ETV Bharat / city

ପ୍ରଦୀପଙ୍କ ସ୍ବରରେ ସ୍ବର ମିଶାଇଲେ ସୁର, କହିଲେ ଯାହା କହିଛନ୍ତି ଏକଦମ ଠିକ୍ - କଂଗ୍ରେସ ନେତା ପ୍ରଦୀପ ମାଝୀ

କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ ଅଡୁଆ ବଢୁଥିବାବେଳେ ସପକ୍ଷରେ ବାହାରିଲେ ସୁର ରାଉତରାୟ । ଅଧିକ ପଢନ୍ତୁ...

Sura routraya support Pradip
କଂଗ୍ରେସ ନେତା ପ୍ରଦୀପଙ୍କୁ ସୁରଙ୍କ ଧନ୍ୟବାଦ
author img

By

Published : Dec 27, 2019, 3:12 PM IST

ଭୁବନେଶ୍ବର: କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ ବଢୁଛି ଅଡୁଆ । ପ୍ରତିବାଦ ସମୟରେ ହିଂସା ଉସୁକାଉ ଥିବା ଅଭିଯୋଗରେ ତନାଘନ ଆରମ୍ଭ କରିଛି ଏଆଇସିସି । ସେପଟେ, ପ୍ରଦୀପଙ୍କ ସପକ୍ଷରେ ଛିଡା ହୋଇଛନ୍ତି କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ । ପ୍ରଦୀପ ମାଝୀଙ୍କୁ ଧନ୍ୟବାଦ ଦେବା ସହ ସେ କହିଛନ୍ତି, ବର୍ତ୍ତମାନ ରାଜ୍ୟରେ ଦୁଷ୍କର୍ମ ଓ ନିର୍ଯ୍ୟାତନା ବଢି ଚାଲିଛି । ତେଣୁ ସେ ଯାହା କହିଛନ୍ତି ଠିକ୍‌ । ଏଥିସହ ସୁର କହିଛନ୍ତି, ହିଂସା କଂଗ୍ରେସର ଆଚରଣ ନୁହେଁ ।

କଂଗ୍ରେସ ନେତା ପ୍ରଦୀପଙ୍କୁ ସୁରଙ୍କ ଧନ୍ୟବାଦ

ଗତକାଲି ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ନବରଙ୍ଗପୁରରେ ବନ୍ଦ ପାଳନ କରାଯାଇଥିଲା । ପୂର୍ବତନ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ଡାକରାରେ ବନ୍ଦ କରାଯାଇଥିବା ବେଳେ,ନିଜ କର୍ମୀଙ୍କୁ ଫୋନ ଯୋଗେ ସେ ଏକ ବିବାଦୀୟ ବୟାନ ଦେଇ କହିଥିଲେ 'ପେଟ୍ରୋଲ ଡିଜେଲ ରଖ, କହିଲେ ଜାଳିବ' ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ପୂର୍ବତନ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ପାଇଁ ଅଡୁଆ ବଢୁଛି। ଏଆଇସିସି ତରଫରୁ ଏନେଇ ତନାଘନା ଆରମ୍ଭ ହୋଇଛି। କାହିଁକି ଓ କେଉଁ ଭଳି ପରିସ୍ଥିତିରେ ଏଭଳି ମନ୍ତବ୍ୟ ଦେଲେ ସେ ନେଇ ପିସିସି ସଭାପତି ଙ୍କ ମତ ନେଇଛି ଏଆଇସିସି। ସେପଟେ ପ୍ରଦୀପଙ୍କ ସପକ୍ଷରେ ଛିଡା ହୋଇଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ। କହିଛନ୍ତି ତାଙ୍କୁ ଧନ୍ୟବାଦ ଦେବି। ଯେଉଁଭଳି ଭାବରେ ରାଜ୍ୟରେ ଦୁଷ୍କର୍ମ ଓ ନିର୍ଯ୍ୟାତନା ବଢିଚାଲିଛି ତେଣୁ ସେ ଠିକ କରିଛନ୍ତି। ତେବେ ହିଂସା କଂଗ୍ରେସର ଆଚରଣ ନୁହେଁ ବୋଲି ସେ କହିଛନ୍ତି।

Body:ବାଇଟ ସୁର ରାଉତରାୟ, କଂଗ୍ରେସ ବିଧାୟକ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.