ETV Bharat / city

ବିଧାନସଭା ମଧ୍ୟକୁ ଧସେଇ ପଶିବାକୁ ଉଦ୍ୟମ: ପୋଲିସ-ଆଶାୟୀ ଶିକ୍ଷକ ଧସ୍ତାଧସ୍ତି - ବିଧାନସଭାକୁ ଧସେଇ ପଶିବାକୁ ଉଦ୍ୟମ

ଦାବି ପୂରଣ ନ ହେବାରୁ ଆଶାୟୀ ଶିକ୍ଷକ ସଂଘ ବିଧାନସଭା ମଧ୍ୟକୁ ଧସେଇ ପଶିବାକୁ ଉଦ୍ୟମ କରିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ବିଧାନସଭା ମଧ୍ୟକୁ ଧସେଇ ପଶିବାକୁ ଉଦ୍ୟମ, ଉଠାଇ ନେଲା ପୋଲିସ
ବିଧାନସଭା ମଧ୍ୟକୁ ଧସେଇ ପଶିବାକୁ ଉଦ୍ୟମ, ଉଠାଇ ନେବିଧାନସଭା ମଧ୍ୟକୁ ଧସେଇ ପଶିବାକୁ ଉଦ୍ୟମ, ଉଠାଇ ନେଲା ପୋଲିସଲା ପୋଲିସ
author img

By

Published : Nov 15, 2021, 2:52 PM IST

Updated : Nov 15, 2021, 3:09 PM IST

ଭୁବନେଶ୍ବର: ଅସୁରକ୍ଷିତ ବିଧାନସଭା ହୋଇପଡ଼ିଛି ବିଧାନସଭା । ପ୍ରଥମଥର କୌଣସି ଆନ୍ଦୋଳନକାରୀ ସଙ୍ଘ ସମସ୍ତ ସୁରକ୍ଷା ଭେଦ କରି ବିଧାନସଭା ଭିତରକୁ ଧସେଇ ପଶିବାକୁ କରିଛି ଉଦ୍ୟମ । ଆଶାୟୀ ଶିକ୍ଷକ ସଂଘ ପକ୍ଷରୁ ବିଧାନସଭା ସମ୍ମୁଖରେ ଆଜି(ସୋମବାର) ଧାରଣା ଦିଆଯାଇଥିଲା । ବିକ୍ଷୋଭ ସମୟରେ ଗୃହ ମଧ୍ୟକୁ ଧସେଇ ପଶିବାକୁ ଉଦ୍ୟମ ସମୟରେ ପୋଲିସ ସେମାନଙ୍କୁ ଉଠାଇ ନେଇଛି । ଦୀର୍ଘ ଦିନ ଧରି ସେମାନଙ୍କ ଦାବି ପୂରଣ ନ ହେବା ପରେ ସଂଘ ଏପରି ଉଦ୍ୟମ କରିଥିବା ଜଣାପଡ଼ିଛି ।

ଦୀର୍ଘଦିନ ଧରି ସେମାନେ ଆନ୍ଦୋଳନ କରିଆସୁଥିଲେ । କିନ୍ତୁ ସରକାରଙ୍କ ପାଖରୁ ତାଙ୍କ ପାଖକୁ କୌଣସି ଅଧିକାରୀ ନ ଯିବାରୁ ବାଧ୍ୟ ହୋଇ ସେମାନେ ଆଜି ବିଧାନସଭା ମଧ୍ୟକୁ ପ୍ରବେଶ କରିବାକୁ ଉଦ୍ୟମ କରିଛନ୍ତି । ଏହାପରେ ଗେଟ ବନ୍ଦ କରି ଦିଆଯିବାରୁ ସେମାନେ ବିଧାନସଭା ଫାଟକ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି ।

ବିଧାନସଭା ମଧ୍ୟକୁ ଧସେଇ ପଶିବାକୁ ଉଦ୍ୟମ: ପୋଲିସ-ଆଶାୟୀ ଶିକ୍ଷକ ଧସ୍ତାଧସ୍ତି

ଆଶାୟୀ ଶିକ୍ଷକ ସଂଘ ପକ୍ଷରୁ କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବାକୁ ଦାବି କରି ଦୀର୍ଘ ଦିନ ଅନଶନ କରିଆସୁଥିଲେ । ତେବେ ଆଜି ସେମାନେ ବିଧାନସଭା ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ । ଏପରି ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ପରେ ପୋଲିସ ସେମାନଙ୍କୁ ଉଠାଇ ନେଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Nov 15, 2021, 3:09 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.