ETV Bharat / city

ବିଳମ୍ବରେ ଆସୁଛି ଟେଷ୍ଟ ରିପୋର୍ଟ, ଚିନ୍ତାଗ୍ରସ୍ତ କୋରୋନା ସନ୍ଦିଗ୍ଧ - ଚିନ୍ତାଗ୍ରସ୍ତ କୋରୋନା ସନ୍ଦିଗ୍ଧ

ରାଜ୍ୟରେ ମାଡୁଛି କୋରୋନା କାୟା । କୋରୋନା ମୁକାବିଲା ପାଇଁ ଥ୍ରୀ ଟି ଫର୍ମୁଲା ଆପଣେଇଛନ୍ତି ରାଜ୍ୟସରକାର। ହେଲେ ରିପୋର୍ଟ ପାଇଁ ଲାଗୁଛି 48 ଘଣ୍ଟାରୁ ଉର୍ଦ୍ଧ୍ବ ସମୟ । ବିଳମ୍ବ ରିପୋର୍ଟ ପାଇଁ ଚିନ୍ତାରେ ରହୁଛନ୍ତି କୋରୋନା ସନ୍ଦିଗ୍ଧ, ବଢୁଛି ମାନସିକ ଚାପ୍। ଏଯାବତ୍ ରାଜ୍ୟରେ 3,77,893 ନମୁନା ଟେଷ୍ଟ କରାଯାଇଛି।

ବିଳମ୍ବରେ ଆସୁଛି ଟେଷ୍ଟ ରିପୋର୍ଟ, ଚିନ୍ତାଗ୍ରସ୍ତ କୋରୋନା ସନ୍ଦିଗ୍ଧ

author img

By

Published : Jul 20, 2020, 8:17 PM IST

ଭୁବନେଶ୍ବର: ବିଶ୍ବ ପାଇଁ କାଳ ସାଜି ଆସିଛି କୋରୋନା। ଦୈନିକ ଗଡୁଛି ହଜାର ହଜାର ମୁଣ୍ଡ। ଏପଟେ ଏହାର ମୁକାବିଲା ପାଇଁ ଡବ୍ଲ୍ୟୁଏଚଓ ଥ୍ରୀ ଟି ଫର୍ମୁଲା ଉପରେ ଫୋକସ କରିଛି। ଟ୍ରେସିଂ, ଟେଷ୍ଟି ଓ ଟ୍ରିଟମେଣ୍ଟ। ଏହି ଥ୍ରୀ ଟି ଫର୍ମୁଲାର ସଫଳ ରୂପାୟନ କରିପାରିଲେ କୋରୋନା ମୁକାବିଲା ସମ୍ଭବ। ଭାରତ ସମେତ ଓଡିଶା ସରକାର ମଧ୍ୟ ସମାନ ଫର୍ମୁଲାକୁ ଆପଣେଇଛନ୍ତି। ତେବେ ରାଜ୍ୟସରକାର ଟେଷ୍ଟି ଉପରେ ଟ୍ରେସ ଦେଇ ଦୈନିକ 7 ରୁ 8 ହଜାର ନମୁନା ପରୀକ୍ଷା କରୁଛନ୍ତି।

ବିଳମ୍ବରେ ଆସୁଛି ଟେଷ୍ଟ ରିପୋର୍ଟ, ଚିନ୍ତାଗ୍ରସ୍ତ କୋରୋନା ସନ୍ଦିଗ୍ଧ

ରିପୋର୍ଟ ପାଇଁ ପ୍ରଥମେ 24 ଘଣ୍ଟା ପରବର୍ତ୍ତୀ ସମୟରେ 48 ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଲାଗୁଛି। ରିପୋର୍ଟ ବିଳମ୍ବ ଆସୁଥିବାରୁ ଚାପଗ୍ରସ୍ତ ହେଉଛନ୍ତି ସନ୍ଦିଗ୍ଧ। ଏପଟେ ଲମ୍ବା ଲାଇନରେ ଅପେକ୍ଷା କରିବା ଅନେକଙ୍କ ପାଇଁ ମୁଣ୍ଡବିନ୍ଧା ଓ ଚିନ୍ତାର କାରଣ ପାଲଟିଛି। ଏହି ସମୟରେ ଜଣେ କୋରୋନା ଆକ୍ରାନ୍ତ ଯୁବତୀଙ୍କ ବୟାନ ରାଜ୍ୟରେ ଟେଷ୍ଟି ବିଳମ୍ବ ହେବାର ପୋଲ ଖୋଲିଛି।

ରାଜ୍ୟରେ ମାର୍ଚ୍ଚ 15ରେ ପ୍ରଥମ ରୋଗୀ ଚିହ୍ନଟ ହୋଇଥିଲା। ଇଟାଲୀ ଫେରନ୍ତା ଏହି ଯୁବକଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ଅଧିକରୁ ଅଧିକ ଟେଷ୍ଟ ଉପରେ ଗୁରୁତ୍ବ ଦେଇଥିଲେ ସରକାର। ବିଦେଶ ଫେରନ୍ତା ଓ ଅନ୍ୟ ରାଜ୍ୟରୁ ଆସୁଥିବା ଲୋକଙ୍କ ସ୍ବାବ ସଂଗ୍ରହ କରି ପରୀକ୍ଷଣ ପାଇଁ ପଠାଯାଉଥିଲା। ଏହି ସମୟରେ ପଜିଟିଭ୍ ଆସୁଥିବା ରୋଗୀଙ୍କୁ ଚିକିତ୍ସା କରିବା ସହ କଣ୍ଟାକ୍ଟ ଟ୍ରେସିଂ କରାଯାଉଥିଲା।

ତେବେ ଏଯାବତ୍ ରାଜ୍ୟରେ 3,77,893 ନମୁନା ଟେଷ୍ଟ କରାଯାଇଛି। ସେଥିରେ ଦୁଇ ପ୍ରମୁଖ ଟେଷ୍ଟିଂ ଲ୍ୟାବ୍ ଆରଏମଆରସି ଏକ ଲକ୍ଷ କରିଥିବା ବେଳେ ଆଇଏଲଏସ ରେ 50 ହଜାର ଟେଷ୍ଟ ପାର ହୋଇଛି। ସେଥିମଧ୍ୟରୁ 4.42 ଶତକଡା ପଜିଟିଭ ଆସିଥିବା ବେଳେ 95.58 ଶତକଡା ନେଗେଟିଭ ଚିହ୍ନଟ ହୋଇଛନ୍ତି।

ଅନ୍ୟପଟେ ଡାକ୍ତର ବିଶେଷଜ୍ଞ ମାନେ କହିଛନ୍ତି ଯେ ଏହା ହେଉଛି ଏକ ନୂଆ ରୋଗ । ଯାହା ଅନେକ ଡାକ୍ତର ଏହା ବିଷୟରେ ଜାଣିନାହାନ୍ତି। ଡ଼ବ୍ଲୁ ଏଚ ଓ ଗାଇଡ଼ ଲାଇନ ଅନୁସାରେ ଟେଷ୍ଟ କରାଯାଉଛି। ଏହି ଟେଷ୍ଟ ସମ୍ପୂର୍ଣ୍ଣ ରୂପେ ସମୟ ସାପେକ୍ଷ ଅଟେ।

ଭୂତାଣୁ ସଂକ୍ରମଣ ଚେନ୍ ଭାଙ୍ଗିବାକୁ ଲକଡାଉନ ସଟଡାଉନ କାର୍ଯ୍ୟକାରୀ କରାଯାଉଥିବା ବେଳେ କୋରୋନାକୁ ଚେକ୍ ଦେବାର ଏକମାତ୍ର ଉପାୟ ବ୍ୟାପକ ଟେଷ୍ଟିଂ। ଦେଖିବାକୁ ବାକି ରହିଲା ସରକାର କିଭଳି ଭାବେ ଟେଷ୍ଟିଂକୁ ବ୍ୟାପକ କରି ମିଶନ ମୋଡରେ ଆଗେଇ ନେଉଛନ୍ତି।

ଭୁବନେଶ୍ବରରୁ ବିକାଶ ଦାସଙ୍କ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.