ETV Bharat / city

ନବୀନଙ୍କ ଫିଟ୍‌ ଭିଡିଓ: ଦୌଡିବାକୁ ସୁରଙ୍କ ଚ୍ୟାଲେଞ୍ଜ, ଛିଡା ହେବାକୁ ଦାମଙ୍କ ଆହ୍ବାନ - Odisha Politics

ଗତକାଲି ଭାଇରାଲ ହୋଇଥିଲା ନବୀନଙ୍କ ଫିଟନେସ୍‌ ଭିଡିଓ । ଏହା ଉପରେ ପ୍ରତିକ୍ରିୟା ଦେଇ ଦାମ ଓ ସୁର ନବୀନଙ୍କୁ କଟାକ୍ଷ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Apr 6, 2019, 7:37 PM IST

ଭୁବନେଶ୍ବର: ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ଫିଟ୍‌ ଭିଡିଓ ଭାଇରାଲ ହୋଇଥିଲା । ଏଥିରେ ନବୀନ ବ୍ୟାୟାମ ଓ ଯୋଗ କରୁଥିବାର ନଜର ଆସିଥିଲେ । ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ଏହି ଭିଡିଓ ଉପରେ ଏବେ ବିରୋଧୀଙ୍କ ପ୍ରତିକ୍ରିୟା ଆସିଛି ।

ବିଜେପି ନେତା ଦାମୋଦର ରାଉତ ଏହି ଭିଡିଓକୁ ଲୋକଦେଖାଣିଆ ବୋଲି କହିଛନ୍ତି । ନବୀନ କେବଳ ଅନଫିଟ୍‌ ନାହାଁନ୍ତି ବରଂ ଭୟଭୀତ ମଧ୍ୟ ଅଛନ୍ତି ବୋଲି ସେ କହିଛନ୍ତି । ନବୀନ ନିବାସରେ ସେ କେବଳ ବସିଥାନ୍ତି ଓ ତାଙ୍କର 2ଟି କୁକୁର ଛୁଆ ସହ ଖେଳନ୍ତି । ଚଲାବୁଲା ମଧ୍ୟ ଠିକ୍‌ ଭାବେ କରିପାରନ୍ତି ନାହିଁ । ଏପରିସ୍ଥଳେ ପ୍ୟାଣ୍ଟ ସର୍ଟ ପିନ୍ଧି ଏହି ଭିଡିଓ ଫିଟ୍‌ ଦେଖାଇବାର ଏହା ନାଟକ ବୋଲି ଦାମ କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

କ୍ଷମତାରୁ ଅପସରି ଯିବାର ଭୟ ନବୀନଙ୍କୁ ଘାରିଛି । ରାଜ୍ୟ ପାଇଁ ଏପର୍ଯ୍ୟନ୍ତ ସେ କିଛି କରିନାହାଁନ୍ତି । ରାଜ୍ୟ ଭାସିଯାଉ ତାଙ୍କର ଚିନ୍ତା ନାହିଁ । କିଛି ଦୁର୍ନୀତିଗ୍ରସ୍ତ ପ୍ରଶାସକ ଯାହା ଦିଅନ୍ତି, ସେଥିରେ ସେ ଦସ୍ତଖତ କରିଦିଅନ୍ତି । କଣ ଲେଖାହୋଇଛି ପଢନ୍ତି ନାହିଁ । ରାଜ୍ୟବାସୀ ତାଙ୍କ ଫିଟନେସ୍‌ ଦେଖିଛନ୍ତି । ସେଥିପାଇଁ ନିଜକୁ ଫିଟ୍‌ ଦେଖାଇବାର ଏପରି ଏକ ଅଭିନବ କୌଶଳ ସେ ଆପଣାଇଛନ୍ତି ବୋଲି ଦାମ କହିଛନ୍ତି ।

ଏହାସହ ସେ ନବୀନଙ୍କୁ ଏକ ଚ୍ୟାଲେଞ୍ଜ ଦେଇଛନ୍ତି । ପିଏମଜି ଛକରେ ସାଧା ଖଟ ପକାଇ ଏକ ମଞ୍ଚ ତିଆରି ହେଉ । ସେଠାରେ ଉଭୟଙ୍କ ମଧ୍ୟରେ ବିତର୍କ ହେଉ । ଉଭୟ ଛିଡା ହୋଇ ଭାଷଣ ଦିଅନ୍ତୁ । ସେଠାରେ ପ୍ରକୃତରେ ଜଣାପଡିବ କିଏ ଫିଟ୍‌ ବୋଲି ଦାମ ରାଉତ କହିଛନ୍ତି । ସେହିପରି କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ ମଧ୍ୟ ନବୀନଙ୍କୁ ଏକ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ।

ଏହି ଭିଡିଓକୁ ଏକ ଆକ୍ଟିଂ ବୋଲି କହି ସେ କହିଛନ୍ତି ଯେ ନବୀନ ମାଷ୍ଟର କ୍ୟାଣ୍ଟିନରୁ ରାଜମହଲ ପର୍ଯ୍ୟନ୍ତ ତାଙ୍କ ସହ ଦୌଡନ୍ତୁ । ବୟସରେ ନବୀନ ତାଙ୍କ ଠାରୁ ସାନ । କିନ୍ତୁ ଦେଖାଯାଉ ଏହି ଦୌଡ ପ୍ରତିଯୋଗିତାରେ କିଏ ଜିତୁଛି । ଯଦି ନବୀନ ଜିତିଯିବେ, ତେବେ ସେ ତାଙ୍କୁ ଶୁଭେଚ୍ଛା ଜଣାଇବେ ବୋଲି ସୁର କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:

Bulletin...

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.