ETV Bharat / city

‘ଯୁବଶକ୍ତି ପାଇଁ ବିନିଯୋଗ ଆମ ଦେଶର ଭବିଷ୍ୟତ ପାଇଁ ବିନିଯୋଗ’

author img

By

Published : Aug 10, 2021, 8:12 AM IST

ଇନ୍‌ଡୋର ଷ୍ଟାଡିୟମ୍ ନିର୍ମାଣ ଓ କ୍ରୀଡ଼ାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି, ଯାହାପରେ ପ୍ରତିକ୍ରିୟା ରଖିଛନ୍ତି ନ୍ୟାୟ ଓ ମହିଳା ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା । ଅଧିକ ପଢ଼ନ୍ତୁ...

Chief Minister Naveen Pattnaik, construction of 89 indoor stadium, development of the sport,  Justice and Women's Empowerment Minister, Ashok Panda, ମନ୍ତ୍ରୀ ଅଶୋକ ପଣ୍ଡା, ଇନ୍‌ଡୋର ଷ୍ଟାଡିୟମ୍ ନିର୍ମାଣ, ନ୍ୟାୟ ଓ ମହିଳା ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା
‘ଯୁବଶକ୍ତି ପାଇଁ ବିନିଯୋଗ ଆମ ଦେଶର ଭବିଷ୍ୟତ ପାଇଁ ବିନିଯୋଗ’

ଭୁବନେଶ୍ବର: ଇନ୍‌ଡୋର ଷ୍ଟାଡିୟମ୍ ନିର୍ମାଣ ନିମନ୍ତେ କ୍ରୀଡ଼ାର ବିକାଶ ପାଇଁ ସୋମବାର ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ଯୁବବର୍ଗଙ୍କ ବ୍ୟକ୍ତିତ୍ଵର ବିକାଶ, ଅନ୍ତର୍ନିହିତ ଶକ୍ତିର ଉପଯୋଗ ତଥା ଆତ୍ମବିଶ୍ବାସ ବୃଦ୍ଧି କରିବାରେ କ୍ରୀଡ଼ା ଗୁରୁତ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । କ୍ରୀଡ଼ାରେ ପୁଞ୍ଜି ବିନିଯୋଗ ଯୁବଶକ୍ତି ପାଇଁ ବିନିଯୋଗ ଅଟେ ଏବଂ ଯୁବଶକ୍ତି ପାଇଁ ବିନିଯୋଗ ଆମ ଦେଶର ଭବିଷ୍ୟତ ପାଇଁ ବିନିଯୋଗ ଅଟେ ବୋଲି ପ୍ରତିକ୍ରିୟା ଦେଇ କହିଛନ୍ତି ସାମାଜିକ ନ୍ୟାୟ ଓ ମହିଳା ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘‘ମୋ ସରକାର କ୍ରୀଡ଼ାର ବିକାଶକୁ ସର୍ବାଧିକ ଗୁରୁତ୍ବ ଦେଇଆସିଛି । ଏବେ ଆମ ରାଜ୍ୟ ଓଡ଼ିଶା କ୍ରୀଡ଼ା କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ । ଆମେ ହକି ବିଶ୍ଵକପ୍ ୨୦୧୮ ସହିତ ଏକାଧିକ ଆନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ସଫଳତାର ସହିତ ଆୟୋଜନ କରିଛୁ । ୨୦୨୩ ପୁରୁଷ ହକି ବିଶ୍ବକପ୍ ଆମେ ପୁଣିଥରେ ଉଭୟ ଭୁବନେଶ୍ବର ଓ ରାଉରକେଲାଠାରେ ଆୟୋଜନ କରିବାକୁ ଯାଉଛୁ ଏବଂ ଏଥିପାଇଁ ଆମେ ଦେଶର ସର୍ବବୃହତ ହକି ଷ୍ଟାଡ଼ିୟମ୍ ରାଉରକେଲାରେ ନିର୍ମାଣ କରୁଛୁ । ବିଜୁ ବାବୁଙ୍କ ଆନ୍ତରିକ ଇଚ୍ଛା ଥିଲା ଯେ, ପ୍ରତ୍ୟେକ ଓଡ଼ିଆ ନିଜ ପ୍ରତିଭା ବିକାଶ ନିମନ୍ତେ ଉପଯୁକ୍ତ ସୁଯୋଗ ପାଆନ୍ତୁ, ପ୍ରତ୍ୟେକ କ୍ଷେତ୍ରରେ ଉତ୍କର୍ଷ ହାସଲ କରି ସଫଳତାର ଶିଖର ସ୍ପର୍ଶ କରନ୍ତୁ । ସେହି ଦୃଷ୍ଟିଭଙ୍ଗୀ ଆଧାରରେ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ କ୍ରୀଡ଼ା ପ୍ରତିଭାମାନଙ୍କୁ ଚିହ୍ନଟ କରି ସେମାନଙ୍କ ପ୍ରତିଭାର ଉପଯୁକ୍ତ ବିକାଶ ପାଇଁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇଦେବା ହେଉଛି ଆମର ଲକ୍ଷ୍ୟ।’’

‘‘ପୌରାଞ୍ଚଳରେ ଇନ୍‌ଡୋର ଷ୍ଟାଡିୟମ୍ ନିର୍ମାଣ ପାଇଁ ୯ କୋଟି ୫୫ ଲକ୍ଷ ଟଙ୍କାର ଅନୁଦାନ ଅନୁମୋଦନ ପାଇଁ ମୁଁ ବହୁତ ଖୁସି । ଆପଣମାନଙ୍କ ସକ୍ରିୟ ସହଯୋଗରେ ନିର୍ମିତ ହେବାକୁ ଥିବା ଏହି କ୍ରୀଡ଼ା ଭିତ୍ତିଭୂମି ଆଗାମୀ ସମୟରେ ଆମ ପିଲାମାନଙ୍କୁ ବିଭିନ୍ନ କ୍ରୀଡ଼ାରେ ଉତ୍କୃଷ୍ଟତା ହାସଲ କରିବା ପାଇଁ ସହାୟକ ହେବା ସହିତ ଆମ ରାଜ୍ୟକୁ କ୍ରୀଡ଼ା ଏବଂ କ୍ରୀଡ଼ାବିତ୍‌ମାନଙ୍କର ଏକ ପ୍ରମୁଖ ପୃଷ୍ଠ ପୋଷକ ଭାବରେ ଯେ ପ୍ରତିଷ୍ଠିତ କରାଇବ ଏଥିରେ ସନ୍ଦେହ ନାହିଁ ।’’

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.