ETV Bharat / city

ପଞ୍ଚାୟତିରାଜ ବିଭାଗର ବଡ଼ ନିଷ୍ପତ୍ତି: ମନରେଗା କାମ ଜଗିବ ମିଶନ ଶକ୍ତି

author img

By

Published : Aug 25, 2021, 7:00 PM IST

Updated : Aug 25, 2021, 8:21 PM IST

ମନରେଗା କାର୍ଯ୍ୟର ଯୋଜନା ଏବଂ ସଫଳ ରୂପାୟନ ନେଇ କାର୍ଯ୍ୟ କରିବ ମହିଳା SHG । ଆଉ ଏହାର ସଫଳ ରୂପାୟନ ହେଲେ ଗ୍ରାମାଞ୍ଚଳରେ ମହିଳାଙ୍କୁ ଅଧିକ ଆତ୍ମନିର୍ଭର କରିବା ସହ ଆର୍ଥିକ କ୍ଷେତ୍ରରେ ସଶକ୍ତ ହେବେ ଗ୍ରାମାଞ୍ଚଳର ମହିଳା । ଅଧିକ ପଢନ୍ତୁ...

ପଞ୍ଚାୟତିରାଜ ବିଭାଗର ବଡ଼ ନିଷ୍ପତ୍ତି: ମନରେଗା କାମ ଜଗିବ ମିଶନ ଶକ୍ତି
ପଞ୍ଚାୟତିରାଜ ବିଭାଗର ବଡ଼ ନିଷ୍ପତ୍ତି: ମନରେଗା କାମ ଜଗିବ ମିଶନ ଶକ୍ତି

ଭୁବନେଶ୍ବର: ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ମିଳିବ ଅଗ୍ରାଧିକାର । ମନରେଗା କାର୍ଯ୍ୟର ଯୋଜନା ଏବଂ ସଫଳ କାର୍ଯ୍ୟନ୍ୱୟନ କ୍ଷେତ୍ରରେ ସ୍ୱୟଂ ସହାୟକ ଗୋଷ୍ଠୀକୁ ନିୟୋଜିତ କରାଯିବ । ଏନେଇ ସରକାରୀ ସ୍ତରରେ ନିଷ୍ପତ୍ତି ନିଆଯାଇଛି । ପଞ୍ଚାୟତିରାଜ, ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ଅଶୋକ ମୀନା ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି । ବିଭାଗ ପକ୍ଷରୁ ଏନେଇ ସ୍ୱତନ୍ତ୍ର ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଛି । ଯୋଜନାର ଯଦି ସଫଳ ରୂପାୟନ ହେଲେ ଗ୍ରାମାଞ୍ଚଳରେ ମହିଳାଙ୍କୁ ଅଧିକ ଆତ୍ମନିର୍ଭର ତଥା ଆର୍ଥିକ ରୂପେ ସଶକ୍ତ କରିପାରିବ ବୋଲି ଆଶା କରାଯାଉଛି ।

ମନରେଗାରେ ଗ୍ରାମାଞ୍ଚଳରେ ଅଣକୁଶଳୀ ଶ୍ରମିକଙ୍କୁ ବାର୍ଷିକ ୧୦୦ ଦିନର ନିଶ୍ଚିତ କାର୍ଯ୍ୟ ଯୋଗାଇ ଦିଆଯାଉଛି । ଏହା ଗ୍ରାମାଞ୍ଚଳରେ ଗରିବ ଲୋକଙ୍କୁ ସଶକ୍ତ କରିବା ସହ ସେମାନଙ୍କୁ ଜୀବିକା ନିର୍ବାହକୁ ସୁରକ୍ଷିତ କରିପାରିଛି । ଏହାସହ ମନରେଗା ପଞ୍ଚାୟତିରାଜ ଅନୁଷ୍ଠାନ ଗୁଡ଼ିକୁ ସୁଦୃଢ଼ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରୁଛନ୍ତି । ଆଉ ଅର୍ଥନୈତିକ କାର୍ଯ୍ୟକଳାପରେ ମହିଳାଙ୍କ ଯୋଗଦାନକୁ ଏହି ଯୋଜନା ଅଧିକ ବଳ ଦେବ ବୋଲି ଯଥେଷ୍ଟ ସମ୍ଭାବନା ରହିଛି । ରାଜ୍ୟ ସରକାର ମହିଳା ସଶକ୍ତିକରଣ ଦିଗରେ ସବୁବେଳେ ଗୁରୁତ୍ୱ ଦେଇ ଆସୁଛନ୍ତି ।

ବିଶେଷକରି ରାଜ୍ୟ ସରକାରଙ୍କ ବିବିଧ ପଦକ୍ଷେପ ମହିଳାଙ୍କୁ ସାମାଜିକ-ଅର୍ଥନୈତିକ କ୍ଷେତ୍ରରେ ମୁଖ୍ୟଧାରାକୁ ଆଣିପାରିଛି । ମିଶନ ଶକ୍ତି ବିଭାଗ ଅଧିନରେ ୭ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ଅଛନ୍ତି । ଏମାନଙ୍କୁ ମନରେଗାର ସଫଳ କାର୍ଯ୍ୟନ୍ୱୟ ପାଇଁ ନିୟୋଜିତ କରିବାକୁ ପଞ୍ଚାୟତିରାଜ, ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ଅଶୋକ ମୀନା ଚିଠିରେ ଉଲ୍ଲେଖ କରିଛନ୍ତି ।

ସେପଟେ ମନରେଗା କାର୍ଯ୍ୟକ୍ରମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ । ବିଶେଷକରି ମନରେଗା ଜବକାର୍ଡଧାରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି, ଜବକାର୍ଡ ପାଇଁ ଇଚ୍ଛୁକ ଥିବା ଲୋକଙ୍କୁ ନୂଆ ଜବକାର୍ଡ ପ୍ରଦାନ, ସେମାନଙ୍କ ରୁଚି ଅନୁଯାୟୀ କାର୍ଯ୍ୟ ପ୍ରଦାନ କରାଯିବ । ଏହା ସହିତ ମନରେଗା କାର୍ଯ୍ୟର ତଦାରଖ ସହ ସେମାନଙ୍କୁ ଭିଲେଜ ରିସୋର୍ସ ପର୍ସନ (ଭିଆରପି) ଭାବେ ଦାୟିତ୍ୱ ପ୍ରଦାନ କରାଯିବ । ଭିଆଇପିମାନେ ସୋସିଆଲ ଅଡିଟ୍ କରିବା ସହ ଗ୍ରାମପଞ୍ଚାୟତସ୍ତରରେ ଭିଜିଲାନ୍ସ ଏବଂ ମନିଟରିଂ କମିଟିରେ ରହିବେ ।

ସେହିପରି ଏସ୍‍ଏଚ୍‍ଜିର ସଦସ୍ୟାଙ୍କୁ ସେମାନଙ୍କ ରୁଚି ଅନୁଯାୟୀ କାର୍ଯ୍ୟ ଦିଆଯିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି । ଗୃହପାଳିତ ପଶୁଙ୍କ ପାଇଁ ଆଶ୍ରୟସ୍ଥଳ ନିର୍ମାଣ, କୂଅ, ପୋଖରୀ ଖନନ, ବିଭିନ୍ନ ବିଭାଗ ଦ୍ୱାରା କରାଯାଉଥିବା ବୃକ୍ଷରୋପଣରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଅଗ୍ରାଧିକାର ଦିଆଯିବ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Aug 25, 2021, 8:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.