ଭୁବନେଶ୍ବର: ରାଜଧାନୀରେ ଦିନକୁ ଦିନ ଅସମ୍ଭାଳ ହେଉଛି ସ୍ଥିତି । କୋରୋନା ଦ୍ବିତୀୟ ଲହର ଗମ୍ଭୀର ହେଲେ ବି ମାନୁ ନାହାନ୍ତି ଅମାନିଆ । ହାଟ ବଜାରରେ ଲାଗୁଛି ଆସମ୍ଭାଳ ଭିଡ । ଲୋକଙ୍କ ପ୍ରବଳ ଭିଡ ପାଇଁ ପ୍ରଥମେ ମାର୍କେଟ ବିଲ୍ଡିଂକୁ ସିଲ କରିବା ପରେ ଏବେ ସହିଦ ନଗର ସ୍ଥିତ ରିଲାଏନ୍ସ ଟ୍ରେଣ୍ଡକୁ ସାତ ଦିନ ପାଇଁ ସିଲ କରାଯାଇଛି ।
ରିଲାଏନ୍ସ ଟ୍ରେଣ୍ଡରୁ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ସାତ ଦିନ ପାଇଁ ରିଲାଏନ୍ସ ଟ୍ରେଣ୍ଡକୁ ସିଲ କରାଯାଇଛି । ଏହା ସହିତ ଡମଣା ହାଟକୁ ମଧ୍ୟ ସିଲ କରାଯାଇଛି ।
ସପ୍ତାହକୁ ତିନିଦିନ ବସେ ଡମଣା ହାଟ । କୋଭିଡ କଟକଣା ପାଇଁ ସଂନ୍ଧ୍ୟା 6ଟା ଯାଏଁ ହାଟ ଚାଲେ । ମାତ୍ର ରାସ୍ତା କଡରେ ବେପାରୀ ରାତି 8ଟା ଯାଏଁ ପରିବା ବିକ୍ରି କରୁଛନ୍ତି । ଏହା ସହିତ ହାଟରେ ପ୍ରବଳ ଭିଡ ଦେଖିବାକୁ ମିଳିଛି । ତେଣୁ ଡମାଣା ହାଟକୁ 48ଘଣ୍ଟା ପାଇଁ ସିଲ କରିଛି ବିଏମସି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ