ETV Bharat / city

ଜେଇଇ ଓ ନିଟ୍ ପରୀକ୍ଷାର୍ଥୀଙ୍କୁ ମାଗଣା ଯାତାୟତ ଓ ରହିବା ସୁବିଧା ଯୋଗାଇବେ ସରକାର - Jee and neet candidates

ଜେଇଇ ଓ ନିଟ ପରୀକ୍ଷାର୍ଥୀଙ୍କ ଯିବା ଆସିବା ପାଇଁ ମିଳିବ ମାଗଣା ସୁବିଧା । ସମ୍ପ୍ରତି ମହାମାରୀ ଓ ବନ୍ୟା ସମୟରେ ପରୀକ୍ଷାର୍ଥୀଙ୍କୁ ସମସ୍ତ ସୁବିଧା ମାଗଣାରେ ଯୋଗାଇବେ ସରକାର । ଅଧିକ ପଢନ୍ତୁ...

ଜେଇ ଓ ନିଟ୍ ପରୀକ୍ଷାର୍ଥୀଙ୍କୁ ମାଗଣା ଯାତାୟତ ଓ ରହିବା ସୁବିଧା ଯୋଗାଇବେ ସରକାର

author img

By

Published : Aug 28, 2020, 9:42 PM IST

ଭୁବନେଶ୍ବର: ଜେଇଇ ଓ ନିଟ ପରୀକ୍ଷାର୍ଥୀଙ୍କ ଯିବା ଆସିବା ପାଇଁ ମିଳିବ ମାଗଣା ସୁବିଧା । ସମ୍ପ୍ରତି ମହାମାରୀ ଓ ବନ୍ୟା ସମୟରେ ପରୀକ୍ଷାର୍ଥୀଙ୍କୁ ସମସ୍ତ ସୁବିଧା ମାଗଣାରେ ଯୋଗାଇବେ ସରକାର ।

ରାଜ୍ୟର 7 ସହରରେ 26ଟି ସେଣ୍ଟରରେ ଜେଇଇ ଓ ନିଟ ପରୀକ୍ଷା କରାଯିବ । ଏଥିରେ ରାଜ୍ୟରୁ ପ୍ରାୟ 37 ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ଏହି ମହାମାରୀ ସମୟରେ ଜେଇଇ ଏକ ଗୁରୁତ୍ବପୂର୍ଣ୍ଣ ପରୀକ୍ଷା। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ଅଗଷ୍ଟ 30 ତାରିଖରୁ ସେପ୍ଟେମ୍ବର 7 ତାରିଖ ପର୍ଯ୍ୟନ୍ତ ପରୀକ୍ଷାର୍ଥୀଙ୍କ ପାଇଁ ଯାତାୟତର ସମସ୍ତ ସୁବିଧା ମାଗଣାରେ ଯୋଗାଇବେ ସରକାର ।

ପରୀକ୍ଷାର୍ଥୀମାନେ ସେମାନଙ୍କ ଅଭିଭାବକଙ୍କ ସହ ମଧ୍ୟ ମାଗଣାରେ ଯାତାୟାତ କରିପାରିବେ । ବିନା କୌଣସି ଖର୍ଚ୍ଚରେ ସରକାର ପରୀକ୍ଷାର୍ଥୀଙ୍କୁ ଏହି ସୁବିଧା ଯୋଗାଇବେ । ଦରକାର ପଡ଼ିଲେ କୋରୋନା କଟକଣା କୋହଳ ହେବ ଏବଂ ପରୀକ୍ଷାର୍ଥୀ ଆଡ଼ମିଟ କାର୍ଡ ଦେଖାଇଲେ ଯାତାୟତ କୌଣସି ଅସୁବିଧାର ସାମନା କରିପାରିବେ ନାହିଁ । ଏନେଇ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ଜେଇ ଓ ନିଟ୍ ପରୀକ୍ଷାର୍ଥୀଙ୍କୁ ମାଗଣା ଯାତାୟତ ଓ ରହିବା ସୁବିଧା ଯୋଗାଇବେ ସରକାର

ରାଜ୍ୟରେ 37 ହଜାର ଆଶାୟୀ ପରୀକ୍ଷାର୍ଥୀଙ୍କ ମଧ୍ୟରୁ 16 ହଜାର ଭୁବନେଶ୍ବର ଓ କଟକ ସହରରେ ରହିଛି । ଏହି ପରୀକ୍ଷାର୍ଥୀମାନେ ଏହି ଦୁଇ ସହରରେ ରହୁଛନ୍ତି । ଏମାନେ ଯିବା ଆସିବା ସମୟରେ ମଧ୍ୟ ଆଡ଼ମିଟ କାର୍ଡ ଦେଖାଇ ସମସ୍ତ ସୁବିଧା ପାଇପାରିବେ । ବିଭିନ୍ନ ଜିଲ୍ଲାରୁ ପରୀକ୍ଷାର୍ଥୀ ପରୀକ୍ଷା ଦେବା ପାଇଁ ଆସିବେ । ସମସ୍ତ ଜିଲ୍ଲାରେ ନୋଡାଲ ସେଣ୍ଟର ଅଧିକାରୀଙ୍କ ମୋବାଇଲ ନମ୍ବର ଜାରି କରାଯିବ । ସେହି ନମ୍ବରରେ ନିଜର ପରିଚୟ ଓ କେଉଁଠାରେ ପରୀକ୍ଷା ସେଣ୍ଟର ଜଣାନ୍ତୁ । ଅଧିକାଂଶ ପରୀକ୍ଷାର୍ଥୀ ଓ ଅଭିଭାବକ ଆଇଟିଆଇ ହଷ୍ଟେଲରେ ରହିବେ । ଯାହା ସମ୍ପୂର୍ଣ୍ଣ ମାଗଣା ରହିବ ।

ତେବେ ଆସନ୍ତା ସେପ୍ଟେମ୍ବର 13 ତାରିଖରେ ମଧ୍ୟ ନିଟ ପରୀକ୍ଷା ରହିଥିବାରୁ ଜେଇଇ ଭଳି ସରକାର ମାଗଣାରେ ସମସ୍ତ ସୁବିଧା ଯୋଗାଇ ଦେବେ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.