ETV Bharat / city

ମୋବାଇଲ ଫୋନ ଝାମ୍ପି ନେଲେ ଲୁଟେରା, ସ୍କୁଟିରୁ ପଡି ଯୁବତୀ ଗୁରୁତର

author img

By

Published : Oct 1, 2020, 6:58 PM IST

ଭୁବନେଶ୍ବର ରସୁଲଗଡ କେନାଲ ରୋଡ ଅଞ୍ଚଳରେ ଦିନ ଦ୍ବିପ୍ରହରରେ ଲୁଟ । ନିଛାଟିଆ ଦେଖି ସ୍କୁଟିରେ ଆସୁଥିବା ଜଣେ ଯୁବତୀଙ୍କର ମୋବାଇଲ ଫୋନ ଛଡ଼ାଇବାବେଳେ ଯୁବତୀ ଜଣଙ୍କ ତଳେ ପଡି ଗୁରୁତର ଆହତ ହୋଇଛନ୍ତି ।

ମୋବାଇଲ ଫୋନ ଝାମ୍ପିନେଲେ ଲୁଟେରା, ସ୍କୁଟିରୁ ପଡି ଯୁବତୀ ଗୁରୁତର

ଭୁବନେଶ୍ବର: ରାଜଧାନୀରେ ବଢୁଛି ଲୁଟେରାଙ୍କ ଆତଙ୍କ । ନିଛାଟିଆ ଦେଖି ସ୍କୁଟିରେ ଆସୁଥିବା ଜଣେ ଯୁବତୀଙ୍କର ମୋବାଇଲ ଫୋନ ଛଡ଼ାଇବାବେଳେ ଯୁବତୀ ଜଣଙ୍କ ତଳେ ପଡି ଗୁରୁତର ଆହତ ହୋଇଛନ୍ତି । ଭୁବନେଶ୍ବର ରସୁଲଗଡ କେନାଲ ରୋଡରେ ଦେଖିବାକୁ ମିଳିଛି ଏପରି ଘଟଣା ।

ସୂଚନାନୁଯାୟୀ, ରସୁଲଗଡ କେନାଲ ରୋଡରେ ଯୁବତୀ ଜଣକ ପଳାଶୁଣୀ ଆଡକୁ ଯାଉଥିବାବେଳେ ପଛପଟୁ କଳା ପଲସରରେ ଜଣେ ଲୁଟେରା ଆସି ତାଙ୍କ ମାୋବାଇଲ ନେବାକୁ ଉଦ୍ୟମ କରିଥିଲେ । ଫଳରେ ଯୁବତୀ ଜଣକ ଭାରସାମ୍ୟ ହରାଇ ତଳେ ପଡି ଗୁରୁତର ଆହତ ହୋଇଛନ୍ତି ।

ସ୍ଥାନୀୟ ଲୋକଙ୍କ ସହାୟତାରେ ଯୁବତୀ ଜଣଙ୍କୁ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା । ପରେ ସେ ଆସି ମଂଚେଶ୍ବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ପୋଲିସ ଘଟଣାସ୍ଥଳରେ ସିସିଟିଭିକୁ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି । ତେବେ ଲକଡାଉନ ପରେ ଲୁଟେରାଙ୍କ ଆତଙ୍କ ରାଜଧାନୀ ସହ ରାଜଧାନୀର ଉପକଣ୍ଠରେ ମଧ୍ୟ ବଢିବାରେ ଲାଗିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.