ETV Bharat / city

ବରମୁଣ୍ଡାରେ ସାଇଡ ମାରିବାକୁ ନେଇ ଉତ୍ତେଜନା, ହୋମଗାର୍ଡଙ୍କୁ ପିଟିଲେ ଜନତା - ହୋମଗାର୍ଡଙ୍କୁ ବାଡେଇଲେ ସାଧାରଣ ଜନତା

ସୀମା ଟପିଲେ ଉତ୍ତ୍ୟକ୍ତ ଜନତା । ପୋଲିସ ଗାଡି ସାଇଡ୍ ମାଡିବାରୁ ହୋମଗାର୍ଡ ଏବଂ ଡ୍ରାଇଭରଙ୍କୁ ମାଡ ମାରିଲେ । ଅଧିକ ପଢନ୍ତୁ

ବରମୁଣ୍ଡାରେ ସାଇଡ ମାରିବାକୁ ନେଇ ଉତ୍ତେଜନା, ହୋମଗାର୍ଡଙ୍କୁ ପିଟିଲେ ଜନତା

author img

By

Published : Mar 17, 2022, 10:37 PM IST

ଭୁବନେଶ୍ବର: ସୀମା ଟପିଲେ ଉତ୍ତ୍ୟକ୍ତ ଜନତା । ପୋଲିସ ଗାଡି ଏବଂ ହୋମଗାର୍ଡଙ୍କ ଉପରେ ସୁଝାଇଲେ ରାଗ । ଅତିରିକ୍ତ ଡିସିପିଙ୍କ ଗାଡି ସାଇଡ ମରାକୁ ନେଇ ରାଜଧାନୀରେ ଗଣ୍ଡଗୋଳ । ଗାଡିର ଡ୍ରାଇଭରଙ୍କୁ ନିସ୍ତୁକ ମାଡ ମାରିଲେ ଉତ୍ତ୍ୟକ୍ତ ଲୋକେ । ପୋଲିସ ଗାଡି ଯାଉଥିବା ସମୟରେ ସାଇଡ୍ ମାରିଦେବାରୁ ରାଗିଯାଇ ଏପରି କାର୍ଯ୍ୟ ଭିଆଇଛନ୍ତି ଉତ୍ତ୍ୟକ୍ତ ଜନତା ।

ଅତିରିକ୍ତ ଡିସିପିଙ୍କ ଗାଡି ଡ୍ରାଇଭର ବି. ପାଣ୍ଡିଆ ନାମକ ହୋମଗାର୍ଡ ମାଡ ଖାଉଥିବା ଦେଖି ଛଡାଇବାକୁ ଆସିଥିଲେ ଆଉଜଣେ ହୋମଗାର୍ଡ । ଦିଲ୍ଲୀପ ପ୍ରଧାନ ନାମକ ହୋମଗାର୍ଡ ଉତ୍ୟକ୍ତ ଲୋକଙ୍କୁ ଛଡାଇବା ପାଇଁ ଉଦ୍ୟମ କରୁଥିବା ସମୟରେ ପୋଲିସ ଗାଡି ବୋଲି ଇନ୍ଦ୍ର-ଚନ୍ଦ୍ର ମାନିବନି କହି ୨ ହୋମଗାର୍ଡଙ୍କୁ ନିସ୍ତୁକ ମାଡ ମାରିଛନ୍ତି ଉତ୍ତ୍ୟକ୍ତ ଲୋକେ । ବରମୁଣ୍ଡା ବସଷ୍ଟାଣ୍ଡରେ ଦେଖିବାକୁ ମିଳିଛି ଏପରି ଘଟଣା ।

ତେବେ ଗାଡିରେ ଅତିରିକ୍ତ ଡିସିପି ନ ଥିବାବେଳେ ଏପରି ୨ ହୋମଗାର୍ଡ ମାଡ ଖାଇବା ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଡ୍ୟୁଟିରେ ଥିବା ହୋମଗାର୍ଡଙ୍କୁ ମାଡ ମାରିବାକୁ ନେଇ ପୋଲିସ କି କାର୍ଯ୍ୟାନୁଷ୍ଠାନ ନେଉଛି ତାହା ଦେଖିବାକୁ ବାକି ରହିଲା । ଅନ୍ୟପଟେ ଏନେଇ ଖଣ୍ଡଗିରି ଥାନାରେ ଏକ ମାମଲା ରୁଜୁ ହୋଇଥିବାବେଳେ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.