ETV Bharat / city

ରାଜ୍ୟରେ ସାଙ୍ଘାତିକ କୋଭିଡ ମୃତ୍ୟୁ, 10 ଦିନରେ ଗଲାଣି 455 ଜୀବନ

author img

By

Published : Jun 27, 2021, 4:39 PM IST

ରାଜ୍ୟରେ କୋଭିଡ ସଂକ୍ରମଣରେ ସାମାନ୍ୟତମ ରୋକ୍ ଲାଗିଥିବା ବେଳେ କୋଭିଡ ଅମାନିଆଙ୍କ ଯୋଗୁଁ ମୃତ୍ୟୁ ସଂଖ୍ୟାରେ ଲାଗୁନି ରୋକ୍ । ଅଧିକ ପଢନ୍ତୁ...

ରାଜ୍ୟରେ ସାଙ୍ଘାତିକ ହେଉଛି ମୃତ୍ୟୁ, 10 ଦିନରେ ଗଲାଣି 455 ଜଣକ ଜୀବନ

ଭୁବନେଶ୍ବର: ରାଜ୍ୟରେ କୋଭିଡ ମୃତ୍ୟୁରେ ଲାଗୁନି ରୋକ୍ । ଏବେ ଦୈନିକ 40 ଜଣରୁ ଉର୍ଦ୍ଧ୍ବ ରହୁଛି ମୃତ୍ୟୁ ସଂଖ୍ୟା । ଦୈନିକ କୋରୋନା ପଜିଟିଭ ସଂଖ୍ୟା କିଛି ମାତ୍ରାରେ ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ଦିନକୁ ଦିନ ବଢିବାରେ ଲାଗିଛି ।

ରାଜ୍ୟରେ କୋରୋନା କଟକଣା ଲାଗିରହିଥିବା ବେଳେ ଅନେକ ଅମାନିଆଙ୍କ ପାଇଁ ସଂକ୍ରମଣରେ ବ୍ରେକ ଲାଗୁନି । ଜୁନ 17ରୁ ଜୁନ 27 ପର୍ଯ୍ୟନ୍ତ ରାଜ୍ୟରେ ହୋଇଥିବା ମୃତ୍ୟୁ ସଂଖ୍ୟା । ଜୁନ 17 ତାରିଖରେ ମୃତ୍ୟୁ ସଂଖ୍ୟା 39।ଜୁନ 18 ତାରିଖରେ ମୃତ୍ୟୁ ସଂଖ୍ୟା 37ଜୁନ 19 ତାରିଖରେ ମୃତ୍ୟୁ ସଂଖ୍ୟା 42ଜୁନ 20 ତାରିଖ ରେ ମୃତ୍ୟୁ ସଂଖ୍ୟା 40ଜୁନ 21 ତାରିଖରେ ମୃତ୍ୟୁ ସଂଖ୍ୟା 43ଜୁନ 22 ତାରିଖ ରେ ମୃତ୍ୟୁ ସଂଖ୍ୟା। 38ଜୁନ 23 ତାରିଖରେ ମୃତ୍ୟୁ ସଂଖ୍ୟା 46ଜୁନ 24 ତାରିଖରେ ମୃତ୍ୟୁ ସଂଖ୍ୟା 44ଜୁନ 25 ତାରିଖ ରେ ମୃତ୍ୟୁ ସଂଖ୍ୟା 40ଜୁନ 26 ତାରିଖରେ ମୃତ୍ୟୁ ସଂଖ୍ୟା 47ଜୁନ 27 ତାରିଖରେ ମୃତ୍ୟୁ ସଂଖ୍ୟା 39ତେବେ ରାଜ୍ୟରେ ଏହି 10 ଦିନ ମଧ୍ୟରେ ମୃତ୍ୟୁ ସଂଖ୍ୟା 455 ଜଣଙ୍କ ମୃତ୍ୟୁ ଘଟିଛି। ତେବେ ରାଜ୍ୟରେ ମୋଟ ଆକାରରେ 3 ହଜାର 887 ଜଣଙ୍କ ମୃତ୍ୟୁ ଘଟିଛି ।

ସରକାରୀ ତଥ୍ୟ ଅନୁଯାୟୀ, ଖୋର୍ଦ୍ଧାରେ 624 ଜଣ ସର୍ବାଧିକ କୋରୋନା ଜନିତ ମୃତ୍ୟୁବରଣ କରିଥିବା ବେଳେ ସୁନ୍ଦରଗଡରେ 345, ପୁରୀରେ 219, ରାୟଗଡାରେ 144, ମୟୂରଭଞ୍ଜରେ 127, କଳାହାଣ୍ଡିରେ 168, ଗଞ୍ଜାମରେ 327, କଟକରେ 272, ବାଲେଶ୍ୱରରେ 128 ଓ ଅନୁଗୁଳରେ 170 ଜଣ ମୃତ୍ୟୁ ବରଣ କରିଛନ୍ତି । ତେବେ ରାଜ୍ୟରେ ଆଂଶିକ ଲାକଡାଉନ ଆହୁରି 3 ଦିନ ରହିଥିବା ବେଳେ ଯେ ପର୍ଯ୍ୟନ୍ତ ICU ଓ ଭେଣ୍ଟିଲେଟରରେ ରୋଗୀ ମାନେ ଅଛନ୍ତି ସେମାନଙ୍କ ମୃତ୍ୟୁ ହାର ବଢିବା ନେଇ ଅନିମାନ କରାଯାଉଛି ।

ସେପଟେ ଗୋଟିଏ ଆଇସିୟୁରେ ମୃତ୍ୟୁ ହାର ହେଉଛି 72ରୁ 97 ପ୍ରତିଶତ, ଭେଣ୍ଟିଲେଟରରେ 97 ପ୍ରତିଶତ । ଯେ ପର୍ଯ୍ୟନ୍ତ ରୋଗୀ ମାନେ ଆଇସିୟୁ ଓ ଭେଣ୍ଟିଲେଟରରେ ରହି ଚିକିତ୍ସିତ ହେଉଥିବେ ସେପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ବଢିବା ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.