ETV Bharat / city

କୋରୋନା ଆତଙ୍କ, ଫିକା ପଡିଲା ହୋଲି ବଜାର

author img

By

Published : Mar 8, 2020, 5:28 PM IST

ରାତି ପାହିଲେ ରଙ୍ଗର ପର୍ବ ତଥା ଭାଇଚାରାର ପର୍ବ ହୋଲି। ଚଳିତ ବର୍ଷ ହୋଲି ପାଇଁ ବଜାରରେ ଲୋକମାନଙ୍କ ଠାରେ ରଙ୍ଗ କିଣିବା ପାଇଁ ଯେଭଳି ଉତ୍ସାହ ଦେଖାଯିବା କଥା ତାହା ଦେଖିବାକୁ ମିଳୁନାହିଁ। କାରଣ ଚୀନରେ ସୃଷ୍ଟି ହୋଇଥିବା ଭୟଙ୍କର କୋରୋନା ଭାଇରସ ଲୋକମାନଙ୍କ ମନରେ ଭୟ ସୃଷ୍ଟି କରିଛି । ତେଣୁ ଏହା କବଳରୁ ରକ୍ଷା ପାଇବା ପାଇ ଲୋକେ ବିଭିନ୍ନ ସାବଧାନତା ଅବଲମ୍ବନ କରୁଛନ୍ତି। ଅଧିକ ପଢନ୍ତୁ...

the-holi-market-is-slow-for-covod19-in-bhubaneswar
କୋରୋନା ପାଇଁ ହୋଲି ବଜାର ମାନ୍ଦା

ଭୁବନେଶ୍ବର: ରାତି ପାହିଲେ ଦୋଳ ଉତ୍ସବ। ଆଉ ତାପରେ ରଙ୍ଗର ପର୍ବ ତଥା ଭାଇଚାରାର ପର୍ବ ହୋଲି। ଚଳିତ ବର୍ଷ ହୋଲି ପାଇଁ ବଜାରରେ ଲୋକମାନଙ୍କ ଠାରେ ରଙ୍ଗ କିଣିବା ପାଇଁ ଯେଭଳି ଉତ୍ସାହ ଦେଖାଯିବା କଥା ତାହା ଦେଖିବାକୁ ମିଳୁନାହିଁ। କାରଣ ଚୀନରେ ସୃଷ୍ଟି ହୋଇଥିବା ଭୟଙ୍କର କୋରୋନା ଭାଇରସ ଏବେ ସମଗ୍ର ବିଶ୍ବରେ ତାର କାୟା ମେଲାଇଛି। ଯେଉଁଥି ପାଇଁ ଲୋକମାନଙ୍କ ମନରେ ଭୟ ସୃଷ୍ଟି ହେବା ସହିତ ଏହା କବଳରୁ ରକ୍ଷା ପାଇବା ପାଇ ବିଭିନ୍ନ ସାବଧାନତା ଅବଲମ୍ବନ କରୁଛନ୍ତି।

କୋରୋନା ପାଇଁ ହୋଲି ବଜାର ମାନ୍ଦା

ସାରା ବିଶ୍ବରେ ଦିନକୁ ଦିନ ବୃଦ୍ଧି ପାଉଥିବା ଭୟାବହ କୋରୋନା ଦାଉରୁ ରକ୍ଷା ପାଇଁ ଲୋକଙ୍କୁ ଉପଯୁକ୍ତ ସଚେତନତା ସୃଷ୍ଟି କରାଯାଉଛି । ସରକାର ମଧ୍ୟ ବିଭିନ୍ନ ସ୍ତରରେ ନିର୍ଦ୍ଦେଶନାମା ଜାରି କରି ସତର୍କ ରହିବାକୁ ଲୋକମାନଙ୍କୁ କହୁଛନ୍ତି। ଜନଗହଳିପୂର୍ଣ୍ଣ ସ୍ଥାନ ମାନଙ୍କରେ କୋରୋନା ସଂକ୍ରମିତ ଲୋକ ଠାରୁ ଅଧିକ ମାତ୍ରାରେ ବ୍ୟାପିବାର ସମ୍ଭାବନା ରହିଛି। ତେଣୁ ହୋଲି ଏକ ଭାଇଚାରର ପର୍ବ ହୋଇ ଥିବାବେଳେ ଏହାକୁ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଲୋକ ସାମୂହିକ ଭାବେ ଖେଳିଥାନ୍ତି। ତେଣୁ ଏହି ମାରାତ୍ମକ ରୋଗରୁ ରକ୍ଷା ପାଇବା ପାଇଁ ପ୍ରଧାନମନ୍ତ୍ରୀ,ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ଏଥର ହୋଲି ଖେଳିବାକୁ ମନା କରିଛନ୍ତି । ତେଣୁ ଲୋକମାନଙ୍କ ମଧ୍ୟରେ ମଧ୍ୟ ଏନେଇ ସଚେତନତା ଦେଖାଯାଇଛି।

ହୋଲି ପୂର୍ବଦିନ ବଜାରରେ ରଙ୍ଗ କିଣିବା ଲୋକଙ୍କ ମଧ୍ୟରେ ଉତ୍ସାହ ଓ ଉଦ୍ଦିପନା ଦେଖିବାକୁ ମିଳିଥାଏ । କିନ୍ତୁ ଚଳିତ ବର୍ଷ ରଙ୍ଗ ଦୋକାନ ମାନଙ୍କରେ ପ୍ରତିବର୍ଷ ଭଳି ଭିଡ ପରିଲକ୍ଷିତ ହେଉନାହିଁ ।ଏହି ବର୍ଷ ରଙ୍ଗ ବ୍ୟବସାୟରେ ମାନ୍ଦା ପଡିଛି । ଯେତିକି ଦୋକାନ ଖୋଲିଛି ସେଠାରେ ଲୋକମାନେ କେବଳ ଦିଅଁ ପୂଜା ପାଇ ଯାହା ନିତାନ୍ତ ଜରୁରୀ ସେତିକି କିଣିବା ସହ ପିଲାମାନଙ୍କୁ ଏଥର ରଙ୍ଗ ଖେଳରୁ ନିବୃତ ରହିବା ପାଇଁ କହୁଛନ୍ତି। ତେବେ ଅନେକ ରଙ୍ଗ ଦୋକାନୀ ଲୋକମାନଙ୍କୁ ସୁରକ୍ଷା ପାଇଁ ଏହା ଭଲ ବୋଲି କହିବା ସହ ଆଉ କିଛି ଦୋକାନୀ ଏହା ଦ୍ବାରା ଭାଇରସ ବ୍ୟାପିବ ନାହିଁ ମଧ୍ୟ ଲୋକଙ୍କୁ କହୁଛନ୍ତି। ଲୋକମାନେ ରଙ୍ଗ ଖେଳିଲେ କୋରୋନା ରୋଗ ବ୍ୟାପିବ ବୋଲି ଭୟଭୀତ ଅଛନ୍ତି ତେଣୁ ବେପାରରେ ମାନ୍ଦାବସ୍ଥା ସହିବାକୁ ପଡୁଛି ବୋଲି ରଙ୍ଗ ବ୍ୟବୟାୟୀ ପ୍ରକାଶ କହିଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.