ଭୁବନେଶ୍ବର: ବିଜେଡିର ମହିଳା ସଶକ୍ତିକରଣ ଉଦ୍ୟମକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି ବିଜେପି ମୋର୍ଚ୍ଚା। ଏନେଇ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି ମହିଳା ମୋର୍ଚ୍ଚା। ମୁଖ୍ୟମନ୍ତ୍ରୀ ମହିଳାଙ୍କ କଥା ମନେ ପକାଇଛନ୍ତି ମାତ୍ର ବାସ୍ତବତା ହେଲା ଏବେ ନିଜର ହକ ପାଇଁ ସବୁଠି ମହିଳା ମାନେ ଧାରଣାରେ ବସୁଛନ୍ତି। ରାଜଧାନୀରେ ଲମ୍ବା ସମୟ ଧରି ପ୍ରତିବାଦରେ ବସିଥିବା ANMଙ୍କ ଦାବି କଥା କ'ଣ ମୁଖ୍ୟମନ୍ତ୍ରୀ ଜାଣିପାରୁନାହାଁନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଜେପିର ମହିଳା ମୋର୍ଚ୍ଚା ସ୍ମୃତି ପଟ୍ଟନାୟକ ।
365 ଦିନ ରାଜଧାନୀର ରାଜରାସ୍ତାରେ ପ୍ରତିବାଦ କରୁଛନ୍ତି ମହିଳା, ନିଜ ଦାବି ପାଇଁ ରାଜରାସ୍ତାରେ ବସି ରହୁଛନ୍ତି ବୋଲି ବିଜେପି ମହିଳା ମୋର୍ଚ୍ଚା କହିଛି। ସ୍ଲୋଗାନରେ ନୁହେଁ ବରଂ ବାସ୍ତବରେ ମହିଳାଙ୍କ ସଶକ୍ତିକରଣକୁ ଗୁରୁତ୍ବ ଦିଅନ୍ତୁ ରାଜ୍ୟ ସରକାର । କେବଳ ନିର୍ବାଚନ ସମୟରେ ମହିଳାଙ୍କୁ ଉପରେ ଉପର ଦେଖାଣିଆ ଭାବେ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର । ସମସ୍ତ ସରକାରୀ ଅଫିସର ଚୁକ୍ତି ଭିତ୍ତିରେ ଯେଉଁ ମହିଳା କାମ କରୁଛନ୍ତି, ସେମାନଙ୍କୁ ବିଧିବଦ୍ଧ ଭାବରେ ଦରମା ଦେବା ସହ ସ୍ଥାୟୀ ନିଯୁକ୍ତି ଦେଇପାରିବେକି ମୁଖ୍ୟମନ୍ତ୍ରୀ ବୋଲି ପ୍ରଶ୍ନ କରିଛନ୍ତି।
20 ବର୍ଷର ଶାସନ ମଧ୍ୟରେ ମହିଳାଙ୍କ ସାମାଜିକ ଓ ଅର୍ଥନୈତିକ ଅବସ୍ଥା କେତେ ସୁଧୁରୁଛି ତାହାର ଉତ୍ତର ରଖିବେ କି ମୁଖ୍ୟମନ୍ତ୍ରୀ। 5 ବର୍ଷରେ 27 ହଜାର ଶିଶୁ ନିଖୋଜ ହୋଇଛନ୍ତି। ସେନେଇ କ'ଣ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ସ୍ମୁତି ପଟ୍ଟନାୟକ ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ