ETV Bharat / city

ବ୍ରିଟେନରୁ ଓଡିଶା ଫେରିଛନ୍ତି 43 ଜଣ, ତଥ୍ୟ ଦେଲେ ସରକାର

author img

By

Published : Dec 24, 2020, 8:20 PM IST

Updated : Dec 24, 2020, 8:40 PM IST

ବ୍ରିଟେନରୁ ଓଡିଶା ଫେରିଥିବା 43 ଜଣଙ୍କ ସବିଶେଷ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । ଗତ 14 ଦିନ ଭିତରେ ବ୍ରିଟେନରୁ 43 ଜଣ ଓଡିଶା ଫେରିଛନ୍ତି ।

ଜାରି ହେଲା ଗାଇଡ଼ଲାଇନ୍
ଜାରି ହେଲା ଗାଇଡ଼ଲାଇନ୍

ଭୁବନେଶ୍ବର: ବ୍ରିଟେନ ଫେରନ୍ତାଙ୍କ ତଥ୍ୟ ଦେଲେ ସରକାର । ବ୍ରିଟେନରୁ ଓଡିଶା ଫେରିଥିବା 43 ଜଣଙ୍କ ସବିଶେଷ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର ।

ବ୍ରିଟେନ ଫେରନ୍ତାଙ୍କ ତଥ୍ୟ ଦେଲେ ସରକାର,
ବ୍ରିଟେନ ଫେରନ୍ତାଙ୍କ ତଥ୍ୟ ଦେଲେ ସରକାର,

ଗତ 14 ଦିନ ମଧ୍ୟରେ ବ୍ରିଟେନରୁ ଫେରିଥିବା ଲୋକଙ୍କ ତଥ୍ୟ ଦେଲେ ସରକାର । ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ସିଡିଏମଓଙ୍କୁ ତାଲିକା ଦେଲେ ସ୍ବାସ୍ଥ୍ୟ ଏସିଏସ ।

ଜାରି ହେଲା ଗାଇଡ଼ଲାଇନ୍
ଜାରି ହେଲା ଗାଇଡ଼ଲାଇନ୍

ବ୍ରିଟେନ ଫେରନ୍ତାଙ୍କ କ୍ଷେତ୍ରରେ ଚିହ୍ନଟ ହୋଇଥିବା ନୂଆ ଭାଇରସ ରାଜ୍ୟ ସରକାରଙ୍କ ନିଦ ହଜାଇ ଦେଇଛି । ବିଶେଷ କରି ବ୍ରିଟେନ ଫେରନ୍ତାଙ୍କ ଚିହ୍ନଟ, ସଙ୍ଗରୋଧ, ଟେଷ୍ଟିଂ ଓ ଚିକିତ୍ସା ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି ।

କିଭଳି ପଦକ୍ଷେପ ଗ୍ରହଣ କରିବାକୁ ପଡିବ ସେନେଇ ସବୁ ଜିଲ୍ଲାପାଳ, ସିଡିଏମଓ, ମ୍ୟୁନିସିପାଲଟି କମିଶନରଙ୍କୁ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ।

ଟେଷ୍ଟିଂ ଓ ଗବେଷଣା ପାଇଁ ଭୁବନେଶ୍ବର ଇନଷ୍ଟିଚ୍ୟୁଟ ଅଫ ଲାଇଫ ସାଇନ୍ସକୁ ମାନ୍ୟତା ଦେଇଛି କେନ୍ଦ୍ର । ତେବେ ସବୁ ସ୍ତରରେ ଚିହ୍ନଟ କରିବା ଓ ସଙ୍ଗରୋଧ କରିବା ଉପରେ ଜୋର ଦିଆଯାଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Dec 24, 2020, 8:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.