ETV Bharat / city

ରାଜଧାନୀରେ ସୀମା ଟପୁଛି ସଙ୍ଘବଦ୍ଧ ଆକ୍ରମଣ, ଜୀବନ ହାରିଲେ ସ୍ବିଗିବଏଙ୍କ ଭାଇ ସୌମ୍ୟରଞ୍ଜନ - ସ୍ବିଗିବୟଙ୍କ ଭାଇ ସୌମ୍ୟରଞ୍ଜନ

ରାଜଧାନୀ ଭୁବନେଶ୍ବରେ ସଘଂବଦ୍ଧର ଶିକାର ହୋଇଥିଲେ ସ୍ବିଗିବୟଙ୍କ ଭାଇ ସୌମ୍ୟରଞ୍ଜନ । ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା । ଅଧିକ ପଢନ୍ତୁ...

ରାଜଧାନୀରେ ସୀମା ଟପୁଛି ସଙ୍ଘବଦ୍ଧ ଆକ୍ରମଣ, ଜୀବନ ହାରିଲେ ସ୍ବିଗିବୟଙ୍କ ଭାଇ ସୌମ୍ୟରଞ୍ଜନ

author img

By

Published : Oct 16, 2021, 1:12 PM IST

ଭୁବନେଶ୍ବର: ରାଜଧାନୀରେ ଉଗ୍ରରୂପ ନେଉଛି ସଘଂବଦ୍ଧ ଆକ୍ରମଣ । ଜେଲ ଫେରନ୍ତା ଅଭିଯୁକ୍ତ ଘଟାଉଛନ୍ତି ଭୟାନକ କାଣ୍ଡ । ପୋଲିସର କୋହଳ ଦଫା ଯୋଗୁଁ ଖସିଯାଉଛନ୍ତି ଦୁର୍ବୃତ୍ତ । ଘଟଣାକୁ ଗୁରୁତର ସହ ନେଉନାହାନ୍ତି ସିନିଅର ଅଫିସର । ଯାହାର‌ ପରିଣତି ସ୍ବରୁପ ଯାଇଛି ଜଣେ ସହରବାସୀଙ୍କ ଜୀବନ । ସଘଂବଦ୍ଧ ଆକ୍ରମଣରେ ଚିକିତ୍ସିତ ହେଉଥିବା ସ୍ବିଗିବଏ ସୁପ୍ରଭାତଙ୍କ ଭାଇ ସୌମ୍ୟରଞ୍ଜନଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି ।

ରାଜଧାନୀରେ ସୀମା ଟପୁଛି ସଙ୍ଘବଦ୍ଧ ଆକ୍ରମଣ, ଜୀବନ ହାରିଲେ ସ୍ବିଗିବୟଙ୍କ ଭାଇ ସୌମ୍ୟରଞ୍ଜନ

ଗତ ସେପ୍ଟେମ୍ବର ୨୫ ଭରତପୁର ଫାୟାର ଷ୍ଟେସନ ଛକରେ ସ୍ବିଗି ବୟ ସୁପ୍ରଭାତଙ୍କୁ ସଙ୍ଘବଦ୍ଧ ଭାବେ ଆକ୍ରମଣ କରିଥିଲେ କିଛି ଫାଇନାନ୍ସ କର୍ମଚାରୀ । ଏନେଇ ଖବର ପାଇବା ପରେ ଭାଇକୁ ରକ୍ଷା କରିବାକୁ ଆସିଥିଲେ ସୌମ୍ୟରଞ୍ଜନ ମାନ୍ଧାତା । ହେଲେ ଫାଇନାନ୍ସ କର୍ମଚାରୀଙ୍କ‌ ସହ ସ୍ଥାନୀୟ କିଛି ସହଯୋଗୀ ମିଶି ତାଙ୍କୁ ସଙ୍ଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଫଳରେ ସୌମ୍ୟରଜନଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା । ଏହାପରେ ଗୁରୁତର ଅବସ୍ଥାରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଗତକାଲି(ଶୁକ୍ରବାର) ରାତିରେ ସୌମ୍ୟଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି ।

ଏହି ଘଟଣାରେ ଜେଲ ଫେରନ୍ତା ଅଭିଯୁକ୍ତ ସାମିଲ ରହିଛନ୍ତି । ସେପଟେ ୩ ଜଣଙ୍କୁ ପୂର୍ବରୁ କୋହଳ ଦଫାରେ ଗିରଫ କରିଥିବା ବେଳେ ଏବେ ବି ଫେରାର ଅଛନ୍ତି ଅନେକ ଅଭିଯୁକ୍ତ । ତେବେ ସୌମ୍ୟଙ୍କ ହତ୍ୟା ପରେ ଏବେ ଏହି ଘଟଣା ସହରବାସୀଙ୍କୁ ଚକିତ କରିଛି । କେବଳ ଏହି ଘଟଣା ନୁଆ ନୁହେଁ ଗତ ୩୦ ସେପ୍ଟେମ୍ବରରେ ମଧ୍ୟ ସମାନ ଢଙ୍ଗରେ ହୋଇଥିଲା ଆକ୍ରମଣ । ବସ୍ତି ଭିତରେ ପଶି ବଟି ପାଇ ସଘଂବଦ୍ଧ ଆକ୍ରମଣ କରିଥିଲେ କିଛି ଅଭିଯୁକ୍ତ। ଲକ୍ଷ୍ମୀସାଗର ଥାନା ଓସ୍କାରସିଟିରେ ଭିଆଇଥିଲେ ଏଭଳି ଭୟାନକ କାଣ୍ଡ ।

ସେହିପରି ୧୧ ଅକ୍ଟୋବରରେ ନୟାପଲି ଥାନା କଳିଙ୍ଗ ଷ୍ଟାଡିୟମ ଛକ ନିକଟରେ ସଙ୍ଘବଦ୍ଧ ଆକ୍ରମଣ କରିଥିଲେ ୧୪ରୁ ୧୫ଜଣ ଯୁବକ । ଆକ୍ରମଣରେ ନୟାପଲ୍ଲୀ ବେହେରା‌ ସାହିର ବୁଲୁ ସାମନ୍ତରାୟଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ସେହିପରି ୧୦ ଅକ୍ଟୋବର କ୍ୟାପିଟାଲ ଥାନା ସାମ୍ନାରେ ବଟି ପାଇଁ ଉଠା ଦୋକାନୀଙ୍କୁ ସଙ୍ଘବଦ୍ଧ ଆକ୍ରମଣ କରିଥିଲେ କିଛି ଦୁର୍ବୃତ୍ତ। ଯାହା ଫଳରେ ଉଠା ଦୋକାନୀ ପି ଲିଙ୍ଗରାଜ ରାଓ ହୋଇଥିଲେ ଗୁରୁତର ଆକ୍ରମଣର ଶିକାର । ଏଭଳି ଘଟଣା ଏବେ ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି ।

ଏଭଳି ଘଟଣାକୁ ଗୁରୁତର ସହ ନେଉନାହାନ୍ତି ଭୁବନେଶ୍ଵର ଡିସିପି । ଏପରିକି ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରୁଥିଲେ ମଧ୍ୟ କୋହଳ ଦଫା ଯୋଗୁଁ ସହଜରେ ଜାମିନରେ ଖସୁଛନ୍ତି ଅଭିଯୁକ୍ତ । ଆଉ ଘଟାଉଛନ୍ତି ଗୋଟିଏ ପରେ ଗୋଟିଏ ଭୟାନକ କାଣ୍ଡ । ଏଭଳି ଜେଲ ଫେରନ୍ତା ଏବେ ରାଜଧାନୀରେ ଚିନ୍ତାର ବିଷୟ ପାଲଟିଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.