ଭୁବନେଶ୍ବର: ରାଜ୍ୟରେ ଧୀରେ ଧୀରେ ଶୀତ ଅନୁଭୂତ ହେଉଥିବା ବେଳେ 11ଟି ସ୍ଥାନରେ ତାପମାତ୍ରା 15 ଡିଗ୍ରୀ ତଳକୁ ଖସିଛି । ତେବେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର କିଛି କିଛି ସ୍ଥାନରେ ସ୍ବଳ୍ପ ବର୍ଷା ହେବାର ସମ୍ଭାବନା ଅଛି ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗର ନିର୍ଦ୍ଦେଶକ ଏଚ ଆର ବିଶ୍ବାସ ସୂଚନା ଦେଇଛନ୍ତି ।
ସାରା ରାଜ୍ୟରେ ପୂର୍ବ ତାପମାତ୍ରା ଅନୁସାରେ 3ରୁ 5 ଡିଗ୍ରୀ ତାପମାତ୍ରା ତଳକୁ ଖସିଛି । ଆସନ୍ତା 11 ଓ 12 ତାରିଖରେ କୋରାପୁଟ, ମାଲକାନଗିରି ଓ କନ୍ଧମାଳ ଜିଲ୍ଲାରେ ସ୍ବଳ୍ପ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟର 11ଟି ସ୍ଥାନରେ 15 ଡିଗ୍ରୀରୁ କମ ତାପମାତ୍ରା ରେକର୍ଡ କରାଯାଇଛି ।
ସେହିପରି ସୋନପୁର ୯.୪ °C ରେକର୍ଡ କରାଯାଇଥିବା ବେଳେ ଦାରିଙ୍ଗବାଡିରେ ୯.୫ °C, ଫୁଲବାଣୀ ୧୦.୦ °C, ଅନୁଗୁଳ ୧୧.୦ °C, କୋରାପୁଟ ୧୧.୨ °C, ଭବାନୀପାଟଣା ୧୧.୪ °C, ଝାରସୁଗୁଡା ୧୩.୪ °C, ତାଳଚେର ୧୩.୫ °C, ବଲାଙ୍ଗୀର ୧୪.୦ °C, କେନ୍ଦୁଝର ୧୪.୪ °C ଏବଂ ମାଲକାନଗିରିରେ ୧୪.୫ °C ରେକର୍ଡ କରାଯାଇଛି । ତେବେ ଭୁବନେଶ୍ୱରରେ ୧୬.୩ °C ତାପମାତ୍ରା ରେକର୍ଡ ହୋଇଥିବା ବେଳେ କଟକରେ ୧୬.୦ °C ତାପମାତ୍ରା ରେକର୍ଡ ହୋଇଛି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ