ETV Bharat / city

ସୂଚନା କମିଶନରେ ଖାଲି ପଡ଼ିଛି ପଦବୀ: ସୁପ୍ରିମକୋର୍ଟଙ୍କ କାରଣ ଦର୍ଶାଅ ନୋଟିସ ଜାରି

author img

By

Published : Nov 7, 2019, 2:34 PM IST

ରାଜ୍ୟ ସରକାର କଣ ପାଇଁ ଦୀର୍ଘ ଦିନ ହେବ ସୂଚନା କମିଶନ କାର୍ଯ୍ୟାଳୟରେ ଥିବା ପଦଗୁଡିକ ପୂରଣ କରିନାହାଁନ୍ତି ସେ ନେଇ ଓଡ଼ିଶା ସମେତ ୩ ରାଜ୍ୟକୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ...

ଫାଇଲ ଫଟୋ

ଭୁବନେଶ୍ବର: ଓଡିଶା ସମେତ ୩ ରାଜ୍ୟକୁ ୪ ସପ୍ତାହ ଭିତରେ ସୁପ୍ରିମକୋର୍ଟଙ୍କ କାରଣ ଦର୍ଶାଅ ନୋଟିସ ନିର୍ଦ୍ଦେଶ । ରାଜ୍ୟରେ ଏତେ ଦିନ ହେଲା ସୂଚନା କମିଶନ କାର୍ଯ୍ୟାଳୟରେ ଏତେ ପଦ ପଦବୀ ଖାଲି ପଡ଼ିଛି, ସେ ନେଇ ଓଡ଼ିଶା ସରକାରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ସୁପ୍ରିମକୋର୍ଟ ।

ରାଜ୍ୟ ସରକାର କଣ ପାଇଁ ଦୀର୍ଘ ଦିନ ହେବ ସୂଚନା କମିଶନ କାର୍ଯ୍ୟାଳୟରେ ଥିବା ପଦ ଗୁଡିକ ପୂରଣ କରିନାହାଁନ୍ତି ସେ ନେଇ ଓଡ଼ିଶା ସମେତ ୩ ରାଜ୍ୟକୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ସୁପ୍ରିମକୋର୍ଟ । ଏହାକୁ ନେଇ ସୂଚନା ଅଧିକାର କର୍ମୀମାନେ ସୁପ୍ରିମକୋର୍ଟଙ୍କ ଏଭଳି କଡା ଆଭିମୁଖ୍ୟକୁ ସ୍ବାଗତ କରିଛନ୍ତି । ସୂଚନା କମିଶନ କାର୍ଯ୍ୟାଳୟରେ ବିଭିନ୍ନ ପଦବୀ ଖାଲିଥିବା କାରଣରୁ ସୂଚନା ଅଧିକାର କର୍ମୀମାନେ ସରକାରୀ ତଥ୍ୟ ପାଇବା ନେଇ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ସେମାନେ ମତ ଦେଇଛନ୍ତି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

'ରାଜ୍ୟ ସରକାର ସୂଚନା କମିଶନଙ୍କ କାର୍ଯ୍ୟାଳୟରେ ଥିବା ୮ ଟି ସୂଚନା କମିଶନ ପଦବୀ ପୂରଣ କରିନାହାଁନ୍ତି । ବ୍ୟବସ୍ଥାଗତ ଭାବରେ ସରକାର ଲୋକଙ୍କ ପାଖରେ ଉତ୍ତରଦାୟୀ ରହିବାକୁ ଚାହୁଁନାହାଁନ୍ତି । ସରକାର ଜାଣିଶୁଣି ଆଇନର କାର୍ଯ୍ୟକାରୀ କରୁନାହାଁନ୍ତି ଫଳରେ ସାଧାରଣ ଲୋକ ତଥ୍ୟ ପାଇବାରେ ଅସୁବିଧାରେ ପଡ଼ିବେ । ସରକାର ଏ ଆଇନ ନେଇ ଷଡ଼ଯନ୍ତ୍ର ରଚିଛନ୍ତି ,କାରଣ ସରକାରଙ୍କ ଅସଲ ଚେହେରା ସାମ୍ନାକୁ ଆସିଯିବ । ସରକାରୀ ନିୟମ ମୁତାବକ ସରକାରୀ କର୍ମଚାରୀ ଆଚରଣ ସଂହିତା ମାନିବା କଥା କିନ୍ତୁ ତାହା ହେଉନାହିଁ, 5ଟି ଏବଂ ମୋ ସରକାର କେବଳ ସ୍ଲୋଗାନ' ବୋଲି ମାନବାଧିକାର କର୍ମୀ ବିଶ୍ବପ୍ରିୟ କାନୁନଗୋ କହିଛନ୍ତି ।

ଅନ୍ୟପକ୍ଷରେ ସୂଚନା ଅଧିକାର କର୍ମୀ ଶ୍ରୀକାନ୍ତ ପାକଳଙ୍କ କହିବା କଥା କି,'ରାଜ୍ୟରେ ଦୀର୍ଘଦିନ ଧରି ସୂଚନା କମିଶନ କାର୍ଯ୍ୟାଳୟରେ ଆହୁରି ୮ଟି କମିଶନ ପଦବୀ ଖାଲି ପଡ଼ିଛି । ପ୍ରାୟ ୧୪,୧୫ ହଜାର କେସ ପଡିରହିଛି । ପୂର୍ବରୁ ଏନେଇ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ଜବାବ ତଲବ କରିଥିଲେ । ସାମ୍ବିଧାନିକ ପଦକୁ ଅଚଳକରି ଅପମର୍ଯ୍ୟାଦା କରୁଛନ୍ତି ରାଜ୍ୟ ସରକାର । ଯାହା ଫଳରେ ତ୍ବରିତ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି ସାଧାରଣ ଲୋକ । ଦ୍ବିତୀୟ ଥର କେସ ଅପିଲ କଲେ ସମାଧାନ ହେବାକୁ ୩ ବର୍ଷ ସମୟ ଲାଗିଯାଉଛି । ସରକାରଙ୍କର ଆନ୍ତରିକତା ନାହିଁ ଖାଲି ଭୋଟ ପାଇବା ପାଇଁ ଯୋଜନା ପ୍ରଣୟନ କରୁଛନ୍ତି ସତ କିନ୍ତୁ ବାସ୍ତବରେ ତାହା ଓଲଟା' ବୋଲି ସ ମତ ରଖିଛନ୍ତି।

କେବଳ ଓଡିଶା ନୁହେଁ ମହାରାଷ୍ଟ୍ର ଏବଂ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ସୁପ୍ରିମକୋର୍ଟ । ସେହିଭଳି କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରାଯାଇଛି । କେନ୍ଦ୍ର ସୂଚନା କମିଶନ କାର୍ଯ୍ୟାଳୟରେ ମଧ୍ୟ ବିଭିନ୍ନ ପଦ ପଦବୀ ଖାଲି ପଡ଼ିଥିବାରୁ କେନ୍ଦ୍ର ଠାରୁ ଜବାବ ତଲବ କରିଛନ୍ତି ସୁପ୍ରିମକୋର୍ଟ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Intro:ରାଜ୍ୟ ସୂଚନା କମିଶନ ରେ ଖାଲି ପଡ଼ିଛି ପଦବି,ଯାହାକୁ ନେଇ କ୍ଷୁବ୍ଧ ସୁପ୍ରିମକୋର୍ଟ।୪ସପ୍ତାହ ମଧ୍ୟରେ ଜବାବ ଦାଖଲ ନେଇ ନିର୍ଦ୍ଧେଶ।

Body:ଓଡିଶା ସମେତ ୩ ରାଜ୍ୟକୁ ୪ ସପ୍ତାହ ଭିତରେ କାରଣ ଦର୍ଶାଅ ନୋଟିସ ନିର୍ଦ୍ଧେଶ। ରାଜ୍ୟରେ ଏତେ ଦିନ ହେଲା ସୂଚନା କମିଶନ କାର୍ଯ୍ୟାଳୟରେ ଏତେ ପଦ ପଦବୀ ଖାଲି ପଡ଼ିଛି,ସେ ନେଇ ଓଡ଼ିଶା ସରକାରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ସୁପ୍ରିମକୋର୍ଟ।୪ସପ୍ତାହ ଭିତରେ ଜବାବ ଦାଖଲ କରିବା କୁ ନିର୍ଦ୍ଧେଶ ଦେଇଛନ୍ତି ସୁପ୍ରିମକୋର୍ଟ।

ରାଜ୍ୟ ସରକାର କଣ ପାଇଁ ଦୀର୍ଘ ଦିନ ହେବ ସୂଚନା କମିଶନ କାର୍ଯ୍ୟାଳୟରେ ଥିବା ପଦ ଗୁଡିକ ପୁରଣ କରିନାହାନ୍ତି ସେ ନେଇ ଓଡ଼ିଶା ସମେତ ୩ ରାଜ୍ୟକୁ କାରଣ ଦର୍ଶାଅ ନୋଟିସ ଯାରି କରିଛନ୍ତି ସୁପ୍ରିମକୋର୍ଟ। ଏହାକୁ ନେଇ ସୂଚନା ଅଧିକାର କର୍ମୀମାନେ ସୁପ୍ରିମକୋର୍ଟ ର ଏଭଳି କଡା ଆଭିମୁଖ୍ୟ କୁ ସ୍ୱାଗତ କରିଛନ୍ତି।ସୂଚନା କମିଶନ କାର୍ଯ୍ୟାଳୟରେ ବିଭିନ୍ନ ପଦବୀ ଖାଲି ଥିବା କାରଣରୁ ସୂଚନା ଅଧିକାର କର୍ମୀମାନେ ସରକାରୀ ତଥ୍ୟ ପାଇବା ନେଇ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ସେମାନଙ୍କ ମତ।

ରାଜ୍ୟ ସରକାର ସୂଚନା କମିଶନ ଙ୍କ କାର୍ଯ୍ୟାଳୟରେ ଥିବା ୮ ଟି ସୂଚନା କମିଶନ ପଦବୀ ପୂରଣ କରୁନାହାନ୍ତି।ବ୍ୟବସ୍ତାଗତ ଭାବରେ ସରକାର ଲୋକଙ୍କ ପାଖରେ ଉତ୍ତରଦାୟୀ ରହିବାକୁ ଚାହୁଁନାହାନ୍ତି ।ସରକାର ଜାଣିଶୁଣି ଆଇନର କାର୍ଯ୍ୟକାରୀ କରୁନାହାନ୍ତି ଫଳରେ ସାଧାରଣ ଲୋକ ତଥ୍ୟ ପାଇବାରେ ଅସୁବିଧାରେ ପଡ଼ିବ।ସରକାର ଏ ଆଇନ ନେଇ ଷଡ଼ଯନ୍ତ୍ର ରଚିଛନ୍ତି ,କାରଣ ସରକାର ଙ୍କ ଅସଲ ଚେହେରା ସାମ୍ନାକୁ ଆସିଯିବ।ସରକାରି ନିୟମ ମୁତାବକ ସରକାରୀ କର୍ମଚାରୀ ଆଚରଣ ସଂହିତା ମାନିବା କଥା କିନ୍ତୁ ତାହା ହେଉନାହିଁ ,5ଟି ଏବଂ ମୋ ସରକାର କେବଳ ସ୍ଲୋଗାନ ବୋଲି ମାନବାଧିକାର କର୍ମୀ ବିଶ୍ୱପ୍ରିୟ କାନୁନଗୋ କହିଛନ୍ତି।

ଅନ୍ୟପକ୍ଷରେ ସୂଚନା ଅଧିକାର କର୍ମୀ ଶ୍ରୀକାନ୍ତ ପାକଳଙ୍କ କହିବା କଥା କି ରାଜ୍ୟରେ ଦୀର୍ଘଦିନ ଧରି ସୂଚନା କମିଶନ କାର୍ଯ୍ୟାଳୟରେ ଆହୁରି ୮ଟି କମିଶନ ପଦବୀ ଖାଲି ପଡ଼ିଛି,ପ୍ରାୟ ୧୪,୧୫ ହଜାର କେସ ପଡିରହିଛି।ପୂର୍ବରୁ ଏନେଇ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ଜବାବ ତଲବ କରିଥିଲେ।ସାମ୍ବିଧାନିକ ପଦକୁ ଅଚଳକରି ଅପମର୍ଯ୍ୟାଦା କରୁଛନ୍ତି ରାଜ୍ୟ ସରକାର। ଯାହା ଫଳରେ ତ୍ୱରିତ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି ସାଧାରଣ ଲୋକ।ଦ୍ୱିତୀୟ ଥର କେସ ଅପିଲ କଲେ ସମାଧାନ ହେବାକୁ ୩ ବର୍ଷ ସମୟ ଲାଗିଯାଉଛି।ସରକାରଙ୍କର ଆନ୍ତରିକତା ନାହିଁ ଖାଲି ଖାଲି ଭୋଟ ପାଇବା ପାଇଁ ଯୋଜନା ପ୍ରଣୟନ କରୁଛନ୍ତି ସତ କିନ୍ତୁ ବାସ୍ତବରେ ତାହା ଓଲଟା।

ଓଡିଶା ସମେତ ମହାରାଷ୍ଟ୍ର ଏବଂ ଆନ୍ଧ୍ରପ୍ରଦେଶ ସରକାର ଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ସୁପ୍ରିମକୋର୍ଟ।ସେହିଭଳି କେନ୍ଦ୍ର ସରକାର ଙ୍କୁ ନୋଟିସ ଯାରିକରାଯାଇଛି।କେନ୍ଦ୍ର ସୂଚନା କମିଶନ କାର୍ଯ୍ୟାଳୟ ରେ ମଧ୍ୟ ବିଭିନ୍ନ ପଦ ପଦବୀ ଖାଲି ପଡ଼ିଥିବାରୁ କେନ୍ଦ୍ର ଠାରୁ ଜବାବ ତଲବ କରିଛନ୍ତି ସୁପ୍ରିମକୋର୍ଟ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.