୨୧୩୫ଜଣ ମୃତ୍ୟୁବରଣ କରିଥିବା ବେଳେ,ସାପକାମୁଡାରେ ୨୨୧୭ ଜଣ ମୃତ୍ୟୁବରଣ କରିଛନ୍ତି ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.