ETV Bharat / city

ସ୍ଵାୟତ୍ତ ଶାସନ ଦିବସରେ 'ଫନି' କ୍ଷତିଗ୍ରସ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ୍ - ମୁ୍ଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ରାଜଧାନୀରେ ପାଳନ ହୋଇଯାଇଛି ସ୍ବାୟତ୍ତ ଶାସନ ଦିବସ । ଏହି ଦିବସ ଅବସରରେ ମୁ୍ଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂତନ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Aug 31, 2019, 7:34 PM IST

ଭୁବନେଶ୍ବର: ରାଜଧାନୀରେ ପାଳନ ହୋଇଯାଇଛି ସ୍ବାୟତ୍ତ ଶାସନ ଦିବସ । ଏହି ଦିବସ ଅବସରରେ ମୁ୍ଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂତନ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି । ତେବେ ନିର୍ଦ୍ଧାରିତ ସମୟ ସୀମା ଭିତରେ ଜନସାଧାରଣ କିପରି ସମସ୍ତ ସୁବିଧା ପାଇବେ ସେନେଇ ପଦକ୍ଷେପ ନିଆଯାଇଛି । ଏହାସହ ସମଗ୍ର ରାଜ୍ୟରେ ୨ ହଜାର ୦୩୫ ଗୋଟି ଓ୍ଵାର୍ଡ କାର୍ଯ୍ୟାଳୟ ଖୋଲାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର

ଖବର ଅନୁଯାୟୀ, ନିୟମରେ ଜନସାଧାରଣ ରାସ୍ତା ଘାଟଠାରୁ ଆରମ୍ଭ କରି ପାର୍କିଂ ସମସ୍ୟା କଥା ଉଠାଇ ପାରିବେ । ଓ୍ଵାର୍ଡ କାର୍ଯ୍ୟାଳୟରେ ପେନସନ, ଜନ୍ମ ମୃତ୍ୟୁ ସାର୍ଟିଫିକେଟ ଆଦି ଦିଆଯିବ । ଏହାସହ ୫ଟି ଆଧାରରେ ରାଜ୍ୟରେ ଓ୍ଵାର୍ଡ ଅଫିସ ଓ ଓ୍ଵାର୍ଡ ଅଫିସରଙ୍କୁ ନିଯୁକ୍ତି କରିଛନ୍ତି ସରକାର । ଏହି ନିୟମ ସମସ୍ତ ଗୁଣାତ୍ମକ ସେବା ଯୋଗାଇବାରେ ସହାୟକ ହେବ, ଏହାସହ ଘରର ନକ୍ସା ଅନୁମୋଦନ ପାଇଁ ଇ-ବିପାସ୍ ଅନଲାଇନ କରାଯାଇଛି । ଯାହାଫଳରେ ୪୮ ଘଣ୍ଟା ମଧ୍ୟରେ ଘରର ନକ୍ସା ପାଇପାରିବେ ଓ ୫୦୦ବର୍ଗ ମିଟର ଘରର ବିଲ୍ଡିଂ ପ୍ଲାନ ଆପ୍ରୁଭାଲ କରାଯିବ ।

ଏହି ଦିବସ ଅବସରରେ ଆଜିଠାରୁ ନଗର ଉନ୍ନୟନ ବିଭାଗ କଠିନ ବର୍ଜ୍ୟବସ୍ତୁ ପରିଚାଳନା କରି ସେଥିରୁ କ୍ଷୁଦ୍ର ଜୈବସାର ପ୍ରକ୍ରିୟା କେନ୍ଦ୍ରର ଶୁଭାରମ୍ଭ କରିଛନ୍ତି । ଏଥିରେ ସାରା ରାଜ୍ୟରେ ୨୪୨ଟି ବର୍ଜ୍ୟବସ୍ତୁ ପରିଚାଳନା ଖୋଲାଯାଇଛି । ଏହାସହ ପରବର୍ତ୍ତୀ ପର୍ଯ୍ୟାୟରେ ସମସ୍ତ ମ୍ୟୁନିସିପାଲିଟିରେ ୨୬ ଟି ସେକ୍ଟର ପ୍ଲାଣ୍ଟର ସୁବିଧା ଦିଆଯିବ।

ସେହିପରି ପୁରୀରେ ଫନି କ୍ଷତିଗ୍ରସ୍ତ ଉଠା ଦୋକାନୀଙ୍କୁ ୧୦ ହଜାର ଟଙ୍କାର ପ୍ୟାକେଜ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଲୋକସେବା ଭବନରେ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଏହି ସବୁ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ରାଜ୍ୟ ସ୍ଵାୟତ ଶାସନ ଦିବସ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂତନ କର୍ଯ୍ୟର ଶୁଭାରମ୍ଭ କରିଛନ୍ତି ।

ଜନସାଧାରଣ ଙ୍କ ସୁବିଧା ପାଇଁ ନିର୍ଧାରଣ ସମୟ ସୀମା ଭିତରେ କିଭଳି ଲୋକମାନେ ସେବା ପାଇବେ ସେନେଇ ପଦକ୍ଷେପ ନିଆଯାଇଛି । ଆଜି ସମଗ୍ର ରାଜ୍ୟରେ ୨୦୩୫ଗୋଟି ଓ୍ଵାର୍ଡ କରାର୍ଯ୍ୟାଳୟ ଖୋଲାଯାଇଛି ।ରାସ୍ତା ଘାଟ,ଠାରୁ ଆରମ୍ଭ କରି ପାର୍କି ସମସ୍ୟା କଥା ଉଠାଇ ପାରିବେ ।ଓ୍ଵାର୍ଡ କାର୍ଯ୍ୟାଳୟ ରେ ପେନସନ, ଜନ୍ମ ମୃତ୍ୟୁ ସାର୍ଟିଫିକେଟ ଆଦି ଦିଆଯିବ ।ଏହା ସହ ୫ଟି ଆଧାର ରେ ରାଜ୍ୟରେ ଓ୍ଵାର୍ଡ ଅଫିସ ଓ ଓ୍ଵାର୍ଡ ଅଫିସର ନିଜୁକ୍ତି କରିଛନ୍ତି ।ଏହା ଗୁଣାତ୍ମକ ସେବା ଯୋଗାଇବେ ରେ ସହାୟକ ହେବ

Body:ଏହା ସହ ଘରର ନକସା ଅନୁମୋଦନ ପାଇଁ ଇ-ବିପାସ୍ ଅନଲାଇନ କରାଯାଇଛି ।ଯାହାଫଳରେ ୪୮ ଘଣ୍ଟା ମଧ୍ୟରେ ଘରର ନକସା ପାଇପାରିବେ । ୫୦୦ବର୍ଗ ମିଟର ଘରର ବିଲଡ୍ଂ ପ୍ଲାନ ଆପ୍ରୋଭାଲ କରାଯିବ ।
ଅବସରରେ

.ଆଜି ଠାରୁ ଏହି ଅବସରରେ କଠିନ ବର୍ଯ୍ୟବସ୍ତୁ ପରିଚାଳନା ପାଇଁ ନଗର ଉନ୍ନୟନ ବିଭାଗ କଠିନ ବର୍ଯ୍ୟବସ୍ତୁ ପରିଚାଳନା କରି ସେଥିରୁ କ୍ଷୁଦ୍ର ଜୈବସାର ପ୍ରକ୍ରିୟା କେନ୍ଦ୍ର ର ଶୁଭାରମ୍ଭ କରିଛନ୍ତି । ସାରା ୨୪୨ଟି ବର୍ଯ୍ୟବସ୍ତୁ ପରିଚାଳନା ଖୋଲାଯାଇଛି ।୨୬ ଟି ସେକ୍ଟର ପ୍ଲାଣ୍ଟ ପରବର୍ତ୍ତୀ ପ୍ରଯ୍ୟାୟରେ ସମସ୍ତ ମୁନିସପାଲିଟ୍ ରେ ଏହି ସୁବିଧା ଦିଆଯିବ ।ଗାର୍ବେଜ୍ ମାଇକ୍ରୋ ସେଣ୍ଟର ହେବ ।ସେଠାରେ ବର୍ଯ୍ୟବସ୍ତୁ ପରିଚାଳନା କରାଯିବ ।

Conclusion:ଏହା ସହ ପୁରୀ ରେ ଫନି କ୍ଷତିଗ୍ରସ୍ତ ଉଠା ଦୋକାନୀ ମାନଙ୍କୁ ୧୦ ହଜାର ଟଙ୍କାର ପ୍ୟାକେଜ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଆଜି ଲୋକସଭା ଭବନରେ ହୋଇଥିବା କାର୍ଯ୍ୟକ୍ରମ ରେ ମୁଖ୍ୟମନ୍ତ୍ରୀ ଭିଡିଓ କନଫରନେସ ଜରିଆରେ ଏହି ସବ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଛନ୍ତି ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.