ETV Bharat / city

ଶୀତଋତୁରେ କୋରୋନା ମୁକାବିଲା ପାଇଁ ବିଏମସି ପ୍ରସ୍ତୁତ: ପ୍ରେମଚନ୍ଦ୍ର ଚୌଧୁରୀ

author img

By

Published : Nov 10, 2020, 9:23 PM IST

ଆଗକୁ ଶୀତଋତୁ ଆସୁଥିବାରୁ କୋରୋନା ମୁକାବିଲା ପାଇଁ ବିଏମସି ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ଏନେଇ ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି ।

ଶୀତଋତୁରେ କୋରୋନା ମୁକାବିଲା ପାଇଁ ବିଏମସି ପ୍ରସ୍ତୁତ

ଭୁବନେଶ୍ବର: ଆଗକୁ ଶୀତଋତୁ ଆସୁଥିବାରୁ ରାଜଧାନୀରେ କରୋନାର ମୁକାବିଲା ପାଇଁ ବିଏମସି ପ୍ରସ୍ତୁତ ରହିଛି । ଏନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି । ବର୍ତ୍ତମାନ ରାଜଧାନୀର ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ ଏନଫୋର୍ସମେଣ୍ଟ ଜାରି ରହି ଥିବାବେଳେ ସଚେତନତା କର୍ଯ୍ୟକ୍ରମ ମଧ୍ୟ ଚାଲୁଛି ବୋଲି ସେ କହିଥନ୍ତି ।

ରାଜଧାନୀରେ ବିଭିନ୍ନ ହସ୍ପିଟାଲରେ ମଧ୍ୟ ବେଡ୍ ସଂଖ୍ୟା ବୃଦ୍ଧି କରାଯାଇଛି । ଆଗକୁ ଧନତେରାସ୍ ଆସୁଥିବାରୁ ତିନୋଟି ଜୋନର ଜେଡିସିମାନେ ନିଜ ନିଜ ଅଞ୍ଚଳର ଗହଣା ଦୋକାନ ଉପରେ ନଜର ରଖିଛନ୍ତି । ଏଥିସହ ଆଜି(ମଙ୍ଗଳବାର) ହୋଟେଲ ଏବଂ କଲ୍ୟାଣମଣ୍ଡପ ଆସୋସିଏସନ ସହ ବିଏମସି କଥା ହେଇଛି । ସେହିପରି ବାହାଘର ସିଜିନ୍ ଆସୁଥିବାରୁ କିଭଳି ମଣ୍ଡପରେ ଭିଡ ନିୟନ୍ତ୍ରଣ ହେବ ସେନେଇ ମଧ୍ୟ ବିଏମସି ଗୁରୁତ୍ୱ ଦେଇ ଖୁବଶୀଘ୍ର ଏକ ନୂଆ ଗାଇଡ୍ ଲାଇନ ଅଣାଯିବ । ତେବେ ବିଏମସି ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ଯେ, "ଆମେ ରିକ୍ସ ନେବା ମୁଡରେ ନାହୁଁ । କୋରୋନା ମୁକାବିଲା ପାଇଁ ସମ୍ପୁର୍ଣ୍ଣ ପ୍ରସ୍ତୁତ ରହିଛୁ ।"

ଭୁବନେଶ୍ବରରୁ ସଞ୍ଜିବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.