ETV Bharat / city

ଅଗଷ୍ଟ 16ରେ ଦାବି ଦିବସ ପାଳିବେ ଶିକ୍ଷକ ସଂଗଠନ - ଶିକ୍ଷକ ସଂଗଠନ ପାଳିବେ ଦାବି ଦିବସ

ଅଗଷ୍ଟ 16 ତାରିଖରେ ବିଭିନ୍ନ ଶିକ୍ଷକ ସଂଗଠନ ପାଳିବେ ଦାବି ଦିବସ । ବିଭିନ୍ନ ଦାବି ନେଇ ରାଜରାସ୍ତାକୁ ଓହ୍ଲାଇବ ଶିକ୍ଷକ ସଂଗଠନ । ଅଧିକ ପଢନ୍ତୁ

ଅଗଷ୍ଟ 16ରେ ଦାବି ଦିବସ ପାଳିବେ ଶିକ୍ଷକ ସଂଗଠନ

author img

By

Published : Aug 14, 2022, 7:54 AM IST

ଭୁବନେଶ୍ବର: ଆସନ୍ତା 16 ତାରିଖରେ ବିଭିନ୍ନ ଶିକ୍ଷକ ସଂଗଠନ ପାଳିବେ ଦାବି ଦିବସ । ରାଜ୍ୟର ଶିକ୍ଷାବସ୍ଥା ଓ ଛାତ୍ର ଛାତ୍ରୀ ସମେତ ଶିକ୍ଷକମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ ସରକାରଙ୍କ ନିକଟରେ ଦାବି ରଖିବେ ଶିକ୍ଷକ ସଂଗଠନ ।

କୋରୋନାରେ ଦୁଇ ବର୍ଷ ପରେ ସମବେତ ହେବାକୁ ଯାଉଛନ୍ତି ବିଭିନ୍ନ ଶିକ୍ଷକ ସଂଗଠନ । ରାଜ୍ୟର ଶିକ୍ଷାବସ୍ଥା ଓ ଛାତ୍ର ଛାତ୍ରୀ ସମେତ ଶିକ୍ଷକମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ ଦାବି ରଖିବେ ଶିକ୍ଷକ ସଂଗଠନ । ନୂତନ ପେନସନ ବ୍ୟବସ୍ଥାକୁ ବାତିଲ କରି ପୂର୍ବ ପ୍ରଚଳିତ ପୁରୁଣା ପେନସନ ଲାଗୁ କରିବା ଓ ଏଥିରେ ନୂତନ ଅନୁଦାନ ପ୍ରାପ୍ତ ସ୍କୁଲ କଲେଜକୁ ଅନ୍ତର୍ଭୁକ୍ତ କରିବା, ରାଜ୍ୟର ସମସ୍ତ ଅନୁଦାନ ପ୍ରାପ୍ତ ସ୍କୁଲ କଲେଜକୁ ଚାକିରି ସର୍ତ୍ତାବଳୀ ସହିତ ସରକାରୀ ଅନୁଷ୍ଠାନରେ ପରିଣତ କରିବା, ଚାକିରି କାଳକୁ 62 ବର୍ଷକୁ ବୃଦ୍ଧି କରିବା, ଏଲିମେଣ୍ଟାରି ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ଦରମା ଦେବା ଏବଂ ରାଜ୍ୟର ଛାତ୍ର ଛାତ୍ରୀମାନଙ୍କୁ ପ୍ରଦାନ କରାଯାଉଥିବା ମଧ୍ୟାହ୍ନ ଭୋଜନର ମାନ ବୃଦ୍ଧି କରିବାକୁ ଦାବି କରିବେ ବୋଲି କହିଛନ୍ତି ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ଵୟ ସମିତିର ଆବାହକ ପ୍ରକାଶ ଚନ୍ଦ୍ର ମହାନ୍ତି ।

ସରକାର ତୁରନ୍ତ ଏହି ସମସ୍ତ ଦାବି ଉପରେ ଅନୁଧ୍ୟାନ କରି ସମନ୍ଵୟ ସମିତିର ନେତୃତ୍ଵ ମାନଙ୍କ ସହିତ ଆଲୋଚନା କରି ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଆସନ୍ତା ୧୬ ତାରିଖ ଦାବି ଦିବସରେ ରାଜରାସ୍ତାରେ ସମବେତ ହେବେ ବିଭିନ୍ନ ଶିକ୍ଷକ ସଂଗଠ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.