ଭୁବନେଶ୍ବର: କଂଗ୍ରେସ ଭବନରେ ଭୋଜିଭାତ କରି ଅଡୁଆରେ ପଡିଛନ୍ତି କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ । ଏନେଇ ତାଙ୍କ ନାମରେ ମାମଲା ରୁଜୁ ହୋଇଛି । ମାମଲା ରୁଜୁ ହେବା ପରେ ପ୍ରତିକ୍ରିୟା ଦେଇ ସୁର ରାଉତରାୟ ଏହାକୁ ପ୍ରତ୍ୟାଖାନ କରିବା ସହ ସରକାରଙ୍କୁ ପାଲଟା ପ୍ରଶ୍ନ କରିଛନ୍ତି ।
ସେ କହିଛନ୍ତି ଏ ଫାଲତୁ କଥାରେ କାହିଁକି ମାତୁଛନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବରୁ ମୋ ଉପରେ ୫୦୦ ଟଙ୍କା ଫାଇନ କରିଥିଲେ । ଆମେ କଂଗ୍ରେସ ଭବନରେ ଡାକ୍ତର, ପୋଲିସ ସାମ୍ବାଦିକ ଆଦି କୋରୋନା ଯୋଦ୍ଧାଙ୍କୁ ସମ୍ମାନିତ କରିଥିଲୁ , ଭୋଜିଭାତ ହୋଇନି, ପୁରୁଣା ଭୋଜିଭାତ ଫୋଟ ଦେଖାଉଛନ୍ତି ବୋଲି କହିଛନ୍ତି ସୁର ରାଉତରାୟ ।
ସେହିପରି ସେ କହିଛନ୍ତି, ଆମେ ଲୋକଙ୍କ ପାଇଁ ନେତା । ଲୋକଙ୍କ ସେବା ପାଇଁ ଯାଉଛି । କେସ କଲେ, ଜେଲକୁ ପଠେଇଲେ ବେଲରେ ଆସିବି ଖାତିର ନାହିଁ । ଏହାସହ ଅନେକ ଲୋକ ଙ୍କ ବାହାଘର ଏବଂ ବ୍ରତଘର, ଶୁଦ୍ଧିକ୍ରିୟାରେ ଅନେକ ଲୋକ ହେଉଛନ୍ତି । କେତେ ଲୋକଙ୍କ ନା ରେ କେସ କରିଛନ୍ତି ସରକାର ବୋଲି ପ୍ରଶ୍ନ କରିଛନ୍ତି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ