ETV Bharat / city

Swachh Bharat Mission 2.0: ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ସମୀର

author img

By

Published : Oct 1, 2021, 9:41 PM IST

ସ୍ଵଚ୍ଛତାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ବିକାଶ ପାଇଁ ସ୍ୱଚ୍ଛତାର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଓ ନିହାତି ଆବଶ୍ୟକତା ରହିଛି ବୋଲି କହିଛନ୍ତି ସମୀର । ଅଧିକ ପଢନ୍ତୁ...

Swachh Bharat Mission 2.0: ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ସମୀର
Swachh Bharat Mission 2.0: ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ସମୀର

ଭୁବନେଶ୍ବର: ସ୍ଵଚ୍ଛତାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ବିକାଶ ପାଇଁ ସ୍ୱଚ୍ଛତାର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଓ ନିହାତି ଆବଶ୍ୟକତା ରହିଛି ବୋଲି କହିଛନ୍ତି ସମୀର । ସହରାଞ୍ଚଳରେ ଥିବା ରାସ୍ତାକଡ ଉଠା ଦୋକାନୀ ଓ ବୁଲା ବିକାଳିଙ୍କ ଆର୍ଥିକ ସମସ୍ୟାର ସମାଧାନ ପାଇଁ ଆଶାର ଆଲୋକ ଆଣି ଦେଇଥିବା ପିଏମ୍ ସ୍ଵନିଧି ଯୋଜନା’ର ସଫଳ ରୂପାୟନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକୁ ପ୍ରଶଂସା ଓ ସ୍ବାଗତ ଜଣାଇଛନ୍ତି ରାଜ୍ୟ ବିଜେପି ସଭାପତି ।

ସମୀର ମହାନ୍ତି କହିଛନ୍ତି, ସ୍ୱଚ୍ଛଭାରତ ଯୋଜନାକୁ ରାଜ୍ୟରେ ବାସ୍ତବ ରୂପେ ପାଳନ କରି ଦେଶର ଏକ ନମ୍ବର ସ୍ଵଚ୍ଛ ରାଜ୍ୟ ଭାବେ ଗଢି ତୋଳିନ୍ତୁ ରାଜ୍ୟ ସରକାର । ଯୋଗ୍ୟ ଓ ପ୍ରକୃତ ହିତାଧିକାରୀଙ୍କୁ ଚିହ୍ନଟ କରି ପ୍ରଧାନମନ୍ତ୍ରୀ ସ୍ଵନିଧି ଯୋଜନାର ରାଜ୍ୟ ସରକାର ସଫଳ ରୂପାୟନ କରନ୍ତୁ ବୋଲି କହିଛନ୍ତି ସମୀର ।

ଅଳିଆ ଆବର୍ଜନା ମୁକ୍ତ ସହର ଭାବେ ଗଢି ତୋଳିବା ସହ ବର୍ଜ୍ୟବସ୍ତୁ ଓ ପ୍ରଦୂଷିତ ଜଳ ପରିଚାଳନାରେ ସୁଧାର କରାଯାଇ ପୁଣି ଥରେ ଏହି ଜଳକୁ ବ୍ୟବହାର ଉପଯୋଗୀ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଵଚ୍ଛ ଭାରତ ମିଶନ ( ନଗରାଞ୍ଚଳ) ୨.୦ ଏବଂ ଅମୃତ - ୨.୦ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ମାଧ୍ୟମରେ ଦେଶର ସମସ୍ତ ସହରବାସୀର ଏକ ସ୍ଵଚ୍ଛ ବାତାବରଣ ସୃଷ୍ଠି କରାଯାଇପାରିବ । ବିକାଶ ପାଇଁ ସ୍ୱଚ୍ଛତା ର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ଆଶ୍ୟକତା ରହିଛି । ୨୦୧୪ ମସିହା ଗାନ୍ଧୀ ଜୟନ୍ତୀ ଅବସରରେ ଆରମ୍ଭ ହୋଇଥିବା ମିଶନ ସମଗ୍ର ଦେଶରେ ଏକ ଜନଆନ୍ଦୋଳନରେ ପରିଣତ ହୋଇସାରିଛି ।ସ୍ୱଚ୍ଛଭାରତ ମିଶନ ୨.୦ ଓ ଅମୃତ ୨.୦ ଯୋଜନାର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଜ୍ୟ ସଭାପତି ସମୀର ମହାନ୍ତି କୃତଜ୍ଞତା ଜ୍ଞାପନ କରିଛନ୍ତି ।

ସ୍ୱଚ୍ଛଭାରତ ଯୋଜନାରେ ସମଗ୍ର ଦେଶରେ ଦଶ କୋଟିରୁ ଉର୍ଦ୍ଧ୍ବ ଶୌଚାଳୟ ନିର୍ମାଣ କରାଯାଇ ଅଗଣିତ ମା' ଓ ସନ୍ତାନକୁ ସୁରକ୍ଷା ପ୍ରଦାନ କରାଯାଇ ପାରିଛି । ବର୍ତ୍ତମାନ ଅଳିଆ ଆବର୍ଜନା ମୁକ୍ତ କରାଯାଇ ସୁସ୍ଥ ବାତାବରଣ ସୃଷ୍ଟି କରାଯାଇପାରିବ ବୋଲି ମହାନ୍ତି କହିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.