ETV Bharat / city

ତପୁଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ, ସାହାଯ୍ୟ ପ୍ରତିଶ୍ରୃତି ଦେଲେ ସୋନୁ ସୁଦ୍

author img

By

Published : Jun 3, 2021, 10:14 PM IST

ଓଡ଼ିଆ ସଙ୍ଗୀତ ଦୁନିଆର ଜଣାଶୁଣା କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ ରହିଛି । ତେବେ ଏହାରି ମଧ୍ୟରେ ମିଳିଛି ଏକ ବଡ଼ ଆଶ୍ବସ୍ତି । ତପୁଙ୍କୁ ସାହାଯ୍ୟ ଯୋଗାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଅଭିନେତା ତଥା ସମାଜସେବୀ ସୋନୁ ସୁଦ୍ । ଅଧିକ ପଢନ୍ତୁ...

ତପୁଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ
ତପୁଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ

ଭୁବନେଶ୍ବର: ଓଡ଼ିଆ ସଙ୍ଗୀତ ଦୁନିଆର ଜଣାଶୁଣା କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ ରହିଛି । ତାଙ୍କୁ ଭଲ କରିବା ପାଇଁ ଡାକ୍ତରମାନଙ୍କ ସମସ୍ତ ପ୍ରଚେଷ୍ଟା ଚଳାଇଥିବାବେଳେ ସ୍ବାସ୍ଥ୍ୟବସ୍ଥାରେ କୌଣସି ସୁଧାର ଆସୁନାହିଁ । ତେବେ ଏହାରି ମଧ୍ୟରେ ମିଳିଛି ଏକ ବଡ଼ ଆଶ୍ବସ୍ତି । ତପୁଙ୍କୁ ସାହାଯ୍ୟ ଯୋଗାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଅଭିନେତା ତଥା ସମାଜସେବୀ ସୋନୁ ସୁଦ୍ ।

ତପୁଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ
ତପୁଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ

ଏଥିସହ ତପୁଙ୍କର କିଛି କ୍ଷତି ହେବନି ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି । ମହାମାରୀ କୋରୋନାରେ ଆକ୍ରାନ୍ତ ହୋଇ ସେ ଜୀବନ କିଛି ଦିନ ହେବ ଚିକିତ୍ସାଧୀନ ଅଛନ୍ତି ।

ତପୁଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ
ତପୁଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ

ପ୍ରଥମେ ଭୁବନେଶ୍ବରର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଥିବାବେଳେ ଗତ ମେ ୨୦ ତାରିଖ ରାତିରୁ କଟକର ଏକ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏପଟେ ତପୁଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ତାଙ୍କ ପରିବାର ଚିନ୍ତିତ ରହିଛନ୍ତି ।

ଏଭଳି ସ୍ଥିତିରେ ତପୁଙ୍କ ଜଣେ ଶୁଭେଚ୍ଛୁ ସୋନୁ ସୁଦଙ୍କୁ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି । ଗୀତା ଦାଶ ନାମକ ଜଣେ ଟ୍ବିଟର୍ ୟୁଜର୍ସ ସୋନୁଙ୍କୁ ଟ୍ବିଟ୍ କରି ତପୁଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ ଜଣାଇଛନ୍ତି ।

ସେ ଲେଖିଛନ୍ତି ଯେ ସାର୍, ଆମ ପ୍ରିୟ ସାଥୀ ତପୁ ମିଶ୍ରଙ୍କ ପାଇଁ ଜରୁରୀକାଳିନ ୨ ଡିଜି ସଚେଟ୍ (ଡିଆରଡିଓ ଦ୍ବାରା ପ୍ରସ୍ତୁତ କୋରୋନା ଔଷଧ) ଆବଶ୍ୟକ । ଓଡ଼ିଶାର ପ୍ରସିଦ୍ଧ ସିଙ୍ଗର ତପୁଙ୍କ ସ୍ୱାସ୍ଥ୍ୟାବସ୍ଥା ବଡ଼ ସଙ୍କଟାପନ୍ନ ରହିଛି ଏବଂ ଆମେ କିଛିଦିନ ଧରି ବହୁ ଚେଷ୍ଟା କରିବା ପରେ ମଧ୍ୟ ଏହି ଔଷଧ ଯୋଗାଡ଼ କରିପାରିନୁ ।

ଆପଣ ଦୟାକରି ଆମକୁ ସାହାଯ୍ୟ କରନ୍ତୁ । ଆମେ ଆପଣଙ୍କ ନିକଟରେ ଚିର କୃତଜ୍ଞ ରହିବୁ ବୋଲି ୟୁଜର୍ସ ଗୀତା ଦାଶ ସୋନୁ ସୁଦଙ୍କୁ ଟ୍ବିଟ୍ କରିଛନ୍ତି । ଏପଟେ ସୋନ ସୁଦ ମଧ୍ୟ ସାହାଯ୍ୟ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ ଓ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.