ଭୁବନେଶ୍ବର: ଆସନ୍ତା 5 ଦିନ ମଧ୍ୟରେ ରାଜ୍ୟରେ ବୃଦ୍ଧି ପାଇବ ତାପମାତ୍ରା । ପ୍ରତ୍ୟେକ ଜିଲ୍ଲାରେ 3 ରୁ 4 ଡିଗ୍ରୀ ତାପମାତ୍ରା ବଢିବା ଫଳରେ ଶୀତ ପ୍ରକୋପ ହ୍ରାସ ପାଇବ ବୋଲି ଆକଳନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ପାଞ୍ଚ ଦିନ ଯାଏଁ ରାଜ୍ୟରେ ପାଗ ଶୁଖିଲା ରହିବ ।
ଆସନ୍ତା 24 ଘଣ୍ଟା ଅର୍ଥାତ୍ ଗୁରୁବାର ମଧ୍ୟରେ ଉପକୂଳ ଓଡିଶା ସମେତ ଅନୁଗୁଳ, ଢେଙ୍କାନାଳ, ନୟାଗଡ, ଖୋର୍ଦ୍ଧା ଏବଂ କନ୍ଧମାଳ ଜିଲ୍ଲାରେ ସ୍ବଳ୍ପ କୁହୁଡି ଦେଖା ଦେବ ଏବଂ ଭୁବନେଶ୍ବରରେ ମଧ୍ୟ ହାଲୁକା କୁହୁଡି ପଡିବ ।
ସେପଟେ ଗତ 24 ଘଣ୍ଟାରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା 7.0 ଡିଗ୍ରୀ, ଦାରିଙ୍ଗିବାଡିରେ 10.0 ଡିଗ୍ରୀ ରେକର୍ଡ କରାଯାଇଛି । ଆଭ୍ୟନ୍ତରୀଣ ଓ ଉପକୂଳରେ ତାପମାତ୍ରା ସ୍ବାଭାବିକ ତାପମାତ୍ରାଠାରୁ 2ରୁ 3 ଡିଗ୍ରୀ କମ ଥିବା ସୂଚନା ମିଳିଛି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ