ETV Bharat / city

କୋରୋନାକୁ ମାତ୍ ଦେଲେ ୯୯ ବର୍ଷୀୟ ବୃଦ୍ଧ - Fight against Covid

କୋଭିଡକୁ ହରାଇଲେ 99 ବର୍ଷୀୟ ବୃଦ୍ଧ । ପୂର୍ବରୁ ମଧ୍ୟ ଅନେକ ଦୂରାରୋଗ୍ୟରୁ ଆରୋଗ୍ୟ ଲାଭ କରିଛନ୍ତି ବୃଦ୍ଧ । ଅଧିକ ପଢନ୍ତୁ...

କୋରୋନାକୁ ମାତ୍ ଦେଲେ ୯୯ ବର୍ଷୀୟ ବୃଦ୍ଧ
କୋରୋନାକୁ ମାତ୍ ଦେଲେ ୯୯ ବର୍ଷୀୟ ବୃଦ୍ଧ
author img

By

Published : May 19, 2021, 10:17 PM IST

ଭୁବନେଶ୍ୱର: କୋରୋନା ବିରୁଦ୍ଧରେ ଲଢି ବିଜୟୀ ହୋଇଛନ୍ତି 99 ବର୍ଷୀୟ ବୃଦ୍ଧ । ସମ୍ କୋଭିଡ ହସ୍ପିଟାଲରୁ ସୁସ୍ଥ ହେଉଛନ୍ତି ଜଣକ ପରେ ଜଣେ ବରିଷ୍ଠ ନାଗରିକ । ଏହି କ୍ରମରେ ଆଜି ଜଣେ ୯୯ ବର୍ଷୀୟ ବୃଦ୍ଧ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଭୁବନେଶ୍ୱର ସହିଦନଗର ଅଞ୍ଚଳର ମୁରଲୀଧର ଦାସ କୋଭିଡ ସଂକ୍ରମିତ ହୋଇ ଗତ ମେ' ୯ ତାରିଖରେ ସମ୍ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସମ୍ କୋଭିଡ ହସ୍ପିଟାଲର ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟ ସେବାରେ ନିୟୋଜିତ ଥିବା କର୍ମଚାରୀଙ୍କ ଉତ୍ତମ ଚିକିତ୍ସା, ସେବା ଓ ଯତ୍ନ ଫଳରେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

କୋରୋନାକୁ ମାତ୍ ଦେଲେ ୯୯ ବର୍ଷୀୟ ବୃଦ୍ଧ
କୋରୋନାକୁ ମାତ୍ ଦେଲେ ୯୯ ବର୍ଷୀୟ ବୃଦ୍ଧ
ମୁରଲୀଧରଙ୍କର ପାର୍କିନସନ୍, ଉଚ୍ଚ ରକ୍ତଚାପ, ମଧୁମେହ ଭଳି ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ରହିଥିବା ବେଳେ ବ୍ରେନଷ୍ଟ୍ରୋକ ମଧ୍ୟ ହୋଇସାରିଛି । କୋଭିଡ ଆକ୍ରାନ୍ତ ହେବା ପରେ ସେ ଠିକ ଭାବେ କଥା ମଧ୍ୟ କହି ପାରୁନଥିଲେ । ତେଣୁ ଏହି ବୟୋଜ୍ୟେଷ୍ଠଙ୍କର ନିଷ୍ଠା ଓ ଯତ୍ନର ସହ ସେବା କରିଥିଲେ ସମ୍ କୋଭିଡର ଡାକ୍ତର ଓ ନର୍ସ । ଦୀର୍ଘ ୧୧ ଦିନ ମଧ୍ୟରେ ତାଙ୍କ ସହ ଏକ ଅନାବିଳ ସମ୍ପର୍କ ସୃଷ୍ଟି ହୋଇଯାଇଥିଲା ବୋଲି କହିଛନ୍ତି ହସ୍ପିଟାଲର ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀ ।ମୁରଲୀଧର ହସ୍ପିଟାଲରୁ ଡିସଚାର୍ଜ ହେବା ସମୟରେ ବେଶ ଆନନ୍ଦିତ ଥିଲେ । ସେ ଯିବା ସମୟରେ ଏକ ଭାବବିହ୍ଵଳ ପରିବେଶ ସୃଷ୍ଟି ହୋଇଥିଲା । କୋଭିଡର ଦ୍ଵିତୀୟ ଲହରୀ ସମୟରେ ଭୁବନେଶ୍ୱରର ୯୦ ଓ ୯୮ ବର୍ଷୀୟା ଦୁଇ ଜଣ ବୃଦ୍ଧା ସମ କୋଭିଡ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଭୁବନେଶ୍ୱରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.