ETV Bharat / city

ମାସକ ପାଇଁ କୋହଳ ହେଲା ହାଇ-ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ନିୟମ - The driver gets relief from the high security number plate for a month

ହାଇ-ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ନିୟମକୁ ମାସକ ପାଇଁ କୋହଳ କଲେ ସରକାର । ସୋମବାର ପରିବହନ ବିଭାଗର ଅଧିକାରୀଙ୍କ ସହିତ ଯାନ ନିର୍ମାତା ଓ ଡିଲରଙ୍କ ବୈଠକ ପରେ ଏହି ନିଷ୍ପତ୍ତି ହୋଇଛି ।

ଫାଇଲ ଫଟୋ
author img

By

Published : Sep 30, 2019, 11:46 PM IST

ଭୁବନେଶ୍ବର: ନୂଆ ମୋଟର ଯାନ ଆଇନକୁ ନେଇ ହରଡ଼ଘଣାରେ ପଡିଯାଇଛନ୍ତି ସରକାର । ନୂଆ ଆଇନ ହୋଇଥିବାରୁ ପ୍ରତ୍ୟେକ ଦିନ ଲୋକଙ୍କ ନାନା ସମସ୍ୟାର ସାମନା କରିବାକୁ ପଡୁଛି । ସମସ୍ୟାକୁ କେନ୍ଦ୍ର କରି ବ୍ୟବସ୍ଥାରେ ପରିବର୍ତ୍ତନ ଆଣୁଛନ୍ତି ସରକାର । ଏଣିକି ନୂଆ ଯାନ କିଣିବା ସମୟରେ ଗାଡି ସହ ନମ୍ବର ପ୍ଲେଟ୍‌ ଲଗାଇବା ବାଧ୍ୟତାମୂଳକ କରାଯାଇଛି । ହେଲେ ଏଥିରେ ପ୍ରତିବନ୍ଧକ ସାଜୁଛି ହାଇ-ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ।

relief from the high security number plate for a month
ଫଟୋ ସୌଜନ୍ୟ :ସମ୍ବାଦଦାତା, ଭୁବନେଶ୍ବର

ଏବେ ପାର୍ବଣର ସମୟ ଥିବାରୁ ଅଧିକ ଯାନ ବିକ୍ରି ହେଉଛି । ହେଲେ ସମସ୍ତଙ୍କୁ ହାଇ-ସିକ୍ୟୁରିଟି ନମ୍ବର ପ୍ଲେଟ ଯୋଗାଇଦେବା ଅସମ୍ଭବ ହୋଇପଡିଛି । ଏନେଇ ସୋମବାର ପରିବହନ ବିଭାଗର ଅଧିକାରୀଙ୍କ ସହିତ ଯାନ ନିର୍ମାତା ଓ ଡିଲରଙ୍କ ବୈଠକ ବସିଥିଲା ।

ଉକ୍ତ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଯାନ ବିକ୍ରି କରିବା ପରେ ପଞ୍ଜୀକରଣ ପାଇଁ ପ୍ରଥମେ ଡିଲର ଆବେଦନ କରିବେ । ନମ୍ବର ମିଳିବା ପରେ ଡିଲର ଏକ ଅଣ୍ଡରଟେକିଂ ଦେବେ । ଉକ୍ତ ଅଣ୍ଡରଟେକିଂରେ ଗାଡି ମାଲିକଙ୍କୁ ମାସକ ମଧ୍ୟରେ ଅର୍ଥାତ ଅକ୍ଟୋବର 1ରୁ 31 ମଧ୍ୟରେ ହାଇ-ସିକ୍ୟୁରିଟି ନମ୍ବର ପ୍ଲେଟ ପ୍ରଦାନ କରିବେ ବୋଲି ଉଲ୍ଲେଖ ରହିବ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ନୂଆ ମୋଟର ଯାଏଁ ଆଇନକୁ ନେଇ ହରଡ଼ଘଣାରେ ପଡିଛନ୍ତି ସରକାର। ନୂଆ ଆଇନ ହୋଇଥିବାରୁ ପ୍ରତିଦିନ ଲୋକଙ୍କ ସମସ୍ୟାକୁ ଆଧାର କରି ବ୍ୟବସ୍ଥା ରେ ପରିବର୍ତ୍ତନ ଆଣୁଛନ୍ତି ସରକାର। ନୂଆ ଯାନ କିଣିବା ବେଳେ ଗାଡି ସହିତ ନମ୍ବର ପ୍ଲେଟ ଲଗାଇ ଦେବା ବାଧ୍ୟତାମୂଳକ କରାଯାଇଛି। ହେଲେ ପ୍ରତିବନ୍ଧକ ସାଜୁଛି ହାଇ ସିକୁରୀଟି ନମ୍ବର ପ୍ଲେଟ। ବିଶେଷକରି ପାର୍ବଣ ସମୟରେ ଅଧିକ ଯାନ ବିକ୍ରି ହେଉଥିବାରୁ ସମସ୍ତଙ୍କୁ ହାଇ ସିକୁରୀଟି ନମ୍ବର ବିଶିଷ୍ଟ ପ୍ଲେଟ ଯୋଗାଇ ଦେବା ଅସମ୍ଭବ। ଏନେଇ ଆଜି ପରିବହନ ବିଭାଗର ଅଧିକାରୀଙ୍କ ସହିତ ଯାନ ନିର୍ମାତା ଓ ଡିଲରଙ୍କ ସହ ବୈଠକ ବସିଥିଲା। ବୈଠକରେ ହୋଇଥିବା ନିଷ୍ପତ୍ତି ମୁତାବକ ଯାନ ବିକ୍ରି କରିବା ପରେ ପଞ୍ଜିକରଣ ପାଇଁ। ପ୍ରଥମେ ଡିଲର ଆବେଦନ କରିବେ। ନମ୍ବର ମିଳିବା ପରେ ପ୍ରଥମେ ଏକ undertaking ଡିଲର ଦେବେ। ମାସକ ମଧ୍ୟରେ ଅର୍ଥାତ ଅକ୍ଟୋବର 1ରୁ 31 ମଧ୍ୟରେ ହାଇ ସିକୁରୀଟି ନମ୍ବର ପ୍ଲେଟ ଗାଡିର ମାଲିକଙ୍କୁ ପ୍ରଦାନ କରିବେ ବୋଲି ଲେଖିବେ।Body:KConclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.