ETV Bharat / city

କୃଷି ବିଲ ବିରୋଧରେ ପ୍ରତି ଜିଲ୍ଲାରେ ଆନ୍ଦୋଳନ କରିବ କଂଗ୍ରେସ - କୃଷି ବିଲ ବିରୋଧରେ ପ୍ରତି ଜିଲ୍ଲାରେ ଆନ୍ଦୋଳନ କରିବ କଂଗ୍ରେସ

ଚଳିତ ମାସ ପନ୍ଦର ତାରିଖ ଅର୍ଥାତ୍ ଆସନ୍ତା ଶୁକ୍ରବାର ଭୁବନେଶ୍ବରରେ ରାଜଭବନ ଘେରାଉ କରିବ କଂଗ୍ରେସ । କେନ୍ଦ୍ର ସରକାର ତିନୋଟି କୃଷି ଆଇନ ପ୍ରତ୍ୟାହାର କରିବା ଦାବିରେ ଏହି ଘେରାଉ କରାଯିବ ବୋଲି କିଷାନ କଂଗ୍ରେସ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

କୃଷି ବିଲ ବିରୋଧରେ ପ୍ରତି ଜିଲ୍ଲାରେ ଆନ୍ଦୋଳନ କରିବ କଂଗ୍ରେସ

author img

By

Published : Jan 13, 2021, 10:39 PM IST

ଭୁବନେଶ୍ବର : ଚଳିତ ମାସ ପନ୍ଦର ତାରିଖ ଅର୍ଥାତ୍ ଆସନ୍ତା ଶୁକ୍ରବାର ଭୁବନେଶ୍ବରରେ ରାଜଭବନ ଘେରାଉ କରିବ କଂଗ୍ରେସ । କେନ୍ଦ୍ର ସରକାର ତିନୋଟି କୃଷି ଆଇନ ପ୍ରତ୍ୟାହାର କରିବା ଦାବିରେ ଏହି ଘେରାଉ କରାଯିବ ବୋଲି କିଷାନ କଂଗ୍ରେସ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି ।

କୃଷି ବିଲ ବିରୋଧରେ ପ୍ରତି ଜିଲ୍ଲାରେ ଆନ୍ଦୋଳନ କରିବ କଂଗ୍ରେସ

ଚାଷୀ ଆନ୍ଦୋଳନକୁ ଆଖି ଆଗରେ ରଖି ସୁପ୍ରିମକୋର୍ଟ ଦେଇଥିବା ରାୟକୁ ସ୍ୱାଗତ କରୁଛି କଂଗ୍ରେସ କିନ୍ତୁ ଯେଉଁ ଚାରି ଜଣଙ୍କୁ କମିଟିରେ ରଖିଛନ୍ତି ସେମାନଙ୍କ ପ୍ରତି ସନ୍ଦେହ ହେଉଛି ବୋଲି କଂଗ୍ରେସ କହିଛି । ତେଣୁ ଏହା ପୂର୍ବରୁ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଥିଲା । ଆଗକୁ ଏହି ଆନ୍ଦୋଳନ ପ୍ରତି ଗାଁକୁ ନିଆଯିବ ବୋଲି କିଷାନ କଂଗ୍ରେସ ପକ୍ଷରୁ କୁହାଯାଇଛି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.