ETV Bharat / city

ବଢୁଛି ଶୀତ; ୧୫ ଡିଗ୍ରୀ ତାପମାତ୍ରା ତଳେ ୬ ସହର

ରାଜ୍ୟରେ ବଢୁଛି ଶୀତ ପ୍ରବାହ । ୧୫ ଡିଗ୍ରୀ ତଳେ ୬ ସହର ତାପମାତ୍ରା । ସବୁଠୁ ଥଣ୍ଡା ସହର ହେଲା ଦାରିଙ୍ଗବାଡି । ଅଧିକ ପଢନ୍ତୁ...

author img

By

Published : Nov 7, 2021, 12:48 PM IST

ବଢୁଛି ଶୀତ; ୧୫ ଡିଗ୍ରୀ ତଳେ ୬ ସହର
ବଢୁଛି ଶୀତ; ୧୫ ଡିଗ୍ରୀ ତଳେ ୬ ସହର

ଭୁବନେଶ୍ବର: ଥରିଲାଣି ଓଡିଶା । ରାଜ୍ୟରେ ଧୀରେ ଧୀରେ ବଢୁଛି ଶୀତ ଲହରି । ତାପମାତ୍ରା ସ୍ବାଭାବିକ ଭାବେ କମ୍ ରହୁଛି । ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ କୁହୁଡିର ଆସ୍ତରଣ ଦେଖାଯାଉଛି । ଶୀତର ରକ୍ଷା ପାଇବା ପାଇଁ ଲୋକେ ରାସ୍ତାକଡରେ ନିଆଁ ଜାଳୁଥିବାର ଦୃଶ୍ୟ ମଧ୍ୟ ଏବେଠୁ ଦେଖିବାକୁ ମିଳୁଛି । ଓଡିଶାର ୬ଟି ସହରର ତାପାମାତ୍ରା ଏବେ ୧୫ ଡିଗ୍ରୀ ତଳେ ରହିଛି । ଦାରିଙ୍ଗିବାଡି ସବୁଠୁ ଥଣ୍ଡା ସହର ହୋଇଥିବା ଜଣାପଡିଛି ।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଦାରିଙ୍ଗିବାଡିରେ ତାପମାତ୍ରା ସର୍ବନିମ୍ନ ୯.୫ ଡିଗ୍ରୀ ରେକର୍ଡ ହୋଇଛି । ଏହାପଛକୁ କୋରାପୁଟରେ ୧୨.୨ ଡିଗ୍ରୀ, ଫୁଲବାଣୀରେ ୧୨.୬ ଡିଗ୍ରୀ, କେନ୍ଦୁଝରରେ ୧୪.୨ ଡିଗ୍ରୀ, ଟିଟିଲାଗଡରେ ୧୪.୩ ଡିଗ୍ରୀ, ଝାରସୁଗୁଡାରେ ରାତି ତାପମାତ୍ରା ୧୪.୬ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଟ୍ବିନସିଟି ଭୁବନେଶ୍ବର ଏବଂ କଟକରେ ତାପମାତ୍ରା ଯଥାକ୍ରମେ ୧୭ ଏବଂ ୧୮ ଡିଗ୍ରୀ ରହିଛି ।

ଆସନ୍ତା ୯ ତାରିଖ ବେଳକୁ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହାର ପ୍ରଭାବରେ ଆଗକୁ ରାଜ୍ୟରେ ଶୀତ ବଢିବା ନେଇ କୁହାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.