ETV Bharat / city

ଏଥର ବଜେଟ ଦିନରେ ଲଣ୍ଠନ ଦେଖାଇବା ସଦୃଶ: ସୁର

author img

By

Published : Feb 2, 2022, 9:18 PM IST

କେନ୍ଦ୍ରୀୟ ବଜେଟ ନେଇ ବର୍ଷିଲେ କଂଗ୍ରେସ-ବିଜେଡି । 2022-23 ଆର୍ଥିକ ବଜେଟରେ କୌଣସି ନୂତନତ୍ବ ନଥିବା ଅଭିଯୋଗ । ଅଧିକ ପଢନ୍ତୁ

ଏଥର ବଜେଟ ଦିନରେ ଲଣ୍ଠନ ଦେଖାଇବା ସଦୃଶ: ସୁର
ଏଥର ବଜେଟ ଦିନରେ ଲଣ୍ଠନ ଦେଖାଇବା ସଦୃଶ: ସୁର

ଭୁବନେଶ୍ବର: କେନ୍ଦ୍ରୀୟ ବଜେଟ ନେଇ ବର୍ଷିଲେ କଂଗ୍ରେସ-ବିଜେଡି । 2022-23 ଆର୍ଥିକ ବର୍ଷ ପାଇଁ ଆଗତ ହୋଇସାରିଛି ବଜେଟ । ବଜେଟର ବିଶାଳ ରୂପରେଖ ରହିଛି ହେଲେ ଓଡିଶାର ପରିବର୍ତ୍ତନ ନେଇ ସେମିତି କୌଣସି ବଡ ସୂଚନା ନାହିଁ ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ଏବଂ ବିଜେଡି ।

ଏଥର ବଜେଟ ଦିନରେ ଲଣ୍ଠନ ଦେଖାଇବା ସଦୃଶ: ସୁର
ଏଥର ବଜେଟରେ ଚାଷୀ, ମଧ୍ୟବିତ ହତାସ ହେବେ ବୋଲି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି । ଏବେବି ସଡକ, ପାନୀୟଜଳ ସୁବିଧା ନଥିବାବେଳେ ଡିଜିଟାଲ କରେନ୍ସି ଏସବୁ କେବଳ ସ୍ବପ୍ନ । ଖାଇବା ତେଲ ଦାମ୍ ବୃଦ୍ଧି ଲଜ୍ଜାଜନକ ବୋଲି କହିବା ସହ କେନ୍ଦ୍ର ସରକାରଙ୍କ 2022-23 ବଜେଟ ଦିନରେ ଲଣ୍ଠନ ଦେଖାଇବା ସଦୃଶ ବୋଲି କହିଛନ୍ତି ସୁର । ସେହିପରି ବିଜେଡି ମଧ୍ୟ ବଜେଟକୁ ନାପସନ୍ଦ କରିଛନ୍ତି । କେନ୍ଦ୍ର ଦେଶବାସୀଙ୍କୁ ନିରାଶ କରୁଛି, ସାଧାରଣ ଲୋକଙ୍କ ପାଇଁ କିଛି ନାହିଁ l କୃଷି, ଶିକ୍ଷା, ମନରେଗାରେ ଅର୍ଥକାଟ କରିଛନ୍ତି । ଏଥିରେ କୌଣସି ନୂତନତ୍ଵ ନାହିଁ ବୋଲି ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.