ETV Bharat / city

'ଫନି' ପ୍ରଭାବିତଙ୍କ ପାଇଁ ସହଯୋଗର ହାତ ବଢାଇଲା ବ୍ୟାଙ୍କର୍ସ କମିଟି

155ତମ ବ୍ୟାଙ୍କର୍ସ କମିଟି ପକ୍ଷରୁ ଆୟୋଜିତ ବୈଠକରେ ଫନି ପ୍ରଭାବିତ ଅଞ୍ଚଳକୁ ଆର୍ଥିକ ଅନୁଷ୍ଠାନ ଓ ଲୋକଙ୍କ ପୁନଃନିର୍ମାଣ ଉପରେ ଗୁରୁତ୍ୱାରୋପ ହୋଇଛି ।

author img

By

Published : Jul 11, 2019, 5:32 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: 155ତମ ବ୍ୟାଙ୍କର୍ସ କମିଟି ବୈଠକ ଆୟୋଜିତ ହୋଇଯାଇଛି । ସ୍ଥାନୀୟ ଏକ ପଞ୍ଚତାରକା ହୋଟେଲରେ ଆୟୋଜିତ ଏହି ବୈଠକରେ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଉକ୍ତ ବୈଠକରେ ଫନି ଦ୍ୱାରା ପ୍ରଭାବିତ ଅଞ୍ଚଳରେ ଆର୍ଥିକ ଅନୁଷ୍ଠାନ ଓ ଲୋକଙ୍କ ପୁନଃନିର୍ମାଣ ଉପରେ ଗୁରୁତ୍ୱାରୋପ ହୋଇଥିଲା ।

ବିଗତ 'ଫନି' ବାତ୍ୟାରେ ଓଡ଼ିଶାର ଅନେକ କ୍ଷୟକ୍ଷତି ହୋଇଛି । ଫଳରେ ଓଡ଼ିଶାର ଆର୍ଥିକ ମାନଦଣ୍ଡ ଅନେକାଂଶରେ ପ୍ରଭାବିତ ହୋଇଛି । ତେଣୁ ପ୍ରଭାବିତ ଅଞ୍ଚଳରେ କ୍ଷତିଗ୍ରସ୍ତ ଲୋକ ଏବଂ ଅନୁଷ୍ଠାନକୁ କିପରି ପୁନଃସ୍ଥାପନ କରାଯିବ, ସେ ଉପରେ ଆଲୋକପାତ କରାଯାଇଥିଲା । ଏଥିସହିତ ବିଭିନ୍ନ ଅନୁଷ୍ଠାନର ଆର୍ଥିକ ମାନଦଣ୍ଡକୁ ଉନ୍ନତ କରି ରାଜ୍ୟର ବିକାଶରେ କିପରି ସାମିଲ କରାଯିବ, ସେ ନେଇ ବିଭିନ୍ନ ବ୍ୟାଙ୍କକୁ ସମସ୍ତ ପ୍ରକାର ସହାୟତା ଯୋଗାଇବାକୁ ପରାମର୍ଶ ଦିଆଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ମୁଖ୍ୟତଃ କୃଷି କ୍ଷେତ୍ର, ଏମଏସଏମଇ, ଗୋ ପାଳନ, ମତ୍ସ୍ୟଚାଷ, ଶିକ୍ଷା ଏବଂ ସାମାଜିକ ବ୍ୟବସ୍ଥା ନିର୍ମାଣ ଓ ପୁନର୍ଗଠନ କ୍ଷେତ୍ରରେ କ୍ଷତିଗ୍ରସ୍ତ ଆର୍ଥିକ ସଂସ୍ଥା ଓ ବ୍ୟକ୍ତିଙ୍କୁ ସେମାନଙ୍କ ଋଣ ପରିଶୋଧ କିମ୍ବା ପୁନଃସ୍ଥାପନା ନେଇ ଦୀର୍ଘ ସାହାଯ୍ୟ ପାଇଁ ବ୍ୟାଙ୍କମାନେ ଯତ୍ନବାନ ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହିତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଏବଂ ନାବାର୍ଡ ଓ ରିଜର୍ଭ ବ୍ୟାଙ୍କ ଦ୍ୱାରା ପରିଚାଳିତ ବିଭିନ୍ନ ଯୋଜନାର ସଫଳ କାର୍ଯ୍ୟକାରୀ ପାଇଁ ବ୍ୟାଙ୍କମାନେ ସହଯୋଗ କରିବେ ।

ତେବେ ଆଜିର ଏହି ବୈଠକରେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଏକେ ମିନା, ରିଜର୍ଭ ବ୍ୟାଙ୍କ ଆଞ୍ଚଳିକ ନିର୍ଦ୍ଦେଶକ ଏମକେ ମଲ, ଏମଏସଏମଇ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୀବ ଚୋପ୍ରା, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନସଚିବ ସୌରଭ ଗର୍ଗ, ନାବାର୍ଡର ମହାପ୍ରବନ୍ଧକ ଏ ଚନ୍ଦ୍ର ଶେଖର, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ମହାପ୍ରବନ୍ଧକ ପ୍ରବୀଣା କାଲା ଓ ସମସ୍ତ ବ୍ୟାଙ୍କର ଅଧିକାରୀ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro: ଫନି ଦ୍ୱାରା ପ୍ରଭାବିତ ଅଂଚଳରେ ଆର୍ଥିକ ଅନୁଷ୍ଠାନ ଓ ଲୋକଙ୍କ ପୁନଃନିର୍ମାଣ ଉପରେ ଗୁରୁତ୍ୱାରୋପ ।155ତମ ବ୍ୟାଙ୍କରସ କମିଟି ବୈଠକ ର ମୁଖ୍ୟ ଚର୍ଚ୍ଚା ର ବିଷୟ ଅଟେ।
Body:ସ୍ଥାନୀୟ ଏକ ପଞ୍ଚ ତାରକା ହୋଟେଲ ରେ ଆୟୋଜିତ ଆଜିର ଏହି ବୈଠକର ରାଜ୍ୟ ଆର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା ପ୍ରକାଶ କରୁଛନ୍ତି।ବିଗତ ଫନି ବାତ୍ୟାରେ ଓଡ଼ିଶାର ଅନେକ କ୍ଷୟକ୍ଷତି ହୋଇଛି।ଯାହାଫଳରେ ଓଡ଼ିଶାର ଆର୍ଥିକ ମାନଦଣ୍ଡ ଅନେକାଂଶରେ ପ୍ରଭାବିତ ହୋଇଛି।ତେଣୁ ପ୍ରଭାବିତ ଅଞ୍ଚଳ ର କ୍ଷତିଗ୍ରସ୍ତ ଲୋକ ଓ ଅନୁଷ୍ଠାନ କିପରି ପୁନଃ ଠିଆ ହୋଇ ନିଜର ଆର୍ଥିକ ମାନଦଣ୍ଡ କୁ ଉନ୍ନତ କରିବା ସହିତ ରାଜ୍ୟର ବିକାଶରେ ସାମିଲ ହୋଇ ପାରିବ ସେ ନେଇ ବ୍ୟାଙ୍କ ମାନେ ସେମାନଙ୍କୁ ସମସ୍ତପ୍ରକାର ସହଯୋଗ କରିବାକୁ ପରାମର୍ଶ ଦେଇଛନ୍ତି।
ମୁଖ୍ୟତଃ କୃଷି କ୍ଷେତ୍ର,ଏମଏସଏମଇ,ଗୋପାଳନ ଓ ମତ୍ସ୍ୟଚାଷ,ଶିକ୍ଷା ଏବଂ ସାମାଜିକ ବ୍ୟବସ୍ଥା ନିର୍ମାଣ ଓ ପୁନର୍ଗଠନ କ୍ଷେତ୍ରରେ କ୍ଷତିଗ୍ରସ୍ତ ଆର୍ଥିକ ସଂସ୍ଥା ଓ ବ୍ୟକ୍ତିଙ୍କୁ ସେମାନଙ୍କ ଋଣ ପରିଶୋଧ କିମ୍ବା ପୁନଃ ସ୍ଥାପନା ପାଇଁ ଦୀର୍ଘମିଆଦି ସୂତ୍ରରେ ସାହାଯ୍ୟ ପାଇଁ ବ୍ୟାଙ୍କ ମାନେ ଯତ୍ନବାନ ହେବାକୁ କହିଛନ୍ତି।ଏହା ସହିତ ରାଜ୍ୟ ଓ କେନ୍ଦ୍ରସରକାରଙ୍କ ବିଭିନ୍ନ ଯୋଜନା ଏବଂ ନାବାର୍ଡ ଓ ରିଜର୍ଭ ବ୍ୟାଙ୍କ ଦ୍ୱାରା ପରିଚାଳିତ ବିଭିନ୍ନ ଯୋଜନାର ସଫଳ କାର୍ଯ୍ୟକାରି କରିବା ପାଇଁ ବ୍ୟାଙ୍କ ମାନେ ସହଯୋଗ କରିବାକୁ ସେ କହିଛନ୍ତି।
ଆଜିର ଏହି ବୈଠକରେ ଅର୍ଥ ବିଭାଗ ପ୍ରମୁଖ ସାଶନ ସଚିବ ଏ କେ ମିନା,ରିଜର୍ଭ ବ୍ୟାଙ୍କ ଆଞ୍ଚଳିକ ନିର୍ଦେଶକ ଏମ କେ ମଲ,ଏମଏସଏମଇ ବିଭାଗ ପ୍ରମୁଖ ସାଶନ ସଚିବ ସଂଜୀବ ଚୋପ୍ରା,କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ସାଶନ ସଚିବ ସୌରଭ ଗର୍ଗ, ନାବାର୍ଡ ର ମହାପ୍ରବନ୍ଧକ ଏ ଚନ୍ଦ୍ର ଶେଖର,ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ର ମହାପ୍ରବନ୍ଧକ ଶ୍ରୀମତୀ ପ୍ରବୀଣା କାଲା ଓ ସମସ୍ତ ବ୍ୟାଙ୍କର ଅଧିକାରୀ ମାନେ ଏଥିରେ ଯୋଗ ଦେଇଥିଲେ।
ବାଇଟ-ଅର୍ଥ ମନ୍ତ୍ରୀ-ନିରଞ୍ଜନ ପୂଜାରୀ
Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.