ETV Bharat / city

ଆଜି ପବିତ୍ର ମହାଳୟା; ପିତୃପୁରୁଷଙ୍କ ସନ୍ତୁଷ୍ଟି ପାଇଁ ହୁଏ ପିଣ୍ଡଦାନ

author img

By

Published : Oct 6, 2021, 7:21 AM IST

ରାଜ୍ୟର ଏହା ଏକ ଧର୍ମଭିତ୍ତିକ ପର୍ବ ମହାଳୟା । ପ୍ରତ୍ୟେକ ହିନ୍ଦୁ ପିତୃପୁରୁଷଙ୍କ ସନ୍ତୁଷ୍ଟି ପାଇଁ ଶ୍ରାଦ୍ଧ ପକାଇଥାନ୍ତି । ମହାଳୟା ଅମାବାସ୍ୟାରେ ଏହା ହେଉଥିବାରୁ ଏହାକୁ ମହାଳୟା ଶ୍ରାଦ୍ଧା ବା ମଉଳା ଶ୍ରାଦ୍ଧ କୁହାଯାଏ । ଅଧିକ ପଢନ୍ତୁ...

ଆଜି ପବିତ୍ର ମହାଳୟା
ଆଜି ପବିତ୍ର ମହାଳୟା

ଭୁବନେଶ୍ବର: ଆଜି(ବୁଧବାର)ପବିତ୍ର ମହାଳୟା । ରାଜ୍ୟର ଏହା ଏକ ଧର୍ମଭିତ୍ତିକ ପର୍ବ । ପ୍ରତ୍ୟେକ ହିନ୍ଦୁ ପିତୃପୁରୁଷଙ୍କ ସନ୍ତୁଷ୍ଟି ପାଇଁ ଶ୍ରାଦ୍ଧ ପକାଇଥାନ୍ତି । ମହାଳୟା ଅମାବାସ୍ୟାରେ ଏହା ହେଉଥିବାରୁ ଏହାକୁ ମହାଳୟା ଶ୍ରାଦ୍ଧ ବା ମଉଳା ଶ୍ରାଦ୍ଧ କୁହାଯାଏ । ପୁରୀ ବଡ ଦେଉଳ ବାଇଶ ପାହାଚରେ ପିଣ୍ଡଦାନ ହୁଏ ।

ଆଶ୍ବିନ ମାସର ପ୍ରଥମ ପକ୍ଷ ପିତୃପକ୍ଷ ନାମରେ ଜଣା । ଏହି ପକ୍ଷରେ ଅମାବାସ୍ୟା "ମହାଳୟା ଅମାବାସ୍ୟା" ନାମରେ ପାଳିତ । ପିତୃଗଣଙ୍କ ଉଦ୍ଦେଶ୍ୟରେ ଦାନ ଓ ଉତ୍ସର୍ଗ ଆଦି ପାଳନ କରାଯାଉଥିବାରୁ ଏହାକୁ "ପିତୃପର୍ବ" ମଧ୍ୟ କୁହାଯାଏ । ଆଶ୍ବିନ ମାସ କୃଷ୍ଣ ପକ୍ଷ ପ୍ରତିପଦା ଠାରୁ ଅମାବସ୍ୟା ପର୍ଯ୍ୟନ୍ତ ପନ୍ଦର ଦିନକୁ ପିତୃପକ୍ଷ କୁହାଯାଏ । ଚତୁର୍ଦ୍ଦଶୀ ଯାଏଁ ତର୍ପଣ କଲାପରେ ଅମାବସ୍ୟା ଦିନ ପିଣ୍ଡ ଦାନ କରାଯାଏ । ପିଣ୍ଡଦାତାଙ୍କ ଆଳୟରେ ସର୍ବଦେବ, ଋଷି, ଏବଂ ପିତୃପୁରୁଷଙ୍କ ଉପସ୍ଥିତ ହେତୁ ଏହାଙ୍କୁ ମହାଳୟା ଶ୍ରଦ୍ଧ କୁହାଯାଏ ।

ଭାଦ୍ରବ ମାସ କୃଷ୍ଣ ପକ୍ଷ ପ୍ରତିପଦା ଠାରୁ ଅମାବାସ୍ୟା, ଏହି ୧୫ ଦିନ ମଧ୍ୟରେ ଜଣେ ଯେକୌଣସି ଦିନ ଶ୍ରାଦ୍ଧ ଦେଇପାରେ, ଏଥିପାଇଁ ଏହାକୁ ପିତୃପକ୍ଷ କୁହଯାଏ । ମହାଳୟା ତିଥିରେ ଓଡ଼ିଶାର ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଭୁବନଠାରେ "ଦଶହରା ବଳଦ ଯାତ୍ରା"ର ଆରମ୍ଭ ହୋଇଥାଏ । ଏହି ଦିନ ସମ୍ବଲପୁରର ସମଲେଶ୍ବରୀଙ୍କ "ଧବଳମୁଖୀ ବେଶ" ହୋଇଥାଏ ।

ହିନ୍ଦୁ ଧାର୍ମିକ ପରମ୍ପରାରେ ପିତୃପୁରୁଷଙ୍କ ପାଇଁ ପାଳନ କରାଯାଉଥିବା ବିଭିନ୍ନ ଶ୍ରାଦ୍ଧ କର୍ମ ମଧ୍ୟରେ ମହାଳୟା ଶ୍ରେଷ୍ଠତମ । ଏହି ଅବସରରେ ପିତୃ ପକ୍ଷରେ ଯେକୌଣସି ଦିନ ନିଜର ସାଧ୍ୟ ମତେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଓ ବ୍ରାହ୍ମଣ ଭୋଜନ ଦିଆଯାଏ । ଏହା ଦ୍ବାରା ପୁଣ୍ୟ ଏବଂ ବଂଶର ଉତ୍ତର ପିଢ଼ିର ସକଳ ଉନ୍ନତି ହେଉଥିବା ବିଶ୍ବାସ ରହିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.