ETV Bharat / city

ସ୍ୱୀକୃତି କାର୍ଯ୍ୟକ୍ରମ ଦେଶରେ ଏକ ମାଇଲଖୁଣ୍ଟ: ମନ୍ତ୍ରୀ ଅଶୋକ ପଣ୍ଡା

author img

By

Published : May 7, 2022, 2:15 PM IST

କିନ୍ନରମାନଙ୍କ ଜୀବନ ଧାରାରେ ଉନ୍ନତି ସାଙ୍ଗକୁ ସମତା ଓ ନ୍ୟାୟ ସୁରକ୍ଷିତ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଛି ‘ସ୍ବୀକୃତି’ କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ

ସ୍ୱୀକୃତି କାର୍ଯ୍ୟକ୍ରମ ଦେଶରେ ଏକ ମାଇଲଖୁଣ୍ଟ:ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା

ଭୁବନେଶ୍ବର: କିନ୍ନରମାନଙ୍କ ଜୀବନ ଧାରାରେ ଉନ୍ନତି ସାଙ୍ଗକୁ ସମତା ଓ ନ୍ୟାୟ ସୁରକ୍ଷିତ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଛି ‘ସ୍ବୀକୃତି’ କାର୍ଯ୍ୟକ୍ରମ । ‘ଏ କାର୍ଯ୍ୟକ୍ରମ ଦେଶରେ ଏକ ମାଇଲଖୁଣ୍ଟ ପଦକ୍ଷେପ’ ବୋଲି କହିଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା । ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ, ନିତି ଆୟୋଗ, ମିଳିତ ଜାତିସଂଘ ବିକାଶ କାର୍ଯ୍ୟକ୍ରମର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ କିନ୍ନର କଲ୍ୟାଣ ସମ୍ପର୍କିତ ପୂର୍ବାଞ୍ଚଳ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଏହା କହିଛନ୍ତି ।

ଗତ ଫେବୃଆରୀ ମାସରେ ଭାରତ ସରକାର ଆରମ୍ଭ କରିଥିବା ‘ସ୍ମାଇଲ୍‌’ କାର୍ଯ୍ୟକ୍ରମ, କିନ୍ନର କଲ୍ୟାଣ ପାଇଁ ପ୍ରାୟୋଜିତ ଜାତିୟ ପୋର୍ଟାଲ ଓ ସମ୍ପୃକ୍ତ ଆଇନ ଗୁଡ଼ିକର ସଫଳ ଅନୁପାଳନ ନିମନ୍ତେ ମତ, ପ୍ରସ୍ତାବ ଓ ପରାମର୍ଶ ଆହରଣ ସକାଶେ ଏହି ପୂର୍ବାଞ୍ଚଳ କର୍ମଶାଳା ଅନୁଷ୍ଠିତ ହୋଇଛି । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ କିନ୍ନରମାନଙ୍କୁ ମଧୁବାବୁ ପେନ୍‌ସନ୍ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ପ୍ରତି ଜିଲ୍ଲାରେ କିନ୍ନରଙ୍କ ପାଇଁ ସୁରକ୍ଷା ପ୍ରକୋଷ୍ଠ ଖୋଲାଯିବା ସହ ୮୬ ରୁ ଊର୍ଦ୍ଧ୍ବ ସ୍ଵଂୟ ସହାୟକ ଗୋଷ୍ଠୀ ଗଠନ କରାଯାଇଛି ।

ଜାତୀୟ ପୋର୍ଟାଲରେ ପ୍ରାୟ ୧୬୦୦ କିନ୍ନର ପଞ୍ଜିକୃତ ହୋଇ ପ୍ରମାଣପତ୍ର ପାଇବା ସହ ରାଜ୍ୟରେ କିନ୍ନରମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ଭିତିଭୂମି ପ୍ରସ୍ତୁତ କରାଯାଇଛି । କିନ୍ନରଙ୍କୁ ସ୍ଵଚ୍ଛସାଥୀ ଭାବେ ନିଯୁକ୍ତି ଦିଆଯିବା ସହ ପାକିଂ ଫି ଏବଂ ଅନ୍ୟାନ୍ୟ ଟିକସ ସଂଗ୍ରହରେ ନିୟୋଜିତ କରାଯାଇଛି । ପ୍ରତି ଜିଲ୍ଲାରେ କିନ୍ନରମାନଙ୍କ ନିମନ୍ତେ ପୁନର୍ବାସ କେନ୍ଦ୍ର ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।

ଏହି ପୂର୍ବାଞ୍ଚଳ କର୍ମଶାଳାରେ ଓଡ଼ିଶା ସମେତ ଛତିଶଗଡ଼, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ଓ ଆଣ୍ଡାମାନ - ନିକୋବର କେନ୍ଦ୍ରଶାସିତ ଅଞ୍ଚଳରୁ କିନ୍ନର ପ୍ରତିନିଧି ଯୋଗ ଦେଇଛନ୍ତି । ସ୍ଵେଚ୍ଛାସେବୀ ସଂଗଠନ କର୍ମକର୍ତ୍ତାଙ୍କ ସମେତ ଯୋଜନା, ସ୍ବାସ୍ଥ୍ୟ, ଶିକ୍ଷା, ମହିଳା ଓ ଶିଶୁ ବିକାଶ,ଶ୍ରମ ଓ ନିଯୁକ୍ତି, ଗୃହନିର୍ମାଣ, ଦକ୍ଷତା ବିକାଶ, ସମାଜ କଲ୍ୟାଣ, ଜନଜାତି ବିକାଶ ପରି ବିଭାଗ ଗୁଡ଼ିକର ପଦାଧିକାରୀମାନେ ଅଂଶଗ୍ରହଣ କରିଛନ୍ତି । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର କମିଶନର ତଥା ଶାସନ ସଚିବ ଭାସ୍କରଜ୍ୟୋତି ଶର୍ମା ରାଜ୍ୟରେ କିନ୍ନରମାନଙ୍କ ପାଇଁ ଥିବା ବିଭିନ୍ନ ସହାୟତା ବାବଦରେ ସୂଚନା ଦେଇଛନ୍ତି ।

ଯୋଜନା କମିଶନଙ୍କ ସାମାଜିକ ନ୍ୟାୟ ପ୍ରଭାଗର ପ୍ରାକ୍ତନ ବରିଷ୍ଠ ପରାମର୍ଶଦାତା ଜି.ବି. ପଣ୍ଡା, ମିଳିତ ଜାତିସଂଘ ବିକାଶ କାର୍ଯ୍ୟକ୍ରମର ଜାତୀୟ ପ୍ରବନ୍ଧକ ଡ. ଚିରଞ୍ଜିବ ଭଟ୍ଟାଚାର୍ଯ୍ୟ ବକ୍ତବ୍ୟ ରଖିଛନ୍ତି । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ନିର୍ଦ୍ଦେଶିକା ବ୍ରତତି ହରିଚନ୍ଦନ ସ୍ଵାଗତ ଭାଷଣ ଦେଇଛନ୍ତି । ଜାତିସଂଘ କାର୍ଯ୍ୟକ୍ରମର ଓଡ଼ିଶା ମୁଖ୍ୟ ଆଭା ମିଶ୍ର ଧନ୍ୟବାଦ ଅର୍ପଣ କରିଛନ୍ତି ।

ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟର ସହକାରୀ ନିର୍ଦ୍ଦେଶକ ଶାନ୍ତନୁ ଦୀକ୍ଷିତ ମନ୍ତ୍ରାଳୟ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପଦକ୍ଷେପ ତଥା ନୂତନ କରି ଆରମ୍ଭ କରାଯାଇଥିବା ‘ସ୍ମାଇଲ୍‌’ କାର୍ଯ୍ୟକ୍ରମ ଏବଂ ଜାତୀୟ ପୋର୍ଟାଲ ଉପରେ ଆଲୋକପାତ କରିଛନ୍ତି । ଦିନ ତମାମ କିନ୍ନର କଲ୍ୟାଣ ଓ ସମ୍ପର୍କିତ କ୍ଷେତ୍ର ଗୁଡ଼ିକ ଉପରେ ଦଳଗତ ଆଲୋଚନା ହୋଇଛି ।

ନିତି ଆୟୋଗର ସହକାରୀ ପରାମର୍ଶଦାତା ଡ. ମୁନିରାକୁ ଏସ୍. ବି. ଦଳଗତ ଆଲୋଚନାର ନେତୃତ୍ଵ ନେଇଥିଲେ । ବିଶେଷ କରି ସ୍ବାସ୍ଥ୍ୟ, ଶିକ୍ଷା, ସମାଜ କଲ୍ୟାଣ, ସାମାଜିକ ସୁରକ୍ଷା, ଆବାସ, ଜୀବନଜୀବିକା, ସମତା ଓ ନ୍ୟାୟ ପ୍ରସଙ୍ଗ ନେଇ ମତବିନିମୟ ହୋଇଛି । ଜାତିସଂଘ କାର୍ଯ୍ୟକ୍ରମର ରୂପାୟନ ସହଯୋଗୀ ସଂଗଠନ ହମ୍‌ସଫର ଟ୍ରଷ୍ଟର କର୍ମକର୍ତ୍ତାମାନେ ମଧ୍ୟ ଏହି କର୍ମଶାଳାରେ ଅଂଶଗ୍ରହଣ କରିଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.