ETV Bharat / city

ଉପରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଉତ୍କଳ ବିଶ୍ଵବିଦ୍ୟାଳୟ ସ୍ଥିତି ପରିଖିଲେ ବିଏମସି କମିଶନର

ଉପରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଉତ୍କଳ ବିଶ୍ଵବିଦ୍ୟାଳୟରେ ବିଏମସି କମିଶନର । ଅଧିକ ପଢନ୍ତୁ...

author img

By

Published : Mar 25, 2021, 6:21 AM IST

ଉପରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଉତ୍କଳ ବିଶ୍ଵବିଦ୍ୟାଳୟ ସ୍ଥିତି ପରିଖିଲେ ବିଏମସି କମିଶନର
ଉପରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଉତ୍କଳ ବିଶ୍ଵବିଦ୍ୟାଳୟ ସ୍ଥିତି ପରିଖିଲେ ବିଏମସି କମିଶନର

ଭୁବନେଶ୍ବର: ଉପରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଉତ୍କଳ ବିଶ୍ଵବିଦ୍ୟାଳୟରେ ବିଏମସି କମିଶନର। ଉପ ରାଷ୍ଟ୍ରପତିଙ୍କ ଗସ୍ତ ନେଇ ସମୀକ୍ଷା କଲେ ବିଏମସି କମିଶନର । ଏପ୍ରିଲ 3 ତାରିଖରେ ଉତ୍କଳ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ।

ସମାଵର୍ତ୍ତନ ଉତ୍ସବରେ କିପରି କୋରୋନା କଟକଣା ପାଳନ କରାଯାଇପାରିବ ତାହାର ଯାଞ୍ଚ କରିଛନ୍ତି । ଉତ୍ସବ ହେବାକୁ ଥିବା ଧର୍ମପଦ ହଲରେ ବୁଲିଦେଖିବା ସହିତ କୁଳପତି ଏବଂ କୁଳସଚିବଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି ବିଏମସି କମିଶନର । ଉତ୍ସବରେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ଏବଂ ସାନିଟାଇଜରକୁ ବାଧ୍ୟତାମୂଳକ କରିବା ପାଇଁ ବିଶ୍ବବିଦ୍ୟାଳୟ କୁଳପତିଙ୍କ ସହ ଆଲୋଚନା କରିଛନ୍ତି । ଯେଉଁମାନେ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ସେମାନଙ୍କର କୋଭିଡ ଟେଷ୍ଟ ବାଧ୍ୟତା ମୂଳକ କରାଯିବ । ଏହାସହ ଯେଉଁମାନେ ଉପରାଷ୍ଟ୍ରପତିଙ୍କ ନିକଟତର ହେବେ ସେମାନଙ୍କର RTPCR ଟେଷ୍ଟ ବାଧ୍ୟତାମୂଳକ କରାଯିବା ପାଇଁ ନିଷ୍ପତ୍ତି ହୋଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.