ETV Bharat / city

ଇଞ୍ଜିନିୟରିଂ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ମୃତଦେହ ଦେଖି ପୋଲିସ ଆବାକ୍

author img

By

Published : Sep 18, 2022, 9:50 PM IST

ରାଜଧାନୀ ଭୁବନେଶ୍ବର ପୁନମା ଗେଟ ନିକଟରୁ ଇଞ୍ଜିନିୟରିଂ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତଦେହ ବେକ ନିକଟରେ ଥିବା ରଶିରେ ଗାମୁଛା ଗୁଡାଯାଇଥିବାରୁ ଛାତ୍ରଙ୍କ ମୃତ୍ୟକୁ ନେଇ ସନ୍ଦେହ ଉପୁଜିଛି । ଅଧିକ ପଢନ୍ତୁ

ଇଞ୍ଜିନିୟରିଂ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ମୃତଦେହ ଦେଖି ପୋଲିସ ଆବାକ୍
ଇଞ୍ଜିନିୟରିଂ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ମୃତଦେହ ଦେଖି ପୋଲିସ ଆବାକ୍

ଭୁବନେଶ୍ବର: ରାଜଧାନୀର ଲିଙ୍ଗରାଜ ଥାନା ପୁନମା ଗେଟ ନିକଟରୁ ଇଞ୍ଜିନିୟରିଂ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତଦେହକୁ ଉଦ୍ଧାର ବେଳେ ପୋଲିସ ଆବାକ ହୋଇଯାଇଛି । ମୃତଦେହ ବେକ ନିକଟରେ ଥିବା ରଶିରେ ଗାମୁଛା ଗୁଡାଯାଇଥିବାରୁ ଛାତ୍ରଙ୍କ ମୃତ୍ୟକୁ ନେଇ ସନ୍ଦେହ ଉପୁଜିଛି । ଏହା ଆତ୍ମହତ୍ୟା କି ହତ୍ୟା ସେ ନେଇ ତଦନ୍ତ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ମୃତ ଛାତ୍ର ଜଣକ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଅଞ୍ଚଳର ସିଦ୍ଧାର୍ଥ ନାୟକ ବୋଲି ଜଣାପଡ଼ିଛି । ସେ KMBB କଲେଜରେ ଶେଷ ବର୍ଷ ଇଞ୍ଜିନିୟରିଂ ଛାତ୍ର ଥିଲେ। କଲେଜ ହଷ୍ଟେଲରେ ଖୋର୍ଦ୍ଧାରେ ରୁହନ୍ତି । ମାତ୍ର ଗତ ତିନି ମାସ ହେବ ଏଠାରେ ନିଜର ଜଣେ ସାଙ୍ଗ ସହ ପୁନମା ଗେଟ୍ ନିକଟରେ ଭଡ଼ାରେ ରହୁଥିଲେ । ତେବେ ଗତକାଲି ରାତିରେ ଭଉଣୀ ସହ ମଧ୍ୟ କଥା ହୋଇଥିଲେ । ଆଜି ମୃତଦେହ ଠାବ ବେଳେ ପୋଲିସ ଦେଖିବାକୁ ପାଇଥିଲା ଯେ ମୋଟା ରଶିରେ ଝୁଲନ୍ତା ଅବସ୍ଥାରେ ବେକ ପାଖରେ ଏକ ଗାମୁଛା ଲାଗିଥିଲା । ଯାହାକି ପୋଲିସ ଦେଖି ଆବାକ୍ ହୋଇଥିଲା । ଏହାକୁ ନେଇ ପରିବାର ଲୋକଙ୍କ ସନ୍ଦେହ ଉପୁଜିଛି ।

ଏହା ବି ପଢନ୍ତୁ- ଘରୋଇ ହସ୍ପିଟାଲ ନାଁରେ କିଡନୀ ଚୋରି ଅଭିଯୋଗ, ସତ ଖୋଜିବାକୁ ହେଲା ପୋଷ୍ଟମର୍ଟମର ଭିଡିଓ

ମୃତକଙ୍କ ଭିଣୋଇ ବିଧାନ କୁମାର ରାଉତରା କହିଛନ୍ତି, "ଯଦି ଜଣେ ଆତ୍ମହତ୍ୟା କରିବାକୁ ଯାଉଛି ତେବେ ସେ କଷ୍ଟ କଥା ଭାବିବ ନାହିଁ । ତା ବେକ ପାଖ ରଶିରୁ ଗାମୁଛା ଲାଗିଥିବା ଦେଖି ହତ୍ୟା ବୋଲି ସନ୍ଦେହ ଉପୁଜିଛି । ଏହାସହିତ ସେ ଭଲ ପୋଷାକ ପିନ୍ଧିଥିଲା । ସେ ଆଭରେଜ ଷ୍ଟୁଡେଣ୍ଟ ରହିଥିଲା । ତା'ର ପାଠପଢାକୁ ନେଇ ସେପରି କୌଣସି ଚିନ୍ତା ମଧ୍ୟ ନଥିଲା । "ଏହି ତମାମ ଦିଗକୁ ଦେଖିଲେ ହତ୍ୟା ନେଇ ସନ୍ଦେହ ଉପୁଜିଛି ।

ଘଟଣାରେ ପୋଲିସ ତଦନ୍ତ ହେଲେ ସତ କଥା ସାମ୍ନାକୁ ଆସିପାରିବ ବୋଲି ମୃତ ଛାତ୍ରଙ୍କ ଭିଣୋଇ କହିଛନ୍ତି । ଅନ୍ୟପଟେ ମୃତକଙ୍କ ବାପା କହିଛନ୍ତି, "ସେ ଜଣେ ଭଲ ପିଲା ଥିଲା । ପରିବାର ପ୍ରତି ତାର ଦାୟିତ୍ବ ରହୁଥିଲା । କିଛି ଦିନ ତଳେ ଏକ ଆକ୍ବାଗାର୍ଡ ନେଇ ନିଜେ ଘରେ ଲଗାଇଥିଲା । ଭଉଣୀ ପାଇଁ ଏକ ଲ୍ୟାପଟପ୍ ମଧ୍ୟ କିଛି ଦିନ ତଳେ ପଠାଇଥିଲେ । ତେବେ ସେ କାହିଁକି ଆତ୍ମହତ୍ୟା କରିବ ?" ଘଟଣାରେ ପୋଲିସ ତଦନ୍ତ ହେବା ଦରକାର ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.