ETV Bharat / city

ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲା ଏବିଭିପି - ABVP paid tribute to the martyred Javanese

ମଙ୍ଗଳବାର ଭାରତ-ଚୀନ ସୀମାରେ ହୋଇଥିବା ହିଂସାତ୍ମକ ସଂଘର୍ଷରେ 20 ଜଣ ଭାରତୀୟ ଯବାନ ଶହୀଦ ହୋଇଛନ୍ତି । ଏହି ସମୟରେ ଏବିଭିପି ପକ୍ଷରୁ ଯବାନଙ୍କ ଉଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲା ଏବିଭିପି

author img

By

Published : Jun 17, 2020, 9:35 PM IST

ଭୁବନେଶ୍ବର: ମଙ୍ଗଳବାର ଭାରତ-ଚୀନ ସୀମାରେ ହୋଇଥିବା ହିଂସାତ୍ମକ ସଂଘର୍ଷରେ 20 ଜଣ ଭାରତୀୟ ଯବାନ ଶହୀଦ ହୋଇଛନ୍ତି । ଯାହାକି ସାରା ଦେଶରେ ଶୋକର ଛାୟା ଖେଳି ଯାଇଛି । ଆଉ ଏହି ସମୟରେ ସାରା ଦେଶ ଭାରତୀୟ ଯବାନଙ୍କ ସାଙ୍ଗରେ ଥିବା ସୂଚାଇ ଏବିଭିପି ପକ୍ଷରୁ ଯବାନଙ୍କ ଉଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।

ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲା ଏବିଭିପି

ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ଯେ ଚୀନ ସର୍ବଦା ତାର ଖଳ ପ୍ରକୃତି ପ୍ରକାଶ କରିଛି । କୋରୋନା ମହାମାରୀ ସମୟରେ ସମଗ୍ର ବିଶ୍ବ ଅଣନିଶ୍ବାସୀ ହେଉଥିବା ବେଳେ ଚୀନ ତାର ସାମ୍ରାଜ୍ୟ ବିସ୍ତାର ଯୋଜନା କରୁଛି । ଏହି ଯୋଜନା ମୁତାବକ ଭାରତର ସୀମାରେଖାକୁ ମାଡି ବସି ସେଠାରେ ତାର ଉପସ୍ଥିତ ଜାହିର କରିବାକୁ ଚେଷ୍ଟା କରୁଛି ।

ଆଉ ଭାରତୀୟ ସେନା ତାର ପ୍ରତିରୋଧ କରିବାରୁ ଆମର 20 ଯବାନ ଶହୀଦ ହୋଇଛନ୍ତି । ତେଣୁ ଏହି ସମୟରେ ସମସ୍ତ ଦେଶବାସୀ ଏକଜୁଟ ହେବା ସହ ଚୀନର ଅର୍ଥନୀତି ଦୁର୍ବଳ କରିବା ପାଇଁ ସମସ୍ତ ପ୍ରକାର ଚୀନ ସାମଗ୍ରୀ ବର୍ଜନ କରିବାକୁ ଆହ୍ବାନ ଜଣାଇଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.