ଭୁବନେଶ୍ବର: ରାଜଧାନୀରେ ଦେଖିବାକୁ ମିଳିଛି ଆଉ ଏକ ଆତଙ୍କ ରାଜ୍ । ପୂଜା ପୂର୍ବରୁ ଦୁର୍ବୃତ୍ତଙ୍କ ଉତ୍ପାତ ବଢିବାରେ ଲାଗିଛି । ବଟି ପାଇଁ ସ୍ଥାନୀୟ ଅଞ୍ଚଳ ଲୋକେ କରୁଛନ୍ତି ଉତ୍ପାତ । ରାଜଧାନୀର ଛାତି ଉପରେ ପ୍ରତ୍ୟେକ ଦିନ ଏଭଳି ଘଟଣା ଘଟୁଥିଲେ ସୁଦ୍ଧା ନିରବଦ୍ରଷ୍ଟା ସାଜିଛନ୍ତି ସ୍ଥାନୀୟ ବ୍ୟବସାୟୀ ।
ସୂଚାନାନୁସାରେ ରାଜମହଲ ଛକ ଠାରେ ଥିବା SBIର ମୁଖ୍ୟ ଶାଖା ସାମ୍ନାରେ ଜଣେ ଉଠା ଦୋକାନୀ ପି.ଲିଙ୍ଗରାଜ ରାଓଙ୍କୁ ଦାଦାବଟି ନଦେବାରୁ ବାଉଁଶରେ ପିଟିଛନ୍ତି ସ୍ଥାନୀୟ ଲୋକେ । ଛକ ସ୍ଥାନ ମାନଙ୍କରେ ବେପାରୀ ମାନଙ୍କ ଠାରୁ ଖର୍ଚ୍ଚ ପାଇଁ ଟଙ୍କା ଡିମାଣ୍ଡ କରୁଛନ୍ତି ମନା କଲେ କିମ୍ବା ବେପାର ହୋଇନଥିବା ନେଇ ବ୍ୟବସାୟୀ ମାନେ ଦୃଢୋକ୍ତି ଦେଲେ ସୁଦ୍ଧା ସେମାନେ ମାଡ ମାରିବାକୁ ପଛାଉ ନାହାନ୍ତି । ଆଉ ଏହି ଘଟଣା ଦିନ ଦ୍ବିପହରେ ଘଟାଉଥିଲେ ସୁଦ୍ଧା ମଧ୍ୟ ପୋଲିସକୁ ଭୟ ନାହିଁ ।
ତେବେ ଏହି ଘଟଣାରେ ବ୍ୟବସାୟୀ ପି. ଲିଙ୍ଗରାଜ ରାଓଙ୍କୁ ମାଡ ଦୁର୍ବୃତ୍ତ ମାନେ ପୋଲିସର ଉପସ୍ଥିତିରେ ମାଡ ମାରିଥିଲେ ସୁଦ୍ଧା ଦେଖଣାହାରୀ ସାଜିଛି ପୋଲିସ । ତେବେ ସେ ଆକ୍ରମଣର ଶିକାର ହୋଇ ତାଙ୍କ ମୁହଁରେ ଗଭୀର ଆଘାତ ଲାଗିବା ସହ ପ୍ରଚୁର ରକ୍ତସ୍ରାବ ହୋଇଛି । ସେପଟେ ଏହି ଘଟଣାରେ ବ୍ୟବୟାୟୀ ଜଣକ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଜାରି ରଖିଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ