ETV Bharat / city

ରାଜ୍ୟରେ ନାହିଁ 5G ସେବା, ଓଡ଼ିଶାକୁ ଟେଲିକମ ମନ୍ତ୍ରୀ ଉପେକ୍ଷା କରୁଛନ୍ତି କହିଲା କଂଗ୍ରେସ - ଟେଲିକମ ମନ୍ତ୍ରୀଙ୍କୁ କଂଗ୍ରେସର ଟାର୍ଗେଟ

ଖୁବଶୀଘ୍ର 5ଜି ସେବା ଆରମ୍ଭ ହେବା ନେଇ ଘୋଷଣା କରିଛନ୍ତି ଟେଲିକମ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଏହାକୁ ନେଇ ବର୍ତ୍ତମାନ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରିଛି ପ୍ରଦେଶ କଂଗ୍ରେସ । ଅଧିକ ପଢ଼ନ୍ତୁ

ରାଜ୍ୟରେ ନାହିଁ 5ଜି ସେବା, ଓଡ଼ିଶାକୁ ଟେଲିକମ ମନ୍ତ୍ରୀ ଉପେକ୍ଷା କରୁଛନ୍ତି କହିଲା କଂଗ୍ରେସ

author img

By

Published : Jun 22, 2022, 6:50 AM IST

ଭୁବନେଶ୍ବର: ଦେଶରେ ଖୁବ୍‌ଶୀଘ୍ର 5ଜି ସେବା ଆରମ୍ଭ ହେବା ନେଇ ଘୋଷଣା କରିଛନ୍ତି ଟେଲିକମ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଏହି କ୍ରମରେ ଖୁବଶୀଘ୍ର ଓଡ଼ିଶାବାସୀ 5ଜି ସେବା ପାଇପାରିବେ ବୋଲି ସେ କହିଥିଲେ । ଏହାକୁ ନେଇ ବର୍ତ୍ତମାନ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରିଛି ପ୍ରଦେଶ କଂଗ୍ରେସ । ବର୍ତ୍ତମାନ ବି ରାଜ୍ୟର ଉପାନ୍ତ ଅଞ୍ଚଳରେ ଟେଲିକମ ସେବା ଅପହଞ୍ଚ ରହିଛି । ସୁନ୍ଦରଗଡ଼, କନ୍ଧମାଳ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ଗଜପତି ସଠିକ ଧରଣର ଟେଲିକମ ସେବାରୁ ବଞ୍ଚିତ ହୋଇ ରହିଛନ୍ତି । ଏହି ସବୁ ଅଞ୍ଚଳରେ ଲୋକେ କିଭଳି ଟେଲିକମ ସେବା ସମସ୍ୟାର ସମାଧାନ ହୋଇ ପାରିନାହିଁ । ଏଭଳି ସ୍ଥିତିରେ କେନ୍ଦ୍ରମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଘୋଷଣା ପରେ ତେଜିଛି ରାଜନୀତି ।

ରାଜ୍ୟରେ ନାହିଁ 5ଜି ସେବା, ଓଡ଼ିଶାକୁ ଟେଲିକମ ମନ୍ତ୍ରୀ ଉପେକ୍ଷା କରୁଛନ୍ତି କହିଲା କଂଗ୍ରେସ

ଏହାକୁ ନେଇ କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ କହିଛନ୍ତି ଯେ, "ଉଭୟ ବିଜେଡି ଓ ବିଜେପି ମିଳିତ ଭାବରେ ଅଶ୍ଵିନୀ ବୈଷ୍ଣବଙ୍କୁ ରାଜ୍ୟସଭା ପଠାଇଥିଲେ । ସେ ଏବେ ଟେଲିକମ ମନ୍ତ୍ରୀ ଥାଇ ମଧ୍ୟ ରାଜ୍ୟକୁ ଅଣଦେଖା କରୁଛନ୍ତି । ଏହା ଅତି ନିନ୍ଦନୀୟ । ଓଡ଼ିଶାର ଦୁଇଟି ସ୍ମାର୍ଟସିଟି ଅଛି।ହେଲେ ଗୋଟିଏରେ ମଧ୍ୟ 5ଜି ସେବା ଉପଲବ୍ଧ ନାହିଁ । ବିଜେଡି, ବିଜେପିକୁ ସମର୍ଥନ ଦେଉଥିବାରୁ ଚୁପ୍‌ ରହିଛି । କେନ୍ଦ୍ରମନ୍ତ୍ରୀ ରାଜନୀତିରୁ ଊର୍ଦ୍ଧ୍ବରେ ଆସି ରାଜ୍ୟରେ 5G ସେବା ଆରମ୍ଭ ପାଇଁ ପଦକ୍ଷେପ ନିଅନ୍ତୁ ।"

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.