ଭୁବନେଶ୍ବର: କୋରୋନା ମୁକାବିଲା ପାଇଁ ସରକାର ଦେଶବ୍ୟାପୀ 21 ଦିନିଆ ଲକଡାଉନ ଘୋଷଣା କରିଥିବା ବେଳେ ଶୁକ୍ରବାର ସଂନ୍ଧ୍ୟା 8ଟାରୁ ଦୈତ୍ୟ ନଗରୀ ଭୁବନେଶ୍ବର ଓ କଟକ ସହ ଭଦ୍ରକ ଜିଲ୍ଲାରେ 48 ଘଣ୍ଟିଆ ସଟଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର ।
ଏହା ପୂର୍ବରୁ ରାଜଧାନୀରେ କମିଶନରେଟ ପୋଲିସ ପକ୍ଷରୁ ଲକଡାଉନ ନିୟମକୁ ଉଲ୍ଲଙ୍ଘନ କରି ଯାତାୟାତ କରୁଥିବା ଲୋକଙ୍କ ଉପରେ ଶକ୍ତ ହୋଇଥିବା ଦେଖିବାକୁ ମିଳିଛି। ଯେଉଁମାନେ ପୋଲିସ ପକ୍ଷରୁ ପ୍ରଦାନ କରାଯାଇଥିବା ପାସ ନ ଆଣି ରାସ୍ତାକୁ ବାହାରୁଛନ୍ତି ସେମାନଙ୍କୁ ଅଟକ ରଖି ସେମାନଙ୍କ ଗାଡିକୁ ଜବତ କରିବା ସହ ତାଙ୍କ ଠାରୁ ଫାଇନ ଆଦାୟ କରାଯାଇଛି ।
ଆବଶ୍ୟକସ୍ଥଳେ ସେମାନଙ୍କୁ ଥାନାକୁ ମଧ୍ୟ ନିଆ ଯାଉଛି । ପୂର୍ବରୁ ଘୋଷଣା ହୋଇଥିବା ଲକଡାଉନ ନିୟମକୁ ଲୋକେ ଉଲଙ୍ଘନ କରୁଥିବାରୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏନେଇ ଆଜି ଭୁବନେଶ୍ୱରର ଡ଼ମଣା ଛକ ନିକଟରେ ହୋଇଥିବା ଚେକିଙ୍ଗ ବେଳେ 4ରୁ ଉର୍ଦ୍ଧ୍ବ ଚାରି ଚକିଆ ଗାଡି ସହ 10ରୁ ଉର୍ଦ୍ଧ୍ବ ଦୁଇ ଚକିଆ ଗାଡି ମାଲିକଙ୍କୁ ନିୟମ ଉଲ୍ଲଙ୍ଘନ ପାଇଁ ମୋଟା ଆକାରର ଫାଇନ ଦେବାକୁ ପଡିଛି ।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ