ଭୁବନେଶ୍ବର: ପଞ୍ଚଭୂତରେ ବିଲୀନ ହେଲେ କଣ୍ଠଶିଳ୍ପୀ ତପୁ ମିଶ୍ର । ଭୁବନେଶ୍ବର ସତ୍ୟନଗର ଶ୍ମଶାନରେ ତପୁଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ସ୍ବାମୀ ଦୀପକ ପୂଜାରୀ ମୁଖାଗ୍ନି ଦେଇଛନ୍ତି । ଅତ୍ୟନ୍ତ ଶୋକାକୂଳ ପରିବେଶରେ ତପୁଙ୍କ ଅନ୍ତିମ ସତ୍କାର କରାଯାଇଛି ।
ଗତକାଲି(ଶନିବାର) ବିଳମ୍ବିତ ରାତିରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତପୁଙ୍କ ମୃତ୍ୟୁ ଘଟିଛି । ସେ ନିକଟରେ କୋରୋନା ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପରେ ତପୁ କୋରୋନାରୁ ସୁସ୍ଥ ହୋଇଥିଲେ ମଧ୍ୟ ତାଙ୍କ ଫୁସଫୁସ ସଂକ୍ରମଣ ହେବା କାରଣରୁ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିଲା । ପାଖାପାଖି ଏକ ମାସ ହେବ ମେଡିକାଲରେ ସଂଘର୍ଷ କରିବା ପରେ ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜିଛନ୍ତି । ତାଙ୍କ ବିୟୋଗରେ ସମଗ୍ର କଳାଜଗତରେ ଶୋକର ଛାୟା ଖେଳିଯାଇଛି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ