ETV Bharat / city

ବିଧାୟିକା ଓ ଓଡିଶା ମୋ ପରିବାରର ହସ୍ତକ୍ଷେପରେ ଦୁବାଇରୁ ଫେରିଲା ପ୍ରବାସୀଙ୍କ ମୃତଦେହ

କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଓ ଓଡିଶା ମୋ ପରିବାରର ହସ୍ତକ୍ଷେପ ଓ ସହଯୋଗରେ ଦୁବାଇରେ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକଙ୍କ ମୃତଦେହ ନିଜ ଗ୍ରାମକୁ ଫେରିପାରିଛି । ଅଧିକ ପଢନ୍ତୁ...

ବିଧାୟିକା ଓ ଓଡିଶା ମୋ ପରିବାରର ହସ୍ତକ୍ଷେପରେ ଦୁବାଇରୁ ଫେରିଲା ପ୍ରବାସୀଙ୍କ ମୃତଦେହ
ବିଧାୟିକା ଓ ଓଡିଶା ମୋ ପରିବାରର ହସ୍ତକ୍ଷେପରେ ଦୁବାଇରୁ ଫେରିଲା ପ୍ରବାସୀଙ୍କ ମୃତଦେହ
author img

By

Published : May 22, 2021, 10:38 PM IST

ଭୁବନେଶ୍ବର: କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଓ ଓଡିଶା ମୋ ପରିବାରର ହସ୍ତକ୍ଷେପ ଓ ସହଯୋଗରେ ଦୁବାଇରେ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକଙ୍କ ମୃତଦେହ ନିଜ ଗ୍ରାମକୁ ଫେରିପାରିଛି ।

ବିଧାୟିକା ଓ ଓଡିଶା ମୋ ପରିବାରର ହସ୍ତକ୍ଷେପରେ ଦୁବାଇରୁ ଫେରିଲା ପ୍ରବାସୀଙ୍କ ମୃତଦେହ
ବିଧାୟିକା ଓ ଓଡିଶା ମୋ ପରିବାରର ହସ୍ତକ୍ଷେପରେ ଦୁବାଇରୁ ଫେରିଲା ପ୍ରବାସୀଙ୍କ ମୃତଦେହ

ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଗୁଡ଼ିଆଳି ଗ୍ରାମର 45 ବର୍ଷୀୟ ଗୌରହରୀ ସ୍ବାଇଁ । ସେ ଦୁବାଇରେ ପ୍ରବାସୀ ଶ୍ରମିକ ଭାବେ କାମ କରୁଥିଲେ । ହେଲେ ଗତ 5 ତାରିଖରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ।

ତାଙ୍କ ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ଦୁବାଇରୁ ଓଡିଶାକୁ ମୃତ ଶରୀର ଆଣିବା ତାଙ୍କ ପକ୍ଷରେ ସମ୍ଭବ ପର ହୋଇନଥିଲା । ଏନେଇ ତାଙ୍କ ସମ୍ପର୍କୀୟ ଟ୍ବିଟ ମାଧ୍ୟମରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କୁ ସାହାଯ୍ୟ ପାଇଁ ଅବଗତ କରିଥିଲେ ।

ବିଧାୟିକାଙ୍କ ଉଦ୍ୟମ ଆଉ ଓଡିଶା ମୋ ପରିବାରର ସହାୟତାରେ ମୃତ ଶରୀରଟି ଦୁବାଇରୁ ଆସି ଶନିବାର ଓଡିଶାରେ ପହଞ୍ଚିଛି । ବିଧାୟିକା ଲତିକା ପ୍ରଧାନ ନିଜେ ଭୁବନେଶ୍ବରରେ ଉପସ୍ଥିତ ରହି ମୃତ ଶରୀରକୁ ଏକ ଆମ୍ବୁଲାନ୍ସ ମାଧ୍ୟମରେ ତାଙ୍କ ଜନ୍ମମାଟି କୋଦଳା ସ୍ଥିତି ବଡ଼ ଗୁଡ଼ିଆଳି ଗ୍ରାମକୁ ପଠାଇବା ବ୍ୟବସ୍ଥା କରିଛନ୍ତି ।

ମର ଶରୀର ଆଣିବାରେ ଓଡିଶା ମୋ ପରିବାର ଓ କବିସୂର୍ଯ୍ୟନଗର ବିଧାୟିକାଙ୍କ ସାହାର୍ଯ୍ୟ ଓ ସହଯୋଗକୁ ମୃତ ଗୌରହରୀଙ୍କ ପରିବାର ଓ ଗ୍ରାମବାସୀ ଧନ୍ୟବାଦ ଜଣାଇଛନ୍ତି । ଗୌରହରୀଙ୍କ ଅନ୍ତେଷ୍ଟି ବ୍ୟବସ୍ଥା ମଧ୍ୟ ଓଡିଶା ମୋ ପରିବାର ଓ ବିଧାୟିକାଙ୍କ ପକ୍ଷରୁ କରାଯାଇଛି ।

ଏଥିସହ ଆବଶ୍ୟକ ପଡିଲେ ଭବିଷ୍ୟତରେ ମଧ୍ୟ ସମସ୍ତ ସୁବିଧା ଓଡିଶା ମୋ ପରିବାର ତରଫରୁ ଯୋଗାଇ ଦିଆଯିବ ବୋଲି ବିଧାୟିକା କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.