ଭୁବନେଶ୍ବର: ପୁରୀ ଜିଲ୍ଲାରେ ନିର୍ମାଣାଧୀନ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟର ତଦାରଖ କରିଛନ୍ତି ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା । ଓଡ଼ିଶା ଆଦର୍ଶ ବିଦ୍ୟାଳୟର ନିର୍ମାଣଧୀନ କାର୍ଯ୍ୟ, ମାଝୀପଡ଼ା ସେତୁ ଓ ରତ୍ନଚିରା ନଦୀ ଉପରେ ମାଳସାହି ସେତୁର ନିର୍ମାଣଧୀନ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ନିର୍ଦ୍ଧାରିତ ସମୟ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରିବା ଲାଗି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯୋଜନା ବୋର୍ଡ ଉପାଧ୍ୟକ୍ଷ ।
ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କଲେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ରବିବାର ପୂର୍ବାହ୍ନରେ ଚାପମାଣିକ ଗ୍ରାମ ପଞ୍ଚାୟତ କାଶିଝରିଆ (ମୋଟୋ) ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନିର୍ମାଣଧୀନ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ପ୍ରଥମେ ଅନୁଧ୍ୟାନ କରିଛନ୍ତି ସଞ୍ଜୟ । ସ୍ପଟ ଭିଜିଟ କରିବା ସହ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟକୁ ଶୀଘ୍ର ଶେଷ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସଞ୍ଜୟ ।
ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କଲେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସେହିପରି ଅପରାହ୍ନରେ ବ୍ରହ୍ମଗିରି ବ୍ଲକ୍ କାଣ୍ଡଗୋଦା ଗ୍ରାମପଞ୍ଚାୟତର ଲୁଣା ନଦୀ ଉପରେ ମାଝୀପଡ଼ା ସେତୁ ଏବଂ ପୁରୀ ସଦର ବ୍ଲକର ପ୍ରତାପ ରାମଚନ୍ଦ୍ରପୁର ପଞ୍ଚାୟତର ରତ୍ନଚିରା ନଦୀ ଉପରେ ମାଳସାହି ସେତୁର ନିର୍ମାଣଧୀନ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ମଧ୍ୟ ଅନୁଧ୍ୟାନ କରିଛନ୍ତି । ଏହା ସହିତ ସେତୁର କାର୍ଯ୍ୟକୁ ଶୀଘ୍ର ଶେଷ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି ।
ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କଲେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ଗସ୍ତ ସମୟରେ ବ୍ରହ୍ମଗିରି ବ୍ଲକ୍ ତହସିଲଦାର କାହ୍ନୁଚରଣ ଘଡେ଼ଇ, ଗ୍ରାମ୍ୟ ଉନ୍ନୟନ ବିଭାଗ, କୋଠା ବାଡ଼ି ତଥା ସେତୁର ମୁଖ୍ୟ ଯନ୍ତ୍ରୀ ପଞ୍ଚାନନ ମହାନ୍ତି, ଅଧିକ୍ଷଣ ଯନ୍ତ୍ରୀ ରମେଶ ଚନ୍ଦ୍ର ବେହେରା, ନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ଆଚାର୍ଯ୍ୟ, ଉପ ନିର୍ବାହୀ ଯନ୍ତ୍ରୀ ଶ୍ରୀବତ୍ସ ଦାସ, ସହକାରୀ ଯନ୍ତ୍ରୀ ସୁରେନ୍ଦ୍ର ଗୁମାନ ସିଂ, ବିଦ୍ୟୁତବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରିୟରଞ୍ଜନ ବେହେରା, ସହକାରୀ ନିର୍ବାହୀ ଯନ୍ତ୍ରୀ ସୃତି ସ୍ନିତା ମିଶ୍ର, ଜଳ ଓ ପରିମଳ ବିଭାଗର ନିର୍ବାହୀ ଅରବିନ୍ଦ ଜେନା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ