ETV Bharat / city

କୋରୋନା କାଳରେ କ୍ଷତି ସହିବା ପରେ ଅଣ୍ଟା ସଳଖୁଛି ବୁଟିକ ବ୍ୟବସାୟ

author img

By

Published : Aug 19, 2020, 7:21 PM IST

କୋରୋନା ଏମିତି ଅନେକ ଲୋକଙ୍କ ଜୀବନ ଜୀବିକାକୁ ସ୍ଥାଣୁ କରି ଦେଇଛି । ଯେଉଁଥିରେ ବୁଟିକ କରି ଲୋକମାନଙ୍କ ମନ ପସନ୍ଦର ପୋଷାକ ତିଆରି କରୁଥିବା କାରିଗର ଓ ଡ଼ିଜାଇନରମାନେ ମଧ୍ୟ ଅନେକ ପରିମାଣରେ କ୍ଷତି ସହିଛନ୍ତି। ଦୀର୍ଘ 4 ମାସର ବାରି ବାରି ଲାକଡାଉନ ପରେ ଏବେ ରାଜ୍ୟରେ ଅନଲକର ପର୍ଯ୍ୟାୟ ଆରମ୍ଭ ହୋଇଛି। କିନ୍ତୁ ଏବେ ବି ରାଜ୍ୟରେ କରୋନା ସଂକ୍ରମଣ ପୂର୍ବ ତୁଳନାରେ ବୃଦ୍ଧି ପାଇବାରେ ଲାଗିଛି ।

କୋରୋନା କାଳରେ କ୍ଷତି ସହିବା ପରେ ଅଣ୍ଟା ସଳଖୁଛି ବୁଟିକ ବ୍ୟବସାୟ
କୋରୋନା କାଳରେ କ୍ଷତି ସହିବା ପରେ ଅଣ୍ଟା ସଳଖୁଛି ବୁଟିକ ବ୍ୟବସାୟ

ଭୁବନେଶ୍ୱର: ମେସିନର ଶଦ୍ଦ ଓ ଦୈନନ୍ଦିନ କାର୍ଯ୍ୟ। ପୁଣି ଥରେ ଜୀବନ ସ୍ବାଭାବିକ ହେବା ଭଳି ମନେ ହେଉଛି । ଗ୍ରାହକଙ୍କ ଗହଳି ଚହଳି ଏତେଟା ନଥିବା ବେଳେ ସମସ୍ତେ ନିଜ ନିଜ କାର୍ଯ୍ୟରେ ଲାଗି ପଡିଛନ୍ତି । ଦେଖୁନାହାଁନ୍ତି କେମିତି ସୁନ୍ଦର ଡିଜାଇନ ଡ୍ରେସ ଗୁଡିକୁ କିଏ ଇସ୍ତ୍ରୀ ଦେଉଛି ତ ଆଉ କିଏ ସଜାଡି ରଖି ଦେଉଛି।

କୋରୋନା ଏମିତି ଅନେକ ଲୋକଙ୍କ ଜୀବନ ଜୀବିକାକୁ ସ୍ଥାଣୁ କରି ଦେଇଛି । ଯେଉଁଥିରେ ବୁଟିକ ବାଦ ପଡିନି । ଲୋକମାନଙ୍କ ମନ ପସନ୍ଦର ପୋଷାକ ତିଆରି କରୁଥିବା କାରିଗର ଓ ଡ଼ିଜାଇନରମାନେ ମଧ୍ୟ ଅନେକ ପରିମାଣରେ କ୍ଷତି ସହିଛନ୍ତି । ହେଲେ ଅନଲକ ପର୍ଯ୍ୟାୟରେ ବୁଟିକମାନଙ୍କ ସ୍ଥିତି ଧୀରେ ଧୀରେ ସ୍ୱାଭାବିକ ଆଡ଼କୁ ଆଗଉଥିବା ଜଣାପଡିଛି ।

ଏଥିରେ ଥିବା କର୍ମଚାରୀମାନେ ବିଶେଷଭାବେ ପ୍ରଭାବିତ ହୋଇଥିଲେ ବି ସେମାନଙ୍କ ନିଯୁକ୍ତିଦାତାମାନେ ସେମାନଙ୍କ ପ୍ରତି କୌଣସି ପ୍ରକାର ଅବହେଳା କରିନାହାଁନ୍ତି । ତେବେ ସରକାରୀ ନିର୍ଦେଶାବଳୀକୁ ପାଳନ କରି ରାଜଧାନୀର ବୁଟିକମାନେ ଅନେକ ଆଶା ନେଇ ନିଜ ବ୍ୟବସାୟ ଆରମ୍ଭ କରୁଥିବା ଦେଖିବାକୁ ମିଳିଛି।

ଦୀର୍ଘ 4 ମାସ କାର୍ଯ୍ୟ ବନ୍ଦ ରହିଥିବାରୁ ମାସ୍କ ପ୍ରସ୍ତୁତି କାର୍ଯ୍ୟରେ କର୍ମଚାରୀମାନେ ଲାଗି ପଡିଥିଲେ। ଯେଉଁଥିରେ ସେମାନେ ଲୋକମାନଙ୍କ ଆବଶ୍ୟକତା ପୂରଣ କରିବା ସହିତ ନିଜ ପରିବାର ଚଳାଇବା ପାଇଁ ଆର୍ଥିକ ସହାୟତା ପାଇପାରୁଥିବା କହିଛନ୍ତି ବୁଟିକ ମାଲିକମାନେ। ଏହା ସହିତ ଲୋକମାନଙ୍କ ଯିବା ଆସିବା ବନ୍ଦ ସ୍ୱତ୍ତ୍ୱେ ଅନେକ ଗ୍ରାହକ ତାଙ୍କ ପୋଷାକ ପ୍ରସ୍ତୁତି ପାଇଁ ଯୋଗାଯୋଗ କରିଥିବାବେଳେ ସେ ସବୁକୁ ସେମାନେ ଅନଲାଇନ ଯୋଗେ ଅର୍ଡର ଗ୍ରହଣ କରିବା ସହିତ ତାଙ୍କୁ କୋରିଅର ଯୋଗେ ପଠାଉଛନ୍ତି ।

ଏହା ଛଡା ସ୍ୱଉପସ୍ଥିତିର ସୁଯୋଗ ନଥିବାରୁ ସେମାନେ ସାମାଜିକ ଗଣମାଧ୍ୟମ ଜରିଆରେ ନିଜ ସାମଗ୍ରୀର ପ୍ରଚାର ଓ ପ୍ରସାର କରିବା ସହ ସେଥିରୁ କଷ୍ଟମରଙ୍କ ଡିମାଣ୍ଡ ଅନୁଯାୟୀ ଅର୍ଡର ରଖି ପୋଷାକ କରି ଦେଉଥିବା କହିଛନ୍ତି। ଏହି ପ୍ରକ୍ରିୟା ଏବେ ଧୀରେ ଧୀରେ ବଢ଼ୁଥିବାବେଳେ ଏହା ଦ୍ୱାରା ବୁଟିକ୍ କର୍ମଚାରୀମାନେ ମଧ୍ୟ ସୁରକ୍ଷିତ ମଣୁଥିବା କହିଛନ୍ତି। ତେବେ ପୁଣି ଥରେ ପୂର୍ବ ସ୍ଥିତି ଫେରି ଆସିବା ସହ ଏହି କାର୍ଯ୍ୟ ଉପରେ ନିର୍ଭର କରୁଥିବା ପରିବାର ଆର୍ଥିକ ଭାବେ ସମୃଦ୍ଧ ହୋଇ ଉଠିବ ବୋଲି ଆଶା ରହିଛି ।

ବୃତ୍ତି ଏ ମୋର ପୋଷେ କୁଟୁମ୍ବ। ହେଲେ ଲକଡାଉନ ସବୁ କିଛି ସଟଡାଉନ କରିଦେଇଛି। ଧୀରେ ଧୀରେ ପରିସ୍ଥିତି ଓ ପରିବେଶ ସହ ଲୋକମାନେ ଆଗକୁ ବଢୁଥିବା ବେଳେ ଏହି ପରିସ୍ଥିତି ଯେ ଖୁବ୍ ଶୀଘ୍ର ଅପସରି ଯିବ ସେଥିରେ ସନ୍ଦେହ ନାହିଁ।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.