ETV Bharat / city

ନୀଳାଚଳ ଇସ୍ପାତକୁ ଅଧିଗ୍ରହଣ କଲା ଟାଟା ଷ୍ଟିଲ

author img

By

Published : Jul 4, 2022, 10:23 PM IST

ନୀଳାଚଳ ଇସ୍ପାତ ନିଗମ ଲିମିଟେଡରୁ ରଣନୀତିକ ପୁଞ୍ଜି ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହୋଇଛି । ଏହି କମ୍ପାନୀରୁ କେନ୍ଦ୍ର ସରକାରଙ୍କର 4ଟି ଓ ଓଡିଶା ସରକାରଙ୍କ 2ଟି ଉଦ୍ୟୋଗ ଆଜି 93.71% ଅଂଶଧନକୁ ଟାଟା ଷ୍ଟିଲ ଲଂଗ୍ ପ୍ରଡକ୍ଟସ ଲିମିଟେଡକୁ ହସ୍ତାନ୍ତର କରିଛନ୍ତି । ଏନେଇ ନୀଳାଚଳ ଇସ୍ପାତକୁ ଟାଟା ଷ୍ଟିଲ ଅଧିଗ୍ରହଣ କରିଛି । ଅଧିକ ପଢନ୍ତୁ

ନୀଳାଚଳ ଇସ୍ପାତକୁ ଅଧିଗ୍ରହଣ କଲା ଟାଟା ଷ୍ଟିଲ
ନୀଳାଚଳ ଇସ୍ପାତକୁ ଅଧିଗ୍ରହଣ କଲା ଟାଟା ଷ୍ଟିଲ

ଭୁବନେଶ୍ବର: ନୀଳାଚଳ ଇସ୍ପାତ ନିଗମ ଲିମିଟେଡରୁ ରଣନୀତିକ ପୁଞ୍ଜି ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହୋଇଛି । ଏହି କମ୍ପାନୀରୁ କେନ୍ଦ୍ର ସରକାରଙ୍କର 4ଟି ଓ ଓଡିଶା ସରକାରଙ୍କ 2ଟି ଉଦ୍ୟୋଗ ଆଜି 93.71% ଅଂଶଧନକୁ ଟାଟା ଷ୍ଟିଲ ଲଂଗ୍ ପ୍ରଡକ୍ଟସ ଲିମିଟେଡକୁ ହସ୍ତାନ୍ତର କରିଛନ୍ତି । ଏନେଇ ନୀଳାଚଳ ଇସ୍ପାତକୁ ଟାଟା ଷ୍ଟିଲ ଅଧିଗ୍ରହଣ କରିଛି । ଆଜି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଅନ୍ତର୍ଗତ ଡିଆଇପିଏମ ପକ୍ଷରୁ ଏହି ତଥ୍ୟ ପ୍ରଦାନ କରାଯାଇଛି ।

ଟାଟା କମ୍ପାନୀ ନୀଳାଚଳ ଇସ୍ପାତ ନିଗମର ଅଂଶୀଦାରମାନଙ୍କୁ ଏଣ୍ଟରପ୍ରାଇଜ ଭ୍ୟାଲୁଭାବେ ମୋଟ 12,1000କୋଟି ଟଙ୍କା ପ୍ରଦାନ କରିଛି । ଅଂଶଧନ କ୍ରୟ ରାଜିନାମାର ସର୍ତ୍ତ ଅନୁସାରେ ଏହି ଅର୍ଥ କର୍ମଚାରୀଙ୍କ ପ୍ରାପ୍ୟ ପ୍ରଦାନ, କାର୍ଯ୍ୟ ପରିଚାଳନା ପାଇଁ ଋଣ ପ୍ରଦାନକାରୀ, ଆର୍ଥିକ ଋଣଦାତା, ବିକ୍ରେତାଙ୍କ ପ୍ରାପ୍ୟ ଏବଂ ଅଂଶପତ୍ରଧାରୀ ବିକ୍ରେତାଙ୍କ ଇକ୍ୟୁଟି ସକାଶେ ଖର୍ଚ୍ଚ କରାଯାଇଛି ।

ଏହି ଇସ୍ପାତ ପ୍ରକଳ୍ପ ବିକ୍ରୟ ପାଇଁ ନିଲାମ 2022 ଜାନୁୟାରୀ 31ରେ ହୋଇଥିଲା । ସେଥିରେ ଟାଟା ଷ୍ଟିଲ ଲଂଗ ପ୍ରଡକ୍ଟ ଲିମିଟେଡ ସର୍ବାଧିକ ଅର୍ଥ ଦେବାର ପ୍ରସ୍ତାବ ଦେଇଥିଲା । ଚଳିତ ବର୍ଷ ମାର୍ଚ୍ଚ 10 ତାରିଖରେ ଅଂଶଧନ କ୍ରୟ ଚୁକ୍ତି (ଏସପିଏ) ସ୍ବାକ୍ଷରିତ ହୋଇଥିଲା

ନୀଳାଚଳ ଇସ୍ପାତ ନିଗମ ଲିମିଟେଡ (ଏନ୍ଆଇଏନ୍ଏଲ) 4ଟି କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗର ମିଳିତ ସହଯୋଗରେ ପ୍ରତିଷ୍ଠା ହୋଇଥିଲା । ଏଥିରେ ଏମ୍ଏମ୍ଟିସିର 49.78%, ଏନ୍ଏମ୍ଡିସିର 10.10%, ବିଏଚ ଇଏଲର 0.68% ଓ ମେକ୍ନର 0.68 ଶତାଂଶ ଅଂଶଧନ ଥିଲା । ଏହାଛଡା ଓଡିଶା ସରକାରଙ୍କ 2ଟି ସରକାରୀ ଉଦ୍ୟୋଗ ମଧ୍ୟ ଏଥିରେ ପୁଞ୍ଜିନିବେଶ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.