ETV Bharat / city

ବସ ଚଳାଚଳରେ କଟକଣା, ମୁହାଁମୁହିଁ ସରକାର-ବସ ମାଲିକ ସଂଘ

author img

By

Published : Apr 16, 2021, 3:50 PM IST

ଯେଉଁ ବସମାନେ ନିୟମ ଉଲ୍ଲଙ୍ଘନ କରିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ତେବେ ଏହାକୁ ଘୋର ବିରୋଧ କରୁଛି ରାଜ୍ୟ ଘରୋଇ ବସ ମାଲିକ ସଂଘ । ଅଧିକ ପଢନ୍ତୁ...

ସରକାର ଓ ଘରୋଇ ବସ ମାଲିକ ସଂଘ ମୁହାଁମୁହିଁ
ସରକାର ଓ ଘରୋଇ ବସ ମାଲିକ ସଂଘ ମୁହାଁମୁହିଁ

ଭୁବନେଶ୍ବର: ରାଜ୍ୟରେ ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ବସ ଚଳାଚଳରେ କଟକଣା ଜାରି କରିଛନ୍ତି ସରକାର । ଏହାକୁ ନେଇ ସରକାର ଓ ଘରୋଇ ବସ ମାଲିକ ସଂଘ ମୁହାଁମୁହିଁ ସ୍ଥିତିକୁ ଆସିଛନ୍ତି । ରାଜ୍ୟ ବାହାର ବିଶେଷ କରି ଛତିଶଗଡ଼ ବସ ଚଳାଚଳ ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି ସରକାର । ଏହାସହ ରାଜ୍ୟ ଭିତରେ ଚଳାଚଳ କରୁଥିବା ବସ କୋରୋନା ନିୟମକୁ କଡାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ବସର କାପାସିଟି ଅନୁସାରେ ଯାତ୍ରୀ ବସିବେ । ଅଧିକ ଯାତ୍ରୀ ଯାଇପାରିବେନି ବୋଲି ସରକାର କଡା ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ସମସ୍ତ ବସ ମାଲିକଙ୍କୁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଯେଉଁ ବସମାନେ ନିୟମ ଉଲ୍ଲଙ୍ଘନ କରିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ତେବେ ଏହାକୁ ଘୋର ବିରୋଧ କରୁଛି ରାଜ୍ୟ ଘରୋଇ ବସ ମାଲିକ ସଂଘ । ଆନ୍ତରାଜ୍ୟ ବସ ଚଳାଚଳ ବନ୍ଦ କରିବାକୁ ନେଇ ସରକାରଙ୍କ ଉପରେ ବର୍ଷିଛି ଘରୋଇ ବସ ମାଲିକ ସଂଘ । ପ୍ରଥମ ପର୍ଯ୍ୟାୟରେ ସଂକ୍ରମଣରେ ସରକାର ବସ ମାଲିକଙ୍କୁ କିଛି ସହଯୋଗ କଲେ ନାହିଁ । ଅନେକ କଷ୍ଟରେ କର୍ମଚାରୀଙ୍କୁ ମାଲିକ ପୋଷିଲେ । ଆନ୍ତରାଜ୍ୟ ବସ ଚଳାଚଳ ସରକାର ବନ୍ଦ କଲେ ବସ ମାଲିକମାନେ ଋଣ ଶୁଝିବେ କେମିତି ବୋଲି ସଂଘ ପ୍ରଶ୍ନ କରିଛି ।

ବର୍ତ୍ତମାନ ସିଟିଂ ଅନୁଯାୟୀ ଯିବାକୁ ଅନୁମତି ଦେଲେ । ଛିଡା ହେବାର 16 ଜଣଙ୍କ ଟ୍ୟାକ୍ସ ସରକାର ଛାଡ଼ କରନ୍ତୁ । ଇନ୍ସୁରାନ୍ସ କମ୍ପାନୀର ଉଚ୍ଚ ଅଧିକାରୀଙ୍କ ସହ ଆଲୋଚନା କରି ସରକାର ବାଟ ବାହାର କରନ୍ତୁ । ବର୍ତ୍ତମାନ କୋମା ଷ୍ଟେଜରେ ବସ ମାଲିକମାନେ ଅଛନ୍ତି । ତେଣୁ ସରକାର ସ୍ୱତନ୍ତ୍ର ପ୍ୟାକେଜ ଆଣନ୍ତୁ । ବହୁ କଷ୍ଟରେ ଷ୍ଟାଫଙ୍କୁ ନେଇ ବସ ଚାଲିବା 4 ମାସ ହୋଇନି ଏଭଳି ବିପଦ ପୁଣି ଆସିଲା । ତେଣୁ ବସ ମାଲିକ ପରିବାର ଓ ଷ୍ଟାଫ ବଞ୍ଚିବେ କେମିତି ?

ରାତ୍ରି କର୍ଫ୍ୟୁ ହେଲେ ଲୋକ ଆସିବେ କେମିତି ଯେ ବସ ଚାଲିବ । ପରମିଟ ଅନୁଯାୟୀ 53 ଜଣ ବସିକି ଯିବେ ଓ 16 ଜଣ ଛିଡା ହୋଇ ଯିବାର ବ୍ୟବସ୍ଥା ରହିଛି । ଯାତ୍ରୀ ଛିଡା ହୋଇଯିବା ପାଇଁ ସରକାର ଅଢେଇ ହଜାର ଟଙ୍କା ଅଧିକ ନେଉଛନ୍ତି । ଇନ୍ସୁରାନ୍ସ ମଧ୍ୟ ନେଉଛନ୍ତି, ତାକୁ ଛାଡ଼ କରନ୍ତୁ ସରକାର ବୋଲି ଦାବି କରିଛି ସଂଘ । ଏପ୍ରିଲ ମାସ ପାଇଁ ଟ୍ୟାକ୍ସ ଦିଆଯାଇଛି । ତେଣୁ ଏହା ପରେ କଟକଣା ରହିଲେ ଓ ସରକାର ସହାୟତା ନ ଦେଲେ ଏପ୍ରଲ ମାସ ପରେ ଯାତ୍ରୀ ପରିବହନ ସମ୍ପୂର୍ଣ୍ଣ ବନ୍ଦ ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ଘରୋଇ ବସ ମାଲିକ ସଂଘର କୋଷାଧ୍ୟକ୍ଷ ବରଦା ପ୍ରସନ୍ନ ଆଚାର୍ଯ୍ୟ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.