ହାଇଦ୍ରାବାଦ: ଗଞ୍ଜାମରେ କୋରୋନାର ପ୍ରଖର ସ୍ରୋତକୁ ଦୁଇ ଆଇଏଏସ୍ ଅଧିକାରୀଙ୍କ ଉଲ୍ଲେଖନୀୟ କାର୍ଯ୍ୟ ହିଁ ଅଟକାଇବାରେ ସକ୍ଷମ ହୋଇଛି । ମହାମାରୀର କରାଳ ସମୟରେ ଗଞ୍ଜାମ ଜିଲ୍ଲାକୁ ମୁକାବିଲା ପାଇଁ ପଠାଯାଇଥିଲା । ଆଉ ସେମାନଙ୍କ ସଫଳ ମୁକାବିଲା ପାଇଁ ଆଜି ଶ୍ରେୟ ଦେଇଛନ୍ତି ରାଜ୍ୟ ସରକାର ।
ଦୁଇ ଆଇଏଏସଙ୍କୁ ମୁଖ୍ୟ ଶାସନ ସଚିବ କରିଛନ୍ତି ପ୍ରଶଂସା । ଗଞ୍ଜାମରେ କୋରୋନା ମୁକାବିଲାରେ ଭଲ କାମ ପରେ ପାରୁଲ ପାଟୱାରୀ ଏବଂ ବିଶାଲ ସିଂଙ୍କୁ ଖୋର୍ଦ୍ଧା ଏବଂ ବିଏମସିରେ କୋରୋନା ମୁକାବିଲା ପାଇଁ ପଠାଇବେ ସରକାର ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ