ଭୁବନେଶ୍ବର: କୋରୋନାକୁ ନେଇ ଚାରିଆଡେ ସତର୍କତା ଜାରି କରିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ସରକାରୀ କର୍ମଚାରୀ ଯେଉଁମାନଙ୍କୁ ବୟସ 50ରୁ ଉର୍ଦ୍ଧ୍ବ ସେମାନଙ୍କୁ ଏପ୍ରିଲ 4 ଯାଏଁ ଛୁଟି ଦେଇଛନ୍ତି ସରକାର । ସେମାନଙ୍କ ନିମନ୍ତେ ମେଡିକାଲ ସାର୍ଟିଫିକେଟର ଆବଶ୍ୟକତା ନାହଁ । ଯଦି କୌଣସି ଜଟିଳ ବ୍ୟାଧି ଯେପରିକି ଡାଇବେଟିସ, ହାର୍ଟ, ନିଶ୍ୱାସ ପ୍ରଶ୍ଵାସ ଜନିତ କିଛି ସମସ୍ୟା ଥିବ ତେବେ ସେମାନେ ଘରେ ଛୁଟିରେ ରହିପରିବେ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ